ETV Bharat / business

ଶୁକ୍ରବାର ପିଏମ-କିଷାନର ଅଷ୍ଟମ କିସ୍ତି ଟଙ୍କା ପାଇବେ ଚାଷୀ

author img

By

Published : May 13, 2021, 6:30 PM IST

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ କିଷାନର ଅଷ୍ଟମ କିସ୍ତି ଟଙ୍କା ଜାରି କରିବେ । ଅଧିକ ପଢନ୍ତୁ..

ଶୁକ୍ରବାର ପିଏମ-କିଷାନର ଅଷ୍ଟମ କିସ୍ତି ଟଙ୍କା ପାଇବେ ଚାଷୀ
ଶୁକ୍ରବାର ପିଏମ-କିଷାନର ଅଷ୍ଟମ କିସ୍ତି ଟଙ୍କା ପାଇବେ ଚାଷୀ

ନୂଆଦିଲ୍ଲୀ: ପିଏମ୍‌ କିଷାନ ହିତାଧିକାରୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଅଧିନରେ ଶୁକ୍ରବାର ଚାଷୀଙ୍କୁ ମିଳିବ ଅଷ୍ଟମ କିସ୍ତି ଟଙ୍କା । ମେ 14ରେ ଦିନ 11ରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ଅଷ୍ଟମ କିସ୍ତି ଟଙ୍କା ଜାରି କରିବେ ।

ଏହା ମାଧ୍ୟମରେ 19,000 କୋଟିରୁ ଊର୍ଦ୍ଧ୍ବ ଟଙ୍କା ସ୍ଥାନାନ୍ତର କରାଯିବ । ଫଳରେ 9.5 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାର ହେବେ ଉପକୃତ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ହିତାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ଉପସ୍ଥିତ ରହିବେ ।

PM-KISAN ଯୋଜନା ଅଧିନରେ ଯୋଗ୍ୟ କୃଷକ ପରିବାରଙ୍କୁ ବାର୍ଷିକ 6 ହଜାର ଟଙ୍କା ଦିଆଯାଉଛି । ଏହା ଅନୁଯାୟୀ ପ୍ରତି 4 ମାସରେ ଥରେ ବର୍ଷକୁ 3 ଥର 2 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ବଣ୍ଟନ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.