ETV Bharat / business

ରେଟିଂ ଏଜେନ୍ସି ପ୍ରମୁଖଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର - ଆରବିଆଇ ଗଭର୍ଣ୍ଣରଙ୍କ ସହ ରେଟିଂ ଏଜେନ୍ସିର ବୈଠକ

ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରେଡିଟ ରେଟିଂ ଏଜେନ୍ସି ପ୍ରମୁଖଙ୍କ ସହ ବୈଠକ କରିଛନ୍ତି । ଏଥିରେ ଦାସ ଏଜେନ୍ସିଗୁଡିକୁ ଅର୍ଥନୀତିର ବିଭିନ୍ନ ଦିଗ ଉପରେ ମତ ମାଗିଛନ୍ତି । ଅଧିକ ପଢନ୍ତୁ..

RBI Governor meets heads of rating agencies
ରେଟିଂ ଏଜେନ୍ସି ପ୍ରମୁଖଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର
author img

By

Published : Jun 11, 2020, 6:03 PM IST

ମୁମ୍ବାଇ: ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରେଡିଟ ରେଟିଂ ଏଜେନ୍ସି ଗୁଡିକୁ ବୃହତ୍ତ ଆର୍ଥିକ ସ୍ଥିତି ଉପରେ ନିଜ ମତ ଦେବାକୁ କହିଛନ୍ତି । ଏଥିସହ ସେମାନଙ୍କୁ ଆର୍ଥିକ କ୍ଷେତ୍ର ସମତେ ବିଭିନ୍ନ ଉଦ୍ୟେଗ ପରିସ୍ଥିତି ବିଷୟରେ କହିବାକୁ କହିଛନ୍ତି।

କେନ୍ଦ୍ରୀୟ ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ରେଡିଟ ରେଟିଂ ଏଜେନ୍ସିର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆରବିଆଇ ଗଭର୍ଣ୍ଣର ଏକ ବୈଠକ କରିଛନ୍ତି।

ଏହି ବୈଠକରେ ରିଜର୍ଭ ବ୍ୟାଙ୍କର ଡେପ୍ୟୁଟି ଗଭର୍ଣ୍ଣର ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ମିଳିଥିବା ତଥ୍ୟ ଅନୁସାରେ ଏହି ବୈଠକେ ରେଟିଂ ଏଜେନ୍ସି ସହ ମାକ୍ରୋ ଅର୍ଥନୀତିର ଆକଳନ ଓ ବିଭିନ୍ନ କ୍ଷେତ୍ରର ପରିସ୍ଥିତି ସମ୍ଭନ୍ଧରେ ଚର୍ଚ୍ଚା ହୋଇଛି ।

ଏଥିସହ ୟୁନିଟଗୁଡିର ଆର୍ଥିକ ସ୍ଥିତି ଉପରେ ରେଟିଂ ଏଜେନ୍ସିର ବିଚାର ଓ ଏହି ସମୟରେ କ୍ରେଡିଟ ରେଟିଂ ଉପରେ ପ୍ରମୁଖ କାରଣ ଉପରେ ମଧ୍ୟ ଆଲୋଚନା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.