ନୂଆଦିଲ୍ଲୀ: ସ୍ବଚ୍ଛତା ବୃଦ୍ଧି ଏବଂ ରେଲୱେରେ ବ୍ୟବସାୟକୁ ସହଜ କରିବା ପାଇଁ ଭାରତୀୟ ରେଳ ବିଭିନ୍ନ ପ୍ରୟାସ କରୁଛି । ପ୍ରତିବର୍ଷ ରେଳୱେ ପକ୍ଷରୁ ବଡ ପରିମାଣରେ ବିଭିନ୍ନ ପ୍ରକାରର ସାମଗ୍ରୀ କ୍ରୟ କରାଯାଇଥାଏ । ତେବେ କ୍ରୟ ପ୍ରଣାଳୀକୁ ସହଜ କରିବା ପାଇଁ ରେଲୱେ ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରିଛି ।
ଭାରତୀୟ ରେଳବାଇର କ୍ରୟ ନିୟମ ଅନୁଯାୟୀ କେବଳ ରେଲୱେର ଭେଣ୍ଡର ଅନୁମୋଦନ ଏଜେନ୍ସି ଦ୍ବାରା ମଞ୍ଜୁର କରାଯାଇଥିବା ଭେଣ୍ଡର ବା କ୍ରେତା ହିଁ ରେଲୱେକୁ ଯୋଗାଣ କରିପାରିବେ । ରେଲୱେର ନୂଆ ନିୟମ ମୁତାବକ ଭେଣ୍ଡରଙ୍କୁ ଏବେ ପ୍ରତି ୟୁନିଟ ପାଇଁ ଅନୁମୋଦନର ଆବଶ୍ୟକ ହେବ ନାହିଁ ।
ଅନୁମୋଦିତ ଭେଣ୍ଡର ରେଲୱେର ଅଧିକୃତ ବିବେଚନା କରାଯିବ । ଏବଂ ରେଲୱେର ସମସ୍ତ ୟୁନିଟ ଏହି ଭେଣ୍ଡରଙ୍କ ଆପ୍ରୁଭ ପ୍ରଡକ୍ଟ କିଣିପାରିବେ ।
ଏହି ନିଷ୍ପତ୍ତି ଦ୍ବାରା ଭେଣ୍ଡରଙ୍କ ସମୟ ବଞ୍ଚିବ । ଏଥିସହ ସେମାନଙ୍କୁ ବିଭିନ୍ନ ଅନୁମୋଦନ ଏଜେନ୍ସିର ସମ୍ପର୍କ କରିବାକୁ ପଡିବ ନାହିଁ । ସେହିପରି ରେଲୱେର ସାର୍ବଜନୀକ କ୍ରୟରେ ପ୍ରତିଯୋଗିତା ବୃଦ୍ଧି ଯୋଗୁଁ ରେଲୱେକୁ ଭଲ ଦାମ ସାମଗ୍ରୀ ମିଳିପାରିବ । ଏହା ଭାରତରେ ଶିଳ୍ପର ଉତ୍ପାଦନ କ୍ଷମତାକୁ ମଧ୍ୟ ପ୍ରୋତ୍ସାହନ ଦେବ । ଏଥିସହ ମେକ ଇନ ଇଣ୍ଡିଆକୁ ସଫଳ କରିପାରିବ ।