ETV Bharat / business

କାରବାରରେ ଚିନ୍ତା ବଢାଉଛି କ୍ରିପ୍ଟୋକରେନ୍ସି , ଶୀଘ୍ର ନିଆଯିବ କାର୍ଯ୍ୟନୁଷ୍ଠାନ - କ୍ରିପ୍ଟୋକରେନ୍ସି

କେନ୍ଦ୍ରୀୟ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରାଳୟ ମଧ୍ୟରେ କୌଣସି ମତଭେଦ ନାହିଁ । ଆଉ ଉଭୟ ଆର୍ଥିକ ସ୍ଥିରତାକୁ ନେଇ ପ୍ରତିବଦ୍ଧ । ଅଧିକ ପଢନ୍ତୁ...

କାରବାରରେ ଚିନ୍ତା ବଢାଉଛି କ୍ରିପ୍ଟୋକରେନ୍ସି , ଶୀଘ୍ର ନିଆଯିବ କାର୍ଯ୍ୟନୁଷ୍ଠାନ

author img

By

Published : Mar 26, 2021, 6:51 AM IST

ନୂଆଦିଲ୍ଲୀ: ବଜାରରେ କ୍ରିପ୍ଟୋକରେନ୍ସି କାରବାରକୁ ନେଇ ଜାରି ରହିଛି ଆରବିଆଇର ଚିନ୍ତା । ଏ ନେଇ ଆରବିଆଇ ସରକାରଙ୍କୁ ଅବଗତ କରାଇଛି । ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ କହିଛନ୍ତି ।

ସେ ଆହୁରୀ ମଧ୍ୟ ଜଣାଇଛନ୍ତି କି ଏହି ମାମଲାରେ କେନ୍ଦ୍ରୀୟ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରାଳୟ ମଧ୍ୟରେ କୌଣସି ମତଭେଦ ନାହିଁ । ଆଉ ଉଭୟ ଆର୍ଥିକ ସ୍ଥିରତାକୁ ନେଇ ପ୍ରତିବଦ୍ଧ । ଆଗକୁ କୁହାଯାଇଛି କି ଆମେ ଏ ସମ୍ବନ୍ଧରେ କେନ୍ଦ୍ର ପକ୍ଷରୁ ଅନ୍ତିମ ନିର୍ଣ୍ଣୟର ଅପେକ୍ଷା କରିବାକୁ ପଡିବ ।

କ୍ରିପ୍ଟୋକରେନ୍ସିକୁ ନେଇ ସରକାରଙ୍କ ପକ୍ଷରୁ କିଛି ଭ୍ରମ ସୃଷ୍ଟି କରୁଥିବା ସଙ୍କେତ ମଧ୍ୟରେ ଦାସ ଏ ନେଇ ମତ ରଖିଛନ୍ତି । ଏହି ପ୍ରକାର ମୁଦ୍ରାରେ ଯଥେଷ୍ଟ ଅସ୍ଥିରତା ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଇଚ୍ଛା ପ୍ରକାଶ କରିବା ପରେ ବିଟକଏନ୍ ଭଳି ମୁଦ୍ରା ଉପରେ ସରକାର କିଛି ନରମ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ।

ଟାଇମ୍ସ ନେଟୱର୍କ ଇଣ୍ଡିଆ ଇକୋନୋମିକ କନକ୍ଲେଭରେ ଦାସ କହିଛନ୍ତି କି ଆରବିଆଇ କ୍ରିପ୍ଟୋକରେନ୍ସିକୁ ନେଇ ରହିଥିବା ବିପଦକୁ ସରକାରଙ୍କୁ ଅବଗତ କରାଇଛି । ତେବେ କେନ୍ଦ୍ରୀୟ ବ୍ୟାଙ୍କର ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଠାରୁ ଅଲଗା ।

ପୂର୍ବରୁ ମଧ୍ୟ ଶକ୍ତିକାନ୍ତ କହିଥିଲେ କି ଅର୍ଥବ୍ୟବସ୍ଥା ଓ ଦେଶର ଆର୍ଥିକ ସ୍ଥିରତା ଉପରେ କ୍ରିପ୍ଟୋକରେନ୍ସି ପ୍ରଭାବକୁ ନେଇ ଚିନ୍ତିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଆରବିଆଇ ଅନୁସାରେ ଡିଜିଟାଲ ମୁଦ୍ରାର ବ୍ୟବହାର ମନି ଲଣ୍ଡ୍ରରିଂ ଓ ଆତଙ୍କବାଦର ଅର୍ଥପୋଷଣ ବା ଟଙ୍କା ଯୋଗାଇବା ପାଇଁ କରାଯାଇପାରେ । ସରକାର ସଂସଦରେ ଏଭଳି ବିଲ ଆଣିବାକୁ ଯୋଜନା କରୁଛନ୍ତି , ଯାହା ଜରିଆରେ କମ୍ପାନୀ ଓ ବ୍ୟକ୍ତିଗତ ଲୋକଙ୍କୁ କ୍ରିପ୍ଟୋକରେନ୍ସିରେ କାମ କରିବାକୁ ରୋକା ଯାଇ ପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.