ETV Bharat / business

ରାଜ୍ୟସଭାରେ ପାରିତ ହେଲା ବ୍ୟାଙ୍କିଂ ନିୟାମକ ସଂଶୋଧନ ବିଲ - Banking Regulation Amendment Bill 2020

ଜମାକାରୀଙ୍କୁ ସୁରକ୍ଷା ଓ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ମଜବୁତ ରଖିବା ପାଇଁ ଆସିଲା ବ୍ୟାଙ୍କିଂ ନିୟାମକ ସଂଶୋଧନ ବିଲ 2020 । ପୂର୍ବରୁ ଲୋକସଭାରେ ପାରିତ ଏହି ବିଲକୁ ଆଜି ରାଜ୍ୟସଭାରେ ଗ୍ରୀନ ସିଗନାଲ ମିଳିଛି । ଅଧିକ ପଢନ୍ତୁ..

ରାଜ୍ୟସଭାରେ ପାରିତ ହେଲା ବ୍ୟାଙ୍କିଂ ନିୟାମକ ସଂଶୋଧନ ବିଲ

author img

By

Published : Sep 22, 2020, 1:32 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ବ୍ୟାଙ୍କିଂ ନିୟାମକ ସଂଶୋଧନ ବିଲ 2020 (Banking Regulation Amendment Bill 2020) । ଏହି ବିଲ ଜରିଆରେ ସହକାରୀ ବା କୋଅପରେଟିଭ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ସୁପରଭିଜନରେ ଆଣିବାକୁ ପ୍ରସ୍ତାବ ଦିଆଯାଇଛି ।

ପୂର୍ବରୁ ଲୋକସଭାରେ ଏହି ବିଲ ପାସ ହୋଇଥିଲା ସମୟରେ ଅର୍ଥମନ୍ତ୍ରୀ କହିଥିଲେ କି, ‘‘ଆମେ ଏହି ସଂଶୋଧନକୁ ଜମାକର୍ତ୍ତାଙ୍କୁ ସୁରକ୍ଷା ଦେବା ପାଇଁ ଆଣିବାକୁ ଚେଷ୍ଟା କରୁଛୁ । କାରଣ ବ୍ୟାଙ୍କ ସ୍ଥିତି ବିଗିଡିରଲେ ଏହାର ସାମ୍ନା ଜମାକର୍ତ୍ତାଙ୍କୁ କରିବାକୁ ପଡୁଛି ।’’

ଅର୍ଥମନ୍ତ୍ରୀ ଦର୍ଶାଇଥିଲେ କି, 277 ସହରୀ ସହକାରୀ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ରହିଛି । ସେଥିରୁ 105 ସହକାରୀ ବ୍ୟାଙ୍କ ମନିମମ ରେଗୁଲେଟରୀ କ୍ୟାପିଟାଲ ଆବଶ୍ୟକ ପୂରା ପାଇଁ ଅସମର୍ଥ । 47 ବ୍ୟାଙ୍କର ନେଟୱର୍ଥ ନେଗେଟିଭ ଅଛି । 328 ସହରୀ ସହକାରୀ ବ୍ୟାଙ୍କର ମୋଟ ଏନପିଏ ଅନୁପାତ 15 ପ୍ରତିଶତରୁ ଅଧିକ ଅଛି ।

ସଂସଦରେ ଚାଲିଥିବା 18 ଦିନିଆ ମୌସୁମୀ ଅଧିବେଶନର ଆଜି ନବମ ଦିନ । କୋଭିଡ 19 ସଙ୍କଟ ମଧ୍ୟରେ ସେପ୍ଟେମ୍ବର 14ରୁ ଅଧିବେଶନ ଆରମ୍ଭ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.