ETV Bharat / business

ଜାଣନ୍ତୁ, ବିଗତ 6 ମାସରେ କେତେ ବଢିଛି ତେଲ ଦାମ ?

author img

By

Published : Feb 15, 2021, 9:14 PM IST

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ପ୍ରଭାବରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ସୋମବାର ବୃଦ୍ଧି ହୋଉଇଛି । ଯାହା ଫଳରେ ଘରୋଇ ବଜାରରେ ଇନ୍ଧନର ଖୁଚୁରା ଦାମ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଜାଣନ୍ତୁ,  ବିଗତ 6 ମାସରେ କେତେ ବଢିଛି ତେଲ ଦାମ ?
ଜାଣନ୍ତୁ, ବିଗତ 6 ମାସରେ କେତେ ବଢିଛି ତେଲ ଦାମ ?

ନୂଆଦିଲ୍ଲୀ: ସମଗ୍ର ଦେଶରେ ପେଟ୍ରୋଲ-ଡିଜେଲ ଦାମ ବୃଦ୍ଧି ଲଗାତାର 7 ଦିନ ଧରି ଜାରି ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ପ୍ରଭାବରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ସୋମବାର ବୃଦ୍ଧି ହୋଉଇଛି । ଯାହା ଫଳରେ ଘରୋଇ ବଜାରରେ ଇନ୍ଧନର ଖୁଚୁରା ଦାମ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି 89 ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ରାଜସ୍ଥାନରେ ଏହା ଶତକ ଛୁଇଁବା ନିକଟତର । ସରକାରୀ ତେଲ ମାର୍କେଟିଂ କମ୍ପାନୀର ଦାମ ଅଧିସୂଚନା ଅନୁସାରେ, ସୋମବାର ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି 88.99 ଟଙ୍କା ଓ ମୁମ୍ବାଇ ସର୍ବୋଚ୍ଚ ସ୍ତର 95.46 ଟଙ୍କା ରହିଛି ।

ଗତ 6 ମାସରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦାମ ପ୍ରାୟ 17 ଡଲାର ବୃଦ୍ଧି ହୋଇଛି । ସେହିପରି ପେଟ୍ରୋଲ ଦାମ ଲିଟର ପିଛା 7.38 ଟଙ୍କା ଓ ଡିଜେଲ 6.73 ଟଙ୍କା ମହଙ୍ଗା ହୋଇଯାଇଛି ।

2020 ଡିସେମ୍ବର 15 ରେ ନ୍ୟୁୟର୍କ ମର୍କାଣ୍ଟାଇଲ୍ ଏକ୍ସଚେଞ୍ଜ (Nymax)ରେ ଟେକ୍ସାସ ଇଣ୍ଟରମିଡିଏଟ (WTI) ଚୁକ୍ତିନାମା ଆଧାରରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପ୍ରତି 43.15 ଡଲାର ଥିଲା । ଯାହାକି 2021 ଫେବୃଆରୀ 15 ରେ ବ୍ୟାରେଲ ପିଛା 60.45 ଡଲାରରେ କାରବାର କରୁଛି ।

ପେଟ୍ରୋଲ ଦାମ 2020 ସେପ୍ଟେମ୍ବରରେ ଲିଟ ପ୍ରତି 81.61 ଟଙ୍କା ଥିଲା । ଯାହାକି ଫେବୃଆରୀ 15 ରେ ବୃଦ୍ଧି ହୋଇ 88.99 ଟଙ୍କାରେ ପହଞ୍ଚିଛି । ସେହିଭଳି ଡିଜେଲ ଦାମ ମଧ୍ୟ 2020 ସେପ୍ଟେମ୍ବରରେ ଲିଟର ପ୍ରତି 72.62 ଟଙ୍କାତୁଳନାରେ ଫେବୃଆରୀ 15 ରେ ଲିଟର ପିଛା 79.35 ଟଙ୍କାରେ ବିକ୍ରି ହେଉଛି ।

କିଭଳି ହୁଏ ତେଲ ଦାମର ଗଣନା

ଇଣ୍ଡଆନ ଅଏଲ ଫେବୃଆରୀ ପହିଲାରେ ଜାରି କରିଥିବା ପ୍ରେସ ବିଜ୍ଞପ୍ତି ଆଧାରରେ ଯଦି ପେଟ୍ରୋଲର ମୂଳ ଦାମ ଲିଟର ପ୍ରତି 29.34 ଟଙ୍କା, ତା ଉପରେ 0.37 ଟଙ୍କା ଭଡା ଲାହେ । ଏହା ବ୍ୟତିତ ଏଥିରେ ସୀମା ଶୁଳ୍କର 32.98 ଟଙ୍କା ଓ ଡିଲରର କମିଶନ ବାବଦରେ 3.69 ଟଙ୍କା ଯୋଡି ହୁଏ । ଏହା ବାଦ ଏଥିରେ 30 ପ୍ରତିଶତ ହାରରେ ଭାଟ ମଧ୍ୟ ଲାଗେ । ଯାହାର ଦାମ 19.92 ଟଙ୍କା । ସେହିଭଳି 29.34 ଟଙ୍କାର ମୂଳ ଦାମ ରହିଥିବା ପେଟ୍ରୋଲ ଲିଟର ପ୍ରତି 86.30 ଟଙ୍କାରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେଉଛି ।

ଇନ୍ଧନ ଦାମ ଗତ 6 ମାସରେ ଲିଟର ପ୍ରତି ବୃଦ୍ଧି (ଦିଲ୍ଲୀରେ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.