ETV Bharat / business

81 ଟଙ୍କାକୁ ବୃଦ୍ଧି ପେଟ୍ରୋଲ ଦର - petrol price

ପୁଣି ବଢିଲା ପେଟ୍ରୋଲ ଦାମ । ଗୋଟିଏ ଦିନର ବିରାମ ପରେ ଆଜି ରାଜଧାନୀରେ ପେଟ୍ରୋଲ ଦାମ 81 ଟଙ୍କାକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ..

ପେଟ୍ରୋଲ ଲିଟର 81 ଟଙ୍କାକୁ ବୃଦ୍ଧି
ପେଟ୍ରୋଲ ଲିଟର 81 ଟଙ୍କାକୁ ବୃଦ୍ଧି
author img

By

Published : Aug 20, 2020, 1:12 PM IST

ନୂଆଦିଲ୍ଲୀ: ଗୋଟିଏ ଦିନର ବିରାମ ପରେ ପୁଣି ଗୁରୁବାର ବଢିଲା ପେଟ୍ରୋଲ ଦାମ। ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି 81 ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦାମ ଲିଟର ପ୍ରତି 84 ଟଙ୍କା ପାର କରିଛି । ତେବେ ଡିଜେଲ ଦାମ ସ୍ଥିର ରହିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଲଗାତାର ଦ୍ବିତୀୟ ଦିନରେ ଦୁର୍ବଳ ରହିଛି । ବେଞ୍ଚମାର୍କ ଅଶୋଧିତ ତୈଳ ବ୍ରେଡ କ୍ରୁଡ ଦାମ ବ୍ୟାରେଲ ପ୍ରତି 45 ଡଲାର ତଳେ ରହିଛି । ତେଲ ମାର୍କେଟିଂ କମ୍ପାନୀ ଦିଲ୍ଲୀ, କୋଲକତା, ମୁମ୍ବାଇ ଏବଂ ଚେନ୍ନାଇ 4 ମହାନଗରରରେ ଗୁରୁବା ପେଟ୍ରୋଲ ଦାମ ଲିଟର ପିଛା 10 ପଇସା ବଢିଛି ।

ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକତା, ମୁମ୍ବାଇ, ଚେନ୍ନାଇରେ ପେଟ୍ରୋଲ ଦାମ ଲିଟର ପିଛି ବୃଦ୍ଧି ପାଇ କ୍ରମଶଃ 81 , 82.53 , 87.68 ଓ 84.09 ଟଙ୍କା ରହିଛି । ତେବେ ଏହି 4 ମହାନଗରରେ ଡିଜେଲ ଦାମ ଲିଟର ପିଛା ଯଥାକ୍ରମେ ଲିଟର ପିଛା 73.56 , 77.06 , 80.11 ଓ 78.86 ଟଙ୍କାରେ ଅପରିବର୍ତ୍ତିତ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.