ETV Bharat / business

ହ୍ବାଟସଆପ ୟୁଜର୍ସଙ୍କ ପାଇଁ ବଡ ଖବର, ଜାଣନ୍ତୁ କଣ ରହିଛି ନୂଆ ନିୟମ

author img

By

Published : May 7, 2021, 10:27 PM IST

ଚର୍ଚ୍ଚାରେ ରହିଥିବା ହ୍ବାଟସଆପର ବିବାଦୀୟ ପ୍ରାଇଭେସି ପଲିସି ମାନିବା ନୁହେଁ ବାଧ୍ୟତାମୂଳକ । ଏଥିସହ ମେ 15 ସୁଦ୍ଧା କାହାର ଆକାଉଣ୍ଟ ଡିଲିଟ ହେବନାହିଁ ବୋଲି ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ..

ହ୍ବାଟସଆପର ୟୁଜର୍ସଙ୍କ ପାଇଁ ବଡ ଖବର ,  ଜାଣନ୍ତୁ କଣ ରହିଛି ନୂଆ ନିୟମ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଙ୍ଗ ଆପ ହ୍ବାଟସଆପ ୟୁଜର୍ସଙ୍କୁ ଆଶ୍ବସ୍ତି । ବିବାଦୀୟ ପ୍ରାଇଭେସି ପଲିସିକୁ ନେଇ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ହ୍ବାଟସଆପ । ଏଣିକି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟତା ଉପରେ କରିବେନି କେହି ହସ୍ତକ୍ଷେପ । କାରଣ ୟୁଜର୍ସଙ୍କ ପାଇଁ ବାଧ୍ୟତାମୂଳକ ହେବନାହିଁ ପ୍ରାଇଭେସି ପଲିସି ମାନିବା । ଏଥିସହ ମେ 15 ସୁଦ୍ଧା ଡିଲେଟ ହେବନି ହ୍ବାଟସଆପ ଆକାଉଣ୍ଟ ।

ସମସ୍ତ ୟୁଜରଙ୍କୁ ହ୍ବାଟସଆପର ନୂଆ ପ୍ରାଇଭେସି ପଲିସିକୁ ସ୍ବୀକାର କରିବା ନେଇ କମ୍ପାନୀ ଘୋଷଣା କରିଥିଲା । ଆଉ ଏଥିପାଇଁ ମେ 15 ଥିଲା ଶେଷ ସମୟସୀମା । କିନ୍ତୁ ଏହି ନିଷ୍ପତ୍ତିକୁ ପୁଣି ପ୍ରତ୍ୟାହାର କରିଛି କମ୍ପାନୀ । ହ୍ବାଟସଆପ କରିଛି କି ପ୍ରାଇଭେସି ପଲିସି ନେଇ ହୋଇଥିବା ଅପଡେଟ ସର୍ତ୍ତକୁ ଗ୍ରହଣ ନ କରିବା ପରେ ବି ଆକାଉଣ୍ଟ ଡିଲେଟ କରାଯିବ ନାହିଁ ।

ହ୍ବାଟସଆପ ସବୁଠୁ ବଡ ଗ୍ରାହକ ଭାରତ । ଅଧିକ ୟୁଜର୍ସ ଭାରତରେ ଅଛନ୍ତି । ସରକାରୀ ତଥ୍ୟ ଅନୁସାରେ ଦେଶରେ ପ୍ରାୟ 53 କୋଟି ହ୍ବାଟସଆପ ୟୁଜର ଅଛନ୍ତି ।

କମ୍ପାନୀର ପ୍ରବକ୍ତା ପିଟିଆଇଙ୍କୁ ପଠାଇଥିବା ଇମେଲରେ ଲେଖିଛନ୍ତି କି , ପ୍ରାଇଭେସି ପଲିସି ଗ୍ରହଣ କରିନଥିବା ସତ୍ତ୍ବେ ମେ 15 ରେ, କୌଣସି ୟୁଜରଙ୍କ ଆକାଉଣ୍ଟ ବନ୍ଦ ହେବ ନାହିଁ । ଏପରିକି ଭାରତରେ କୌଣସି ମଧ୍ୟ ୟୁଜରଙ୍କ ହ୍ବାଟସଆପର କାର୍ଯ୍ୟକାରିତା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଆମେ ଆସନ୍ତା ଅନେକ ସପ୍ତାହ ପର୍ଯ୍ୟନ୍ତ ରିମାଇଣ୍ଡର ପଠାଇ ଫଲୋଅପ କରିବେ । ତେବେ ଏଥିସହ ପ୍ରବକ୍ତା ଦାବି କରିଛନ୍ତି କି , ସର୍ବାଧିକ ୟୁଜର ନୂଆ ସର୍ତ୍ତକୁ ସ୍ବୀକାର କରିନେଇଛନ୍ତି । ଆଉ କିଛି ଲୋକ ଏହାକୁ ଗ୍ରହଣ କରିବାକୁ ନାରାଜ । ତେବେ କେତେ ୟୁଜର ଏହି ନୂଆ ପଲିସିକୁ ଆପଣେଇଛନ୍ତି ସେ ନେଇ ତଥ୍ୟ ଦେଇନାହିଁ କମ୍ପାନୀ । ହ୍ବାଟସଆପ ଆହୁରୀ ମଧ୍ୟ ସ୍ପଷ୍ଟ କରିନି କି ମେ 15 ଡେଡଲାଇନ ନିଷ୍ପତ୍ତିକୁ କାହିଁକି ପ୍ରତ୍ୟାହାର କଲା ।

ପ୍ରକାଶ ଯେ, ପୂର୍ବରୁ ହ୍ବାଟସଆପର ନୂଆ ପ୍ରାଇଭେସି ପଲିସି ଉପରେ ରୋକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ ଦାଖଲ କରାଯାଇଥିଲା । ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ କି ନାହିଁ , ସେନେଇ ବିତର୍କ ସୃଷ୍ଟି ହୋଇଥିଲା । ହ୍ବାଟସଆପ ନୂଆ ପଲିସି ଅପଡେଟ ଅନୁସାରେ ୟୁଜରଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଥିବା ବେଳେ ଏହା ବ୍ୟକ୍ତିର ଗୋପନୀୟତା ଅଧିକାର ଉଲଙ୍ଘନ କରିବ ବୋଲି ଅଭିଯୋଗ ହୋଇଥିଲା । ଏଥିପାଇଁ ବିବାଦ ଚାଲିଥିବା ମଧ୍ୟରେ ସମୟସୀମା ସରିବା ପୂର୍ବରୁ ଏହି ପଲିସି ଉପରେ ବଡ ଘୋଷଣା କରିଛି ହ୍ବାଟଆପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.