ETV Bharat / business

ସଚ୍ଚୋଟ କରଦାତାଙ୍କ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ପ୍ଲାଟଫର୍ମ - Transparent Taxation – Honoring the Honest

ପ୍ରଧାନମନ୍ତ୍ରୀ 'ସ୍ୱଚ୍ଛ ଟିକସ - ସଚ୍ଚୋଟତା ପ୍ରତି ସମ୍ମାନ' ପାଇଁ ଯେଉଁ ପ୍ଲାଟଫର୍ମ ଆରମ୍ଭ କରିବେ ତାହା ପ୍ରତ୍ୟକ୍ଷ ଟିକସ ସଂସ୍କାର ଯାତ୍ରାକୁ ଆହୁରି ଆଗକୁ ନେବ । ଅଧିକ ୁଢନ୍ତୁ..

ସଚ୍ଚୋଟ କରଦାତାଙ୍କ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର  ପ୍ଲାର୍ଟଫର୍ମ

author img

By

Published : Aug 12, 2020, 12:56 PM IST

Updated : Aug 12, 2020, 1:20 PM IST

ନୂଆଦିଲ୍ଲୀ: ସଚ୍ଚୋଟତାର ସହ କର ପୈଠ କରୁଥିବା ପାରଦର୍ଶୀ କରଦାତାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେବ ଏକ ସ୍ବତନ୍ତ୍ର ପ୍ଲାଟଫର୍ମ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ , ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ରହିବେ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି କି, ଆୟକର ବିଭାଗର ଅଧିକାରୀଙ୍କ ବ୍ୟତୀତ ବିଭିନ୍ନ ଚାମ୍ବର ଅଫ କମର୍ସ , ବାଣିଜ୍ୟ ସଙ୍ଗଠନ ଏବଂ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଆସୋସିଏସନ୍ ସହିତ ଜଣାଶୁଣା ଟିକସଦାତା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

ଏହି ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ 'ସ୍ୱଚ୍ଛ ଟିକସ - ସଚ୍ଚୋଟତା ପ୍ରତି ସମ୍ମାନ' (Transparent Taxation – Honoring the Honest) ପାଇଁ ଯେଉଁ ପ୍ଲାଟଫର୍ମ ଆରମ୍ଭ କରିବେ ତାହା ପ୍ରତ୍ୟକ୍ଷ ଟିକସ ସଂସ୍କାର ଯାତ୍ରାକୁ ଆହୁରି ଆଗକୁ ନେଇଯିବ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ନିକଟ ଅତୀତରେ ପ୍ରତ୍ୟକ୍ଷ ଟିକସରେ ଅନେକ ପ୍ରମୁଖ ବା ବଡ ଟିକସ ସଂସ୍କାର କାର୍ଯ୍ୟକାରୀ କରିଛି। ଗତ ବର୍ଷ କର୍ପୋରେଟ ଟ୍ୟାକ୍ସର ହାର 30 ପ୍ରତିଶତରୁ 22 ପ୍ରତିଶତକୁ ହ୍ରାସ କରାଯାଇଥିଲା ଏବଂ ନୂତନ ଉତ୍ପାଦନ ୟୁନିଟ୍ ପାଇଁ ଏହି ହାର ଆହୁରି 15 ପ୍ରତିଶତକୁ ହ୍ରାସ କରାଯାଇଥିଲା ।

Last Updated : Aug 12, 2020, 1:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.