ନୂଆଦିଲ୍ଲୀ: ସାର୍ବଜନିକ କ୍ଷେତ୍ରର କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ଘରୋଇକରଣ ହେବ । ଆଉ ଏହା ପରେ ବି କମ୍ପାନୀର 7.3 କୋଟି ଘରୋଇ ରନ୍ଧନ ଗ୍ୟାସ ଗ୍ରାହକଙ୍କୁ ସବସିଡି ଲାଭ ମିଳିବା ଜାରି ରହିବ ।
କମ୍ପାନୀର ଏଲପିଜି କାରବାର ପାଇଁ ଏକ ଅଲଗା ଏକ ରଣନୀତିକ ବ୍ୟବସାୟ ୟୁନିଟ୍ (SBU) ଗଠନ କରିବା ଯୋଜନା ଅଛି । BPCL ର ନୂତନ ମାଲିକ ଏହାର ଅଧିଗ୍ରହଣର ମାତ୍ର ତିନି ବର୍ଷ ପରେ ହିଁ କମ୍ପାନୀର LPG ବ୍ୟବସାୟକୁ ବଜାୟ ରଖିବା କିମ୍ବା ବିକ୍ରୟ କରିବା ଅଧିକାର ପାଇବେ । ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ଅଧିକାରୀ କହିଛନ୍ତି ଯେ ତିନି ବର୍ଷ ପରେ ବି ଯଦି ବିପିସିଏଲର ନୂତନ ମାଲିକ ଏଲପିଜି ବ୍ୟବସାୟକୁ କମ୍ପାନୀରେ ରଖିବାକୁ ଚାହାଁନ୍ତି, ତେବେ ତା ପରେ ବି ଗ୍ରାହକଙ୍କୁ ସରକାରୀ ସବସିଡି ମିଳିବା ଜାରି ରହିବ । ଆଉ ଯଦି ନୂତନ ମାଲିକ ଏଲପିଜି ବ୍ୟବସାୟ ରଖିବାକୁ ମନା କରନ୍ତି, ତେବେ ତିନି ବର୍ଷ ପରେ ଏହାର ଏଲପିଜି ଗ୍ରାହକଙ୍କୁ ଅନ୍ୟ ଦୁଇଟି ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମକୁ ସ୍ଥାନାନ୍ତର କରାଯିବ ।
ଘରୋଇକରଣ ପରେ ଭାରତ ପେଟ୍ରୋଲିୟମକୁ ସବସିଡି ଦେବାର ଅର୍ଥ ନୁହେଁ କି, ଅନ୍ୟ ଘରୋଇ ଏଲପିଜି ବିତରକମାନଙ୍କୁ ମଧ୍ୟ ସବସିଡି ଦିଆଯିବ । ଅଧିକାରୀ କହିଛନ୍ତି ଯେ ‘‘ଭାରତ ପେଟ୍ରୋଲିୟମ ଏକ ପୁରୁଣା କମ୍ପାନୀ ଏବଂ ତେଣୁ ଏହାର ଗ୍ରାହକଙ୍କ ସବସିଡି ରାତାରାତି ରଦ୍ଦ ହୋଇପାରିବ ନାହିଁ । ସରକାରଙ୍କ ଅଧିନରୁ ଭାରତ ପେଟ୍ରୋଲିୟମ ବାହାରିବା ପରେ ମଧ୍ୟ ତିନି ବର୍ଷ ପାଇଁ ଏହି ନୂତନ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯିବ ।
କମ୍ପାନୀର ନୂଆ ମାଲିକ କୌଣସି ସମ୍ପତ୍ତି ବିକ୍ରୟ କିମ୍ବା ସ୍ଥାନାନ୍ତର କରିବାକୁ ସମର୍ଥ ହେବେ ନାହିଁ । ତେବେ ତିନି ବର୍ଷ ପରେ ଏହାର ଏଲପିଜି ବ୍ୟବସାୟର ମାଲିକାନା କିମ୍ବା ବିକ୍ରୟ କରିବାର ଅଧିକାର ରହିବ । ସରକାର ବର୍ଷକୁ 12 ଏଲପିଜି ସିଲିଣ୍ଡର ଉପରେ ସବସିଡି ଯୋଗାଉଛନ୍ତି । ଏହି ମାସରେ ପ୍ରତ୍ୟେକ ସିଲିଣ୍ଡରରେ 50 ଟଙ୍କା ସବସିଡି ଦିଆଯିବ । ଏହା ଗ୍ରାହକଙ୍କ ଆକାଉଣ୍ଟକୁ ସିଧାସଳଖ ବିତରଣ କରାଯିବ ।