ETV Bharat / business

ସରକାରୀ ବଣ୍ଡରେ ସିଧାସଳଖ ନିବେଶ କରିବେ ଖୁଚୁରା ନିବେଶକ - retail investors to directly enter govt securities market

ସରକାରୀ ବଣ୍ଡରେ ସିଧାସଳଖ ନିବେଶ କରିବେ ଖୁଚୁରା ନିବେଶକ । ଏନେଇ ଅନୁମତି ଦେବ ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ..

ସରକାରୀ ବଣ୍ଡରେ ସିଧାସଳଖ ନିବେଶ କରିବେ ଖୁଚୁରା ନିବେଶକ

author img

By

Published : Feb 5, 2021, 10:59 PM IST

ନୂଆଦିଲ୍ଲୀ: ଏଣିକି ସରକାରୀ ବଣ୍ଡରେ ସିଧାସଳଖ ନିବେଶ କରିବେ ଖୁଚୁରା ନିବେଶକ । ଏନେଇ ଅନୁମତି ଦେବ ଭାରତୀୟ ରିଜର୍ଭ ବ୍ୟାଙ୍କ । ଶୁକ୍ରବାର ଆରବିଆଇର ଏମପିସି ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ଷୁଦ୍ର ନିବେଶକଙ୍କୁ ପ୍ରୋତ୍ସାହିତ ପାଇଁ ଏକ ପ୍ରମୁଖ ପଦକ୍ଷେପ ଅଧିନରେ ଆରବିଆଇ ଏନେଇ ସୀକୃତ ଦେବ ବୋଲି କହିଛନ୍ତି । ଏଥିସହ ଏସିଆର ପ୍ରଥମ ଓ ଦୁନିଆର କିଛି ହାତଗଣତି ଦେଶ ମଧ୍ୟରେ ସ୍ଥାନ ପାଇବ ଭାରତ, ଯେଉଁଠି ଏଭଳି ପଦକ୍ଷେପ ପାଇଁ ଅନୁମତି ଦିଆଯାଉଛି ।

ତେବେ ଆରବିଆଇର ଏହି ପଦକ୍ଷେପ ଦ୍ବାରା ସରକାରଙ୍କୁ ଋଣ ନେବା ପାଇଁ ଏକ ବଡ ସାଧନ ମିଳିଯିବ । ଆସନ୍ତା ଆର୍ଥିକ ବର୍ଷରେ ସରକାର ଦ୍ବାରା 12 ଲକ୍ଷ କୋଟି ଟଙ୍କାର ଋଣ ଲକ୍ଷ୍ୟକୁ ପୂରଣ କରିବା ଦୃଷ୍ଟିରୁ କେନ୍ଦ୍ରୀୟ ବ୍ୟାଙ୍କକୁ ଆଶା ରହିଛି କି ଏହି ପଦକ୍ଷେପ ଦ୍ବାରା ବିଶେଷ କରି ଗିଲ୍ଟ ବଜାର, ବିଶେଷ କରି ଋଣ ବଜାରର ବିସ୍ତାର ହେବ ।

ଏଭଳି ଭାବରେ ଆରବିଆଇ ସରକାରଙ୍କ ପାଇଁ ଋଣ ନେବା ପାଇଁ ଏକ ବଡ ଓ ଅସୀମ ରାସ୍ତା ଖୋଲିଛି । ତେବେ ପାର୍ଥକ୍ୟ ହେଉଛି ଏହା ଆରବିଆଇର ତତ୍ତ୍ବବଧାନରେ ରହିବ । ଏହି ସମୟରେ ଆରବିଆଇ କ୍ଷୁଦ୍ର ନିବେଶକଙ୍କୁ ବିଏସଇ ଓ ଏନଏସଇରେ goBID ପ୍ଲାର୍ଟଫର୍ମ ଜରିଆରେ ସରକାରୀ ବଣ୍ଡ କ୍ରୟ ପାଇଁ ଅନୁମତି ଦେଇଥାଏ ।

ମୁଦ୍ରା ନୀତି ଘୋଷଣା କରିବା ବେଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ସରକାରୀ ସିକ୍ୟୁରିଟିରେ ଖୁଚୁରା ଅଂଶଗ୍ରହଣ ବୃଦ୍ଧି ତଥା ପ୍ରବେଶକୁ ସରଳ କରିବା ପାଇଁ ଚାଲିଥିବା ପ୍ରୟାସର ଏକ ଅଂଶ ଭାବରେ ଖୁଚୁରା ନିବେଶକମାନେ ଏଗ୍ରିଗେଟର ମଡେଲ ଏବଂ ଗିଲ୍ଟ ସିକ୍ୟୁରିଟି ଆକାଉଣ୍ଟ (ରିଟେଲ ଡାଇରେକ୍ଟ) ଖୋଲପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.