ETV Bharat / business

ବ୍ୟାଙ୍କ ମିଶ୍ରଣରେ କେତେ ସନ୍ତୁଷ୍ଟ ଗ୍ରାହକ, ସର୍ଭେ କରିବ RBI - RBI survey

ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ ମିଶ୍ରଣ ପରେ କେତେ ସନ୍ତୁଷ୍ଟ ଗ୍ରାହକ । ସେ ସମ୍ବନ୍ଧରେ ଜାଣିବା ପାଇଁ ସର୍ଭେ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ..

ବ୍ୟାଙ୍କ ମିଶ୍ରଣରେ କେତେ ସନ୍ତୁଷ୍ଟ ଗ୍ରାହକ, ସର୍ଭେ କରିବ ଆରବିଆଇ

author img

By

Published : Apr 27, 2021, 4:11 PM IST

ନୂଆଦିଲ୍ଲୀ: ନିକଟରେ ହୋଇଥିବା ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ ମିଶ୍ରଣ ପରେ କେତେ ସନ୍ତୁଷ୍ଟ ଗ୍ରାହକ । ସେ ସମ୍ବନ୍ଧରେ ଜାଣିବା ପାଇଁ ସର୍ଭେ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ଏନେଇ ନିଷ୍ପତ୍ତି ନେଇ ଆରବିଆଇ ସୂଚନା ଦେଇଛି ।

ଗ୍ରାହକଙ୍କ ସନ୍ତୁଷ୍ଟି ସର୍ଭେକ୍ଷଣ ଅଧିନରେ ବିଭିନ୍ନ ପ୍ରଶ୍ନ ପଚରାଯିବ । ଏଥିସହ ବ୍ୟାଙ୍କ ମିଶ୍ରଣ ଗ୍ରାହକଙ୍କ ସେବା ଦୃଷ୍ଟିରୁ ସକରାତ୍ମକ କି ନାହିଁ , ସେନେଇ ଜାଣିବାକୁ କରାଯିବ ଚେଷ୍ଟା । ତେବେ ଏଭଳି ପ୍ରଶ୍ନର ଜବାବ ଦେବା ପାଇଁ ଗ୍ରାହକଙ୍କ ପାଖରେ ଅତ୍ୟଧିକ ସହମତ, ସହମତ, ଠିକଠାକ, ଅସହମତ , ଅତ୍ୟଧିକ ଅସହମତ ଭଳି ବିକଳ୍ପ ରହିବ ।

ପ୍ରସ୍ତାବିତ ସର୍ଭେକ୍ଷଣରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମମଙ୍ଗ, ତାମିଲନାଡୁ, ବିହାର, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଗୁଜୁରାଟ ସମ୍ତେ 21 ରାଜ୍ୟର ମୋଟ 20,000 ଉତ୍ତରଦାତା ସାମିଲ ହେବେ । ଏହି ସର୍ଭେ ଅଭିଯାନରେ ମୋଟ 22 ପ୍ରଶ୍ନ ରହିବ । ଏହି 22 ପ୍ରଶ୍ନରେ ଖାସକରି ଏଭଳି 4 ଟି ପ୍ରଶ୍ନ ସେହି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ରହିଛି, ଯେଉଁମାନଙ୍କ ଶାଖାକୁ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ କରାଯାଇଛି । ଏହି ଗ୍ରାହକଙ୍କ ଠାରୁ ଗ୍ରାହକ ସେବା ଓ ଅଭିଯୋଗର ସମାଧାନ ନେଇ ସେମାନଙ୍କ ଅନୁଭବ ବିଷୟରେ ପଚରାଯିବ ।

ପିଏନବି ବ୍ୟାଙ୍କ ମିଶ୍ରଣ ଅଧିରେ ଦେନା ଓ ବିଜୟ ବ୍ୟାଙ୍କକୁ ବ୍ୟାଙ୍କ ଅଫ ବରୋଦା ସହ ମିଶାଯାଇଛି । ସେହିଭଳି ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମିଶ୍ରଣ କରାଯାଇଛି । କାନାରା ବ୍ୟାଙ୍କ ସହ ସିଣ୍ଡିକେଟ ବ୍ୟାଙ୍କକୁ ମିଶାଯାଇଛି । ଏହା ବ୍ୟତୀତ ଇଣ୍ଡିଆନ ବ୍ୟାଙ୍କ ଆହ୍ଲାବାଦ ବ୍ୟାଙ୍କ ଓ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ସହ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ହୋଇଛି ।

ଏହା ବ୍ୟତିତ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଡିବିଏସ ବ୍ୟାଙ୍କରେ ମିଶ୍ରଣ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.