ETV Bharat / business

ଆସନ୍ତା 20ରେ ନୀତି ଆୟୋଗର ବୈଠକ, ପିଏମ କରିବେ ଅଧ୍ୟକ୍ଷତା

କୋଭିଡ ଯୋଗୁଁ ବ୍ରେକ ହୋଇଥିବା ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ ଆସନ୍ତା 20 ତାରିଖରେ ହେବ । ଏଥିରେ ସ୍ବାସ୍ଥ୍ୟ , ଅର୍ଥବ୍ୟବସ୍ଥା ଓ ଶ୍ରମ ସୁଧାର ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ହେବ ଚର୍ଚ୍ଚା । ଅଧିକ ପଢନ୍ତୁ...

ଆସନ୍ତା 20ରେ ନୀତି ଆୟୋଗର ବୈଠକ, ପିଏମ କରିବେ   ଅଧ୍ୟକ୍ଷତା
ଆସନ୍ତା 20ରେ ନୀତି ଆୟୋଗର ବୈଠକ, ପିଏମ କରିବେ ଅଧ୍ୟକ୍ଷତା
author img

By

Published : Feb 4, 2021, 5:03 PM IST

ନୂଆଦିଲ୍ଲୀ: ଆସନ୍ତା 20ରେ ହେବ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ । ଆଉ ଏହାର ଅଧ୍ଯକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ସ୍ବାସ୍ଥ୍ୟ, ଅର୍ଥବ୍ୟବସ୍ଥା ଓ ଶ୍ରମ ସୁଧାର ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ହେବ ଚର୍ଚ୍ଚା । ଗୁରୁବାର ଏ ନେଇ ସୂଚନା ଦିଆଯାଇଛି ।

ନୀତି ଆୟୋଗର ସର୍ବୋଚ୍ଚ ସଂସ୍ଥା ପରିଷଦରେ ସମସ୍ତ ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପ-ରାଜ୍ୟପାଳ, ଅନେକ କେନ୍ଦ୍ରୀୟ ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗର ଚେୟାରମ୍ୟାନ ଅଛନ୍ତି ।

ତଥ୍ୟ ଅନୁସାରେ ପରିଷଦ କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମ ସମେତ ସ୍ବାସ୍ଥ୍ୟ , ଶ୍ରମ ସୁଧାର ଓ ଅର୍ଥବ୍ୟବସ୍ଥାର ସ୍ଥିତି ବିଷୟରେ ଚର୍ଚ୍ଚା କରିବେ । ପରିଚାଳନା ପରିଷଦ ଗତ ବୈଠକ ଏଜେଣ୍ଡା ଉପରେ ନିଆଯାଇଥିବା ପଦକ୍ଷେପର ମଧ୍ୟ ସମୀକ୍ଷା କରିବେ । ପରିଷଦର ବୈଠକ ନିୟମିତ ଭାବେ ହେବ । ଏହାର ପ୍ରଥମ ବୈଠକ 2015 ଫେବୃଆରୀ 8 ରେ ହୋଇଥିଲା ।

କୋଭିଡ-19 ମହାମାରୀ ଯୋଗୁଁ ପରିଚାଳନା ପରିଷଦର ବୈଠକ ଗତ ବର୍ଷ ହୋଇ ପାରିନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.