ETV Bharat / business

ସ୍ଥିର ସୁଧ ହାର, ଚତୁର୍ଥ ତ୍ରୟମାସରେ ଜିଡିପି ବଢିବା ଆଶା - ଆରବିଆଇ ଏମପିସି ବୈଠକ

ଆରବିଆଇ ମୁଦ୍ରାନୀତି ଘୋଷଣା ହୋଇଛି । ଋଣ ସୁଧ ହାର 4 ପ୍ରତିଶତରେ ସ୍ଥିର ରହିଛି । ସେପଟେ ଆଗକୁ ଅଭିବୃଦ୍ଧି ହାର ପଜେଟିଭି ରହିବା ନେଇ ଅନୁମାନ ରହିଛି । ଅଧିକ ପଢନ୍ତୁ...

ସ୍ଥିର ସୁଧ ହାର  , ଚତୁର୍ଥ ତ୍ରୟମାସରେ ଜିଡିପି ପଜେଟିଭ ରହିପାରେ

author img

By

Published : Oct 9, 2020, 4:11 PM IST

ମୁମ୍ବାଇ: ଅପରିବର୍ତ୍ତିତ ରହିଲା ରେପୋ ରେଟ ହାର । ପୂର୍ବ ଭଳି 4 ପ୍ରତିଶତରେ ସ୍ଥିର ରହିଛି ସୁଧ ଦର । ଫଳରେ କମିବନି ଘର ଓ ଅଟୋମୋବାଇଲ ଋଣର ସୁଧ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବିଷୟରେ ସୂଚନା ଦେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି ଆରବିଆଇ ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ ଦେବା ପାଇଁ ଏକ ଉଦାରବାଦୀ ମନୋଭାବ ବଜାୟ ରଖିବ | ନରମ ଆଭିମୁଖ୍ୟ ହେତୁ କୋଭିଡ-19 ଦ୍ବାରା ପ୍ରଭାବିତ ଅର୍ଥନୀତିକୁ ବୃଦ୍ଧି କରିବାକୁ ଆବଶ୍ୟକ ହେଲେ ରେପୋ ହାର ହ୍ରାସ କରାଯାଇପାରେ ।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋରେଟ ଦର 4 ପ୍ରତିଶତରେ ଅପରିବତ୍ତିତ ନେଇ ସୂଚନା ଦେଇଥଛନ୍ତି । ସେହିଭଳି ରିଭର୍ସ ରେପୋରେଟ 3.35 ପ୍ରତିଶତ ହିଁ ରହିବ । ଏ ନେଇ କମିଟି ମତଦାନ ଦେଇଛି ।

ପ୍ରଥମ ଛମାସରେ ପୁର୍ନରୁଦ୍ଧାର ଦେଖିବାକୁ ମିଳିଛି । ଆଉ ଏହା ଦ୍ବିତୀୟ ତ୍ରୟମାସରେ ମଜବୁତ ହେବ । ତୃତୀୟ ତ୍ରୟମାସରେ ଆର୍ଥିକ ଗତିବିଧି ବୃଦ୍ଧି ହେବା ଆଶା ରହିଛି । ଦାସ କହିଛନ୍ତି କି ମୋଟ ଘରୋଇ ଉତ୍ପାଦରେ ହ୍ରାସରେ ବିରାମ ଲାଗିବ ଓ ଚତୁର୍ଥ ତ୍ରୟମାସରେ ଏହା ସକରାତ୍ମକ ସ୍ତରରେ ପହଞ୍ଚିବ ।

ଏହା ପୂର୍ବରୁ ଅଗଷ୍ଟରେ ହୋଇଥିବା ଏମପିସିର 24 ତମ ବୈଠକରେ ଆରବିଆଇ ରେପୋରେଟରେ କୌଣସି ପରିବର୍ତ୍ତନ କରିନାହିଁ ।

ଜିଡିପି ଏ ବର୍ଷ 9.5 ପ୍ରତିଶକତ ହ୍ରାସ ଅନୁମାନ ରହିଛି

ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି କି ଚଳିତ ଆର୍ଥିକ ବର୍ଷରେ ଅର୍ଥବ୍ୟବସ୍ଥାରେ 9.5 ପ୍ରତିଶତ ହ୍ରାସ ହୋଇପାରେ । 3 ଦିନ ଧରି ଚାଲିଥିବା ଏମପିସି ବୈଠ ପରେ ରିଜର୍ଭ ବ୍ୟାଙ୍କ ଏହି ଅନୁମାନ ପ୍ରକାଶ କରିଛି । ଏହା ପୂର୍ବରୁ କେନ୍ଦୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ବାରା ଜାରି ଅନୁମାନ ଅନୁସାରେ ପ୍ରଥମ ତ୍ରୟମାସରେ ଜିଡିପିରେ 23.9 ପ୍ରତିଶତ ହ୍ରାସ ହୋଇପାରେ ।

ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ପଜେଟିଭି ଗ୍ରୋଥ ଅନୁମାନ ରହିଛି

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅର୍ଥବ୍ୟବସ୍ଥାରେ ସୁଧାର ଲକ୍ଷ୍ୟ ବିଷୟରେ କହିଛନ୍ତି । ଚଳିତ ଆର୍ଥିକ ବର୍ଷ 2020-21ର ଚତୁର୍ଥ ତ୍ରୟମାସରେ ପଜେଟିଭି ଗ୍ରୋଥ ଦେଖିବାକୁ ମିଳିପାରେ । ଏଥିସହ ଗ୍ରାମୀଣ ଅର୍ଥନୀତି ଅଧିକ ମଜବୁତ ହୋଇପାରେ ବୋଲି ଶକ୍ତିକାନ୍ତ ଦର୍ଶାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.