ETV Bharat / business

25 କୋଟି ଟପିଲେ ଫୋନ ପେ ୟୁଜର୍ସ , ଅକ୍ଟୋବରରେ 92 କୋଟିରୁ ଅଧିକ ନେଣଦେଣ

author img

By

Published : Nov 2, 2020, 5:45 PM IST

ଫୋନ ପେ ୟୁଜର୍ସ ସଂଖ୍ୟା 25 କୋଟି ପାର କରିଛି । ପାର୍ବଣ ସାଙ୍ଗକୁ କୋଭିଡ ସଙ୍କଟ ମଧ୍ୟରେ ଅନଲାଇନ ନେଣଦେଣ ଚାହିଦା ବଢିଥିବାରୁ ଫୋନ ପେ ଚାହିଦା ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

25 କୋଟି ଟପିଲେ ଫୋନ ପେ ୟୁଜର୍ସ , ଅକ୍ଟୋବରରେ 92 କୋଟିରୁ ଅଧିକ ନେଣଦେଣ
25 କୋଟି ଟପିଲେ ଫୋନ ପେ ୟୁଜର୍ସ , ଅକ୍ଟୋବରରେ 92 କୋଟିରୁ ଅଧିକ ନେଣଦେଣ

ନୂଆଦିଲ୍ଲୀ: ଫୋନ ପେ ୟୁଜର୍ସ ସଂଖ୍ୟା 25 କୋଟି ପାର କରିଛି । ପାର୍ବଣ ସାଙ୍ଗକୁ କୋଭିଡ ସଙ୍କଟ ମଧ୍ୟରେ ଅନଲାଇନ ନେଣଦେଣ ଚାହିଦା ବଢିଥିବାରୁ ଫୋନ ପେ ଚାହିଦା ବୃଦ୍ଧି ହୋଇଛି । ଫ୍ଲିପକାର୍ଟର ମାଲିକାନାରେ ଥିବା ଆର୍ଥିକ ପ୍ରଯୁକ୍ତିବିଦ୍ୟା (ଫିନଟେକ) କମ୍ପାନୀ ଫୋନ ପେ ସୋମବାର ଏ ନେଇ ସୂଚନା ଦେଇଛି ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଅକ୍ଟୋବରରେ ଏହାର ସକ୍ରିୟ ୟୁଜର୍ସଙ୍କ ସଂଖ୍ୟା 10 କୋଟିରୁ ଅଧିକ ରହିଛି । ଏହି ସମୟରେ 1.3 ଅରବ ଆପ ସିଜନ ରେକର୍ଡ କରାଯାଇଛି ।

କମ୍ପାନୀ କହିଛି ଯେ, ‘‘ ଫୋନ ପେ ପାଇଁ ଅକ୍ଟୋବର ଏକ ରେକର୍ଡ ମାସ ରହିଛି । ଏହି ମାସରେ 92.5 କୋଟି ନେଣଦେଣ ହୋଇଛି । ଯାହାକି ଏବେ ସୁଦ୍ଧା ହୋଇଥିବା ଟ୍ରାଞ୍ଜାକ୍ସନ ମାର୍କର ସର୍ବୋଚ୍ଚ ସ୍ତର । କମ୍ପାନୀର ବାର୍ଷିକ ମୋଟ ନେଣଦେଣ ହାର ମଧ୍ୟ 277 ଅରବ ଡଲାର ହୋଇଯାଇଛି । ଫୋନପେ ଜରିଆରେ 83.5 କୋଟି ୟୁପିଆଇ ନେଣଦେଣ ମଧ୍ୟ ହୋଇଛି । ଏଥିରେ କମ୍ପାନୀର ବଜାର ଅଂଶଧନ 40 ପ୍ରତିଶତରୁ ଅଧିକ ରହିଛି । ’’

ଫୋନ ପେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥ୍ୟା ସଂସ୍ଥାପକ ସମୀର ନିଗମ କହିଛନ୍ତି ଯେ, କମ୍ପାନୀ 2022 ଡିସେମ୍ବର ଯାଏଁ 50 କୋଟି ପଞ୍ଜିକୃତ ୟୁଜର୍ସ ଯୋଡିବା ପାଇଁ ଲକ୍ଷ୍ୟ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.