ETV Bharat / business

ମୌଦ୍ରିକ ପଦକ୍ଷେପର ପ୍ରଭାବ ବିଷୟରେ କେନ୍ଦ୍ରୀୟ ବୋର୍ଡକୁ ଜଣାଇଲେ ଶକ୍ତିକାନ୍ତ - ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଆରବିଆଇ କେନ୍ଦ୍ରୀୟ ବୋର୍ଡର 583 ତମ ବୈଠକରେ ଶକ୍ତିକାନ୍ତ ଦାସ ବୋର୍ଡ ସଦସ୍ୟାଙ୍କୁ ମୌଦ୍ରିକ ଏବଂ ନିୟାମକ ପଦକ୍ଷେପର ପ୍ରଭାବ ବିଷୟରେ ସୂଚନା ଦେଇଛନ୍ତି । କୋଭିଡକୁ ନଜରରେ ରଖି ଆରବିଆଇ ଦ୍ବାରା କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଜଣାଇଛନ୍ତି । ଅଧିକ ପଢନ୍ତୁ..

ଶକ୍ତିକାନ୍ତ
ଶକ୍ତିକାନ୍ତ
author img

By

Published : Jun 27, 2020, 5:10 PM IST

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ସଦସ୍ୟାଙ୍କୁ ମୌଦ୍ରିକ ଏବଂ ନିୟାମକ ପଦକ୍ଷେପର ପ୍ରଭାବ ବିଷୟରେ ସୂଚନା ଦେଇଛନ୍ତି । କୋଭିଡ -19 ସଙ୍କଟକୁ ଦୃଷ୍ଟିରେ ରଖି ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଅନେକ ପଦକ୍ଷେପ ନେଇଛି।

ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ବୈଠକ ପରେ ଜାରି ଏକ ବିବୃତ୍ତିରେ ରିଜର୍ଭ ବ୍ୟାଙ୍କ କହିଛି ଯେ ଅନ୍ୟାନ୍ୟ ବିଷୟ ବ୍ୟତିତ କେନ୍ଦ୍ରୀୟ ବୋର୍ଡ ବର୍ତ୍ତମାନର ଆର୍ଥିକ ସ୍ଥିତି ଓ କୋରୋନା ଯୋଗୁଁ ସୃଷ୍ଟି ଚ୍ୟାଲେଞ୍ଜ ନେଇ ଚର୍ଚ୍ଚା କରିଛି ।

ବିବୃତ୍ତିରେ ଦର୍ଶାଯାଇଛି କି, ପ୍ରଥମରେ ଗଭର୍ଣ୍ଣର ଓ ଡେପ୍ୟୁଟି ଗଭର୍ଣ୍ଣର ବୋର୍ଡର ମୋଟ ବୃହତ୍ତ ଆର୍ଥିକ ସ୍ଥିତି, ଘରୋଇ ଓ ବୈଶ୍ବିକ ଆଦିର ସୂଚନା ଦେଇଥିଲେ ।

ବୋର୍ଡକୁ ଆର୍ଥିକ କ୍ଷେତ୍ରର ସ୍ଥିତି, ବିଭିନ୍ନ ମୌଦ୍ରିକ ପଦକ୍ଷେପର ପ୍ରଭାବ, କୋଭିଡକୁ ନଜରରେ ରଖି ଆରବିଆଇ ଦ୍ବାରା କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି । ଏହା ବ୍ୟତିତ ବୈଠକରେ 2019 ଜୁନରୁ 2020 ମଧ୍ୟରେ ରିଜର୍ଭ ବ୍ୟାଙ୍କର ଗତିବିଧି , ଜୁଲାଇ 2020 ରୁ ମାର୍ଚ୍ଚ 2021 (ସରକାରଙ୍କ ଆର୍ଥିକ ବର୍ଷ ଅନୁଯାୟୀ) ନୂତନ ଆକାଉଣ୍ଟିଂ ବର୍ଷ ପାଇଁ ବଜେଟ୍ ଏବଂ ଅନ୍ୟାନ୍ୟ ନୀତି ଏବଂ କାର୍ଯ୍ୟକ୍ଷମ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ରିଜର୍ଭ ବ୍ୟାଙ୍କର ଡେପ୍ୟୁଟି ଗଭର୍ଣ୍ଣର ବିପି କାନୁନଗୋ, ମହେଶ କୁମାର ଜେନ, ମାଇକେଲ ଦେବବ୍ରତ ପାତ୍ର, କେନ୍ଦ୍ରୀୟ ବୋର୍ଡର ଅନ୍ୟ ନିର୍ଦ୍ଦେଶକ ଓ କେନ୍ଦ୍ର ଅର୍ଥମନ୍ତ୍ରାଳୟର ସଚିବ ସାମିଲ ହୋଇଥିଲେ । ଏହା ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡର 583 ତମ ବୈଠକ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.