ETV Bharat / business

ନୂତନ ନିଯୁକ୍ତି ଉପରେ ରୋକ ଲଗାଇଲା ଭାରତୀୟ ରେଳ ବିଭାଗ

author img

By

Published : Jul 11, 2020, 10:59 AM IST

କୋରୋନା ଲକଡାଉନ ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ଏଥିରେ ସୁଧାର ଆଣିବାକୁ ଯାଇ ଭାରତୀୟ ରେଲୱେ ପକ୍ଷରୁ କୌଣସି ନିଯୁକ୍ତ କିମ୍ବା ନୂତନ ପଦବୀ ସୃଷ୍ଟି କରିବ ନାହିଁ । ଅଧିକ ପଢନ୍ତୁ...

ନୂତନ ନିଯୁକ୍ତି ଉପରେ ରୋକ ଲଗାଇଲା ଭାରତୀୟ ରେଳ ବିଭାଗ
ନୂତନ ନିଯୁକ୍ତି ଉପରେ ରୋକ ଲଗାଇଲା ଭାରତୀୟ ରେଳ ବିଭାଗ

ଚେନ୍ନାଇ: ଭାରତୀୟ ରେଳ ବିଭାଗରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଜୋରଦାର ଝଟକା । ମହାମାରୀ କୋରୋନା ପାଇଁ ରେଳ ବିଭାଗରେ କୌଣସି ଚାକିରି ନାହିଁ । ନୂତନ ପଦବୀ ସୃଷ୍ଟି କରାଯିବ ନାହିଁ କି ଖାଲି ପଡିଥିବା ପଦବୀ ଗୁଡିକ ପାଇଁ ନିଯୁକ୍ତି ଦିଆଯିବ ନାହିଁ । କୋରୋନା ଲକଡାଉନ କାରଣରୁ ରେଳ ଚଳାଚଳ ଠପ ହୋଇପଡିବାରୁ ପ୍ରବଳ କ୍ଷତି ସହିଛି ଭାରତୀୟ ରୋଳ ବିଭାଗ ।

ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ପ୍ରଶାସନିକ ବ୍ୟୟ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଗତ ନଭେମ୍ବର ମାସରେ ପ୍ରାୟ 2.93 ଲକ୍ଷ ପଦବୀ ପୂରଣ ପାଇଁ ପ୍ରଶାସନିକ କାର୍ଯ୍ୟ ଆରମ୍ଭ କରିଥିଲା ନେଇ ରେଳମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଥିଲେ ।

ସମ୍ପ୍ରତ୍ତି ସମୟରେ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଛି । ଏଥିରେ ସୁଧାର ଆଣିବାକୁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । ରେଲୱେ ବୋର୍ଡ ଜୋନାଲ ରେଳବାଇ ଏବଂ ଉତ୍ପାଦନ ୟୁନିଟ୍ ଗୁଡିକୁ ନିର୍ଦ୍ଦେଶ ଦେବା ପର୍ଯ୍ୟନ୍ତ ସୁରକ୍ଷା ବର୍ଗ ବ୍ୟତୀତ ନୂତନ ପଦବୀ ସୃଷ୍ଟି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରେଳବାଇର ସର୍ବୋଚ୍ଚ ସଂସ୍ଥା ମଧ୍ୟ ଜୋନାଲ ରେଳବାଇକୁ ଗତ ଦୁଇବର୍ଷ ମଧ୍ୟରେ ସୃଷ୍ଟି ହୋଇଥିବା ପୋଷ୍ଟଗୁଡିକର ସମୀକ୍ଷା କରିବାକୁ କହିଛନ୍ତି । ଯଦି କିଛି ପଦବୀ ଖାଲି ପଡିଥିବ ସେଗୁଡିକ ସ୍ଥଗିତ ରଖାଯିବା ସହ ନୂତନ ନିଯୁକ୍ତି ମିଳିବ ନାହିଁ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.