ETV Bharat / business

ଅପରାହ୍ନ 4ଟାରେ ଶକ୍ତିକାନ୍ତଙ୍କ ସାମ୍ବାଦିକ ସମ୍ମିଳନୀ, କମିପାରେ ସୁଧ ଦର - ଶକ୍ତିକାନ୍ତଙ୍କ ସାମ୍ବାଦିକ ସମ୍ମିଳନୀ

ସୋମବାର ଅପରାହ୍ନ 4 ଟା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ..

rbi governor to hold press conference at 4 pm
ସଂନ୍ଧ୍ୟା 4ଟାରେ ଶକ୍ତିକାନ୍ତଙ୍କ ସାମ୍ବାଦିକ ସମ୍ମିଳନୀ, କମିପାରେ ସୁଧ ଦର
author img

By

Published : Mar 16, 2020, 3:02 PM IST

ନୂଆଦିଲ୍ଲୀ: ସୋମବାର ଅପରାହ୍ନ 4ଟା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ । କୋରୋନା ଭାଇରସ ପ୍ରଭାବରେ ସଂଘର୍ଷ କରୁଥିବା ଭାରତୀୟ ଅର୍ଥବ୍ୟବସ୍ଥାକୁ ସାହାଯ୍ୟ ପାଇଁ କମିପାରେ ରୋପୋରେଟ ଦର । ଗତ ସପ୍ତାହରୁ ଏନେଇ ଚର୍ଚ୍ଚା ଜୋର ଧରିଛି ।

ଆରବିଆଇ ତାର ରେପୋରେଟ ଦର ବା ସୁଧହାରକୁ 15ରୁ25 ବେସିସ ପଏଣ୍ଟ କମ କରିପାରେ ବୋଲି କୁହାଯାଇଛି । ବର୍ତ୍ତମାନ ସମୟରେ ଆରବିଆଇର ରେପୋରେଟ ଦର 5.15 ରହିଛି ।

ପ୍ରକାଶ ଯେ, କୋରୋନା ପ୍ରଭାବରରୁ ମୁକୁଳିବା ପାଇଁ ପଦକ୍ଷେପ ନେଇ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡରାଲ ରିଜର୍ଭ ଅଚାନକ ସୁଧ ଦରରେ ଭାରୀ ହ୍ରାସ କରିଛି । ଫେଡରାଲ ରିଜର୍ଭ ବ୍ୟାଙ୍କ ସୁଧ ଦର ଶୂନ୍ୟକୁ ହ୍ରାସ କରି ଆମେରିକା ଅର୍ଥନୀତିକୁ ସହାୟତା କରିବାକୁ ଚେଷ୍ଟା କରିଛି । ଫେଡରାଲ ରିଜର୍ଭ ପକ୍ଷରୁ ସୁଧହାରକୁ ହ୍ରାସ କରି 0ରୁ 0.25 ପ୍ରତିଶତ କରିଛି । ଏହା ପୂର୍ବରୁ ମାର୍ଚ୍ଚ 3ରେ ଫେଡ ସୁଧଦରକୁ 0.5 ପ୍ରତିଶତ କମାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.