ETV Bharat / business

ବିନା ଗ୍ୟାରେଣ୍ଟିରେ MSMEକୁ ଦିଆଯାଇଛି 12,201 କୋଟି ଋଣ - ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

ଲକଡାଉନ ପ୍ରଭାବରେ ସଙ୍କଟରେ ରହିଥିବା ଏମଏସଏମଇ ସେକ୍ଟରକୁ ECLGS ଅଧିନରେ ଋଣ ବଣ୍ଟନ ହୋଇଛି । ଜୁନ 9 ସୁଦ୍ଧା ରାଷ୍ଟ୍ରାୟତ ବ୍ୟାଙ୍କ ଏମଏସଏମଇକୁ 12,200.65 କୋଟି ଟଙ୍କା ଦେଇଛି । ଅଧିକ ପଢନ୍ତୁ..

psbs disburse rs 12201 cr loan to msmes under emergency credit line scheme
ଏମଏସଏମଇକୁ ଋଣ ବଣ୍ଟନ
author img

By

Published : Jun 11, 2020, 8:20 PM IST

ନୂଆଦିଲ୍ଲୀ: ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ (ପିଏସବି) ଜୁନ 9 ସୁଦ୍ଧା ଏମଏସଏମଇ ସେକ୍ଟରକୁ ବିନା ବନ୍ଧକରେ 12,200.65 କୋଟି ଟଙ୍କାର ଋଣ ବଣ୍ଟନ କରିଛି । ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ ଘୋଷଣା ହୋଇଥିବା 3 ଲକ୍ଷ କୋଟି ଟଙ୍କାର ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା (ECLGS)ଅଧିନରେ ଏହି ଋଣ ଦିଆଯାଇଛି ।

ଗୁରୁବାର ଅର୍ଥମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । କୋରୋନା ଭାଇରସ ପ୍ରତିହତ ପାଇଁ ଜାରି ଲକଡାଉନ ଯୋଗୁଁ ଏମଏସଏମଇ ସେକ୍ଟର ଗଭୀର ଭାବେ ପ୍ରଭାବିତ ହୋଇଛି ।

ମନ୍ତ୍ରଣାଳୟ କହିଛି କି, ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଜୁନ 1 ରୁ ଏମଏସଏମଇ ସେକ୍ଟରକୁ 100 ପ୍ରତିଶତ ECLGS ଅଧିନରେ 24,260.65 କୋଟି ଟଙ୍କା ଋଣ ମଞ୍ଜୁର କରିଛି । ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମମଣ ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏମଏସଏମଇ ସେକ୍ଟରକୁ ଋଣ ବଣ୍ଟନ ମଧ୍ୟ ଏହି ପ୍ୟାକେଜର ଏକ ଅଂଶ।

ଏହି ଯୋଜନା ଅଧିନରେ ଏମଏସଏମଇ ସେକ୍ଟରକୁ 24,260.65 କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଥିବା ବେଳେ ଏଥିରୁ 12,200.65 କୋଟି ଟଙ୍କା ଋଣ ଦିଆଯାଇଛି ।

ଏଥିମଧ୍ୟରେ ତାମିଲନାଡୁର ୟୁନିଟକୁ ସବୁଠୁ ଅଧିକ 2,637 କୋଟି ଟଙ୍କା ଋଣ ମଞ୍ଜୁର କରିଛି । ଏଥିରୁ 1,727 କୋଟି ଟଙ୍କା ଋଣ ଦିଆଯାଇଛି । ସେହିପରି ଉତ୍ତରପ୍ରଦେଶର ୟୁନିଟକୁ 2,547 କୋଟି ଋଣ ମଞ୍ଜୁର ହୋଇଥିଲା ବେଳେ 1,225 କୋଟି ଟଙ୍କା ଋଣ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.