ETV Bharat / business

ବେଲଗାମ ତୈଳଦର: ପେଟ୍ରୋଲ 47 ଓ ଡିଜେଲ 57 ପଇସାକୁ ବୃଦ୍ଧି - ଲଗାତାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି

ଲଗାତାର ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଡିଜେଲ । ମଙ୍ଗଳବାର 10 ତମ ଦିନରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ 47 ପଇସା ମହଙ୍ଗା ହୋଇଥିବାବେଳେ ଡିଜେଲ 57 ପଇସାକୁ ବୃଦ୍ଧି ପାଇଛି।

oil price hike
ବେଲଗାମ ତୈଳଦର
author img

By

Published : Jun 16, 2020, 11:18 AM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ବେଳେ ବେଲଗାମ ତୈଳଦର । ଲଗାତାର ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ-ଡିଜେଲ । ମଙ୍ଗଳବାର 10ମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ 47 ପଇସା ମହଙ୍ଗା ହୋଇଥିବାବେଳେ ଡିଜେଲ 57 ପଇସାକୁ ବୃଦ୍ଧି ପାଇଛି ।

ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ନୂଆ ମୂଲ୍ୟ 76.73 ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା 75.19 ଟଙ୍କାକୁ ବୃଦ୍ଧି ପାଇଛି । ଦେଶରେ ତୈଳ ଦରରେ ଲାଗୁନି ଲଗାମ । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତୈଳଦର ବୃଦ୍ଧି ଜନତାଙ୍କ କଷ୍ଟକୁ ଆହୁରି ବଢାଉଛି । ଯାହା ଉପରେ ତୁରନ୍ତ ବିଚାର କରିବାକୁ ସେ କହିଛନ୍ତି ।

ଅନ୍ୟପଟେ ରାହୁଲ ଗାନ୍ଧୀ ଏକ ଟୁଇଟରେ ଲେଖିଛନ୍ତି ଯେ, ମଧ୍ୟବିତ୍ତ ତଥା ଗରିବମାନେ ପୁଞ୍ଜିପତିଙ୍କଠାରୁ ବର୍ଦ୍ଧିତ ତୈଳଦର ଉପହାର ରୂପେ ଗ୍ରହଣ କରିଛନ୍ତି। ଏହାସହ ମେ' 2014 ଏବଂ ଜୁନ 2020 ସୁଦ୍ଧା ଅଶୋଧିତ ତୈଳ ବୃଦ୍ଧି ହୋଇଥିବା ପାର୍ଥକ୍ୟକୁ ପୋଷ୍ଟ କରିଛନ୍ତି । ଏହି 6 ବର୍ଷ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ 66.43 ଡଲାର ହ୍ରାସ ପାଇଛି । କିନ୍ତୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ସରକାରଙ୍କୁ କାଉଣ୍ଟର ଆଟାକ କରିଛନ୍ତି ରାହୁଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.