ETV Bharat / business

ଆଉ 3 ମାସ ବଢିପାରେ ଇଏମଆଇ ସ୍ଥଗିତ ଅବଧି - EMI

ମେ 17କୁ ଲକଡାଉନ ବଢିଥିବାରୁ ଇଏମଆଇ ଉପରେ ଆଉ 3 ମାସର ରୋକ ଲାଗିପାରେ । ଏନେଇ ବିଭିନ୍ନ ଦିଗରୁ ଆରବିଆଇକୁ ଦିଆଯାଉଛି ପରାମର୍ଶ । ଅଧିକ ପଢନ୍ତୁ...

RBI may extend moratorium on loans by another 3 months
ଇଏମଆଇ ସ୍ଥଗିତ ଅବଧି ଆଉ 3 ମାସ ବଢିପାରେ
author img

By

Published : May 5, 2020, 5:46 PM IST

ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ଗ୍ରାହକଙ୍କୁ ଯେପରି ବ୍ୟାଙ୍କ ଋଣ ପରିଶୋଧରେ ସମସ୍ୟା ଭୋଗିବାକୁ ପଡିବ ନାହିଁ ସେଥିପାଇଁ ଆରବିଆଇ 3 ମାସ ଇଏମଆଇ କିସ୍ତିକୁ ସ୍ଥଗିତ ରଖିଥିଲେ । ହେଲେ ଏବେ ପୁଣି ମେ 17କୁ ଲକଡାଉନ ବଢିଥିବାରୁ ଇଏମଆଇ ଉପରେ ଆଉ 3 ମାସର ରୋକ ଲଗାଇବାକୁ ବିଚାର କରୁଛି ଆରବିଆଇ ।

ଇଏମଆଇ ସ୍ଥଗିତ ନେଇ ମାର୍ଚ୍ଚ 27ରେ ଆରବିଆଇ ଘୋଷଣା କରିଥିବା ଏହି ନିୟମ ମେ 31 ଯାଏଁ ଲାଗୁଥିଲା । ତେବେ ଯେହେତୁ ସରକାର ଲକଡାଉନ ବଢାଇଛନ୍ତି ଏଣୁ ଇଏମଆଇ ରୋକ ନେଇ ଅବଧି ବଢିବା ଦରକାର ବୋଲି ଭାରତୀୟ ବ୍ୟାଙ୍କ ସଂଘ ସମେତ ବିଭିନ୍ନ କ୍ଷେତ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆଜିକୁ ଦେଶବ୍ୟାପି ଲକଡାଉନକୁ 42 ଦିନ ପୂରିଛି । ଏଭଳି ଭାବେ ମେ 17 ଯାଏଁ ଜାରି ରହିବ । ଏପରି ସ୍ଥିତିରେ କାମଧନ୍ଦା ମଧ୍ୟ ବନ୍ଦ ରହିଛି । ଏଣୁ ଅନେକ ଉଦ୍ୟୋଗ, ଫାର୍ମ ଓ ବ୍ୟକ୍ତି ନିଜ ଋଣ କିସ୍ତି ପରିଶୋଧ କରିପାରିବେ ନାହିଁ । ଏପେଟ ଆରବିଆଇ ଦେଇଥିବା ରିହାତି ଅବଧି ମେ 31କୁ ଶେଷ ହେବାକୁ ଯାଉଛି ।

ଏଣୁ ଏଭଳି ସମୟରେ ଋଣ ପରିଶୋଧ ଉପରେ ରୋକ ଅବଧିକୁ ଆହୁରି 3 ମାସ ବଢାଇବା ବ୍ୟବହାରିକ ପଦକ୍ଷେପ ହେବ ବୋଲି ସାର୍ବଜନୀନ କ୍ଷେତ୍ରରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ଶନିବାର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସମସ୍ତ ସାର୍ବଜନୀକ ଏବେଂ ଘରୋଇ ବ୍ୟାଙ୍କ ପ୍ରମୁଖଙ୍କ ସହ ବୈଠକ କରିଥିଲେ । ଏଥିରେ ବିଭିନ୍ନ ବିଷୟ ସମେତ ଋଣ କିସ୍ତି ଆଦାୟ ଉପରେ ରୋକ ନେଇ ମଧ୍ୟ ସମୀକ୍ଷା ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.