ETV Bharat / business

ସରକାରଙ୍କୁ ଆରବିଆଇର ସର୍ବକାଳୀନ ସହାୟତା, ଦେବ 1,76ଲକ୍ଷ କୋଟି

author img

By

Published : Aug 27, 2019, 1:50 PM IST

ସରକାରଙ୍କୁ ଆରବିଆଇ 1,76.051 କୋଟି ଟଙ୍କା ହସ୍ତାନ୍ତରଣ କରିବ । ଏଥିସହ ବଳକା ଅର୍ଥରାଶିକୁ ମଧ୍ୟ ସରକାଙ୍କୁ ଦେବାକୁ ଆରବିଆଇ ମଞ୍ଜୁରୀ ଦେଇଛି । ବିମଲ ଜଲାନା କମିଟିର ସୁପାରିଶକୁ ଆଧାରରେ ଆରବିଆଇ ଏ ନେଇ ନିଷ୍ପତ୍ତି ନେଇଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ 1,76.051 କୋଟି ଟଙ୍କା ଦେବ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରିବିଆଇ) । ସୋମବାର ଆବିଆଇର ବୋର୍ଡ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ବୋର୍ଡ ନିଷ୍ପତ୍ତି ଅନୁଯାୟୀ, ସରକାରଙ୍କୁ ହସ୍ତାନ୍ତରଣ ରାଶି ମଧ୍ୟରେ 2018-19 ଆର୍ଥିକ ବର୍ଷ ପାଇଁ 1,23,414 କୋଟି ବଳକା ରାଶି ଦିଆଯିବ । ସେହିପରି 52,637 କୋଟି ଅତିରିକ୍ତ ଟଙ୍କା ଦେବାକୁ ଇସିଏଫର(ଇକୋନୋମିକ କ୍ୟାପିଟାଲ ଫ୍ରେମୱାର୍କ) ବିମଳ ଜଲାନ କମିଟି ସୁପାରିଶ ଆଧାରରେ ଆରବିଆଇ ସ୍ଥିର କରିଛି । ତେବେ ଏହି ବଳକା ରାଶି ସାଧାରଣତଃ ଲାଭାଂଶ ଭାବେ ବିଚାର କରାଯାଏ ।

ବର୍ତ୍ତମାନ ସୁଦ୍ଧା ଆରବିଆଇ ତାର ଲାଭାଂଶରୁ ଯେତେ ବି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେଇଛି , ତାହାକୁ ଦେଖିବାକୁ ଗଲେ ଚଳିତ ଥରର ଘୋଷଣା ସର୍ବକାଳୀନ ରେକର୍ଡ । ଏହା ପୂର୍ବ ବର୍ଷ ଆରବିଆଇ ସରକାରଙ୍କୁ 50 ହଜାର କୋଟି ଟଙ୍କା ଲାଭାଂଶ ଦେଇଥିଲା । ଆଉ ତା ପୂ୍ର୍ବରୁ (2016-17)ବିମୁଦ୍ରିକରଣ ଲାଗୁ ହୋଇଥିବା ଯୋଗୁଁ ସର୍ବୋଚ୍ଚ ବ୍ୟାଙ୍କ ଲାଭାଂଶ ଆକାରରେ ମାତ୍ର 30,659 କୋଟି ଟଙ୍କା ଦେଇଥିଲା ।

ତେବେ ସରକାରଙ୍କ ଆବଶ୍ୟକତା ପୂରଣ ପାଇଁ ଆରବିଆଇ ସରକାରଙ୍କୁ ପ୍ରାୟ 3 ଲକ୍ଷ କୋଟି ଟଙ୍କା ହସ୍ତାନ୍ତରଣ ନେଇ ଜଲାନା କମିଟି ସୁପାରିଶ କରିବ ବୋଲି ବିଶେଷଜ୍ଞ ଆଶାବାଦୀ ଥିଲେ । ହେଲେ କମିଟି ରିପୋର୍ଟ ଆଧାରରେ କମ ଅର୍ଥ ଦିଆଯାଇଛି ।

ପ୍ରକାଶ ଥାଉ ଯେ, 2018-19ରେ ଆରବିଆଇ ପ୍ରକାଶ କରିଥିବା ରିପୋର୍ଟ ମୁତାବକ ସର୍ବୋଚ୍ଚ ବ୍ୟାଙ୍କ ପାଖରେ ପାଖାପାଖୀ 9.6 ଲକ୍ଷ ଟଙ୍କା ରହିଛି । ଯେଉଁଥିରେ 2.3 ଲକ୍ଷ କୋଟିର ଜରୁରୀ ପାଣ୍ଠି ଓ 6.92 କୋଟି ଟଙ୍କାପର ପୁନଃମୂଲ୍ୟାୟନ ଅର୍ଥ ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.