ETV Bharat / business

ବିଶୁଦ୍ଧ ଜଳ ଯୋଗଇବାକୁ 30 ଲକ୍ଷ ଡଲାର ନିବେଶ କରିବ ପେପସିକୋ ଫାଉଣ୍ଡେସନ

WaterAid ସହ ମିଶି ପେପସିକୋ ଫାଉଣ୍ଡେସନ୍ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରର ଅଧିକ ଜଳ ସଙ୍କଟ ଥିବା ଇଲାକାରେ ମହିଳାଙ୍କୁ ସହଯୋଗ କରିବ । ଏଥିସହ କୃଷି କ୍ଷେତ୍ରକୁ ମଧ୍ୟ ପାଣି ଯୋଗାଇବାକୁ କରିବ ବିପୁଳ ନିବେଶ । ଅଧିକ ପଢନ୍ତୁ..

PepsiCo Foundation
ବିଶୁଦ୍ଧ ଜଳ ଯୋଗଇବାକୁ 30 ଲକ୍ଷ ଡଲାର ନିବେଶ କରିବ ପେପ୍ସିକୋ ଫାଉଣ୍ଡେସନ
author img

By

Published : Jun 15, 2020, 7:15 PM IST

ନୂଆଦିଲ୍ଲୀ: ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇଦେବା ପାଇଁ ପେପସିକୋ ଫାଉଣ୍ଡେସନ 30 ଲକ୍ଷ ଡଲାର ନିବେଶ କରିବ । ସୋମବାର ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । WaterAid ସହ ମିଶି କମ୍ପାନୀ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରର ଅଧିକ ଜଳ ସଙ୍କଟ ଥିବା ଇଲାକାରେ ମହିଳାଙ୍କୁ ସହଯୋଗ କରିବ । ଏଥିସହ ଏହି ଜଳ କୃଷି ସମ୍ପ୍ରଦାୟ ପାଖରେ ମଧ୍ୟ ପହଞ୍ଚାଯିବ ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି 2 ଲକ୍ଷ ଚାଷୀଙ୍କୁ ପାଇପ ମାଧ୍ୟମରେ ପାନୀୟ ଜଳ ଯୋଗାଇବା ସହ ଜଳ ଉତ୍ସ ବୃଦ୍ଧି କରିବା । ଏଥିସହିତ ଏହି କ୍ଷେତ୍ରରେ ସମ୍ପ୍ରଦାୟିକ ପରିଚାଳନା ଭିତ୍ତିକ ଜଳ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ପ୍ରତିଷ୍ଠା କରାଯିବ ।

ପେପସିକୋ ଫାଉଣ୍ଡେସନ ପକ୍ଷରୁ ଦେଶରେ କରାଯାଉଥିବା ଏହି ନିବେଶ 2030 ସୁଦ୍ଧା ବିଶ୍ୱରେ 10 କୋଟି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇ ପ୍ରତିବଦ୍ଧତାର ଏକ ଅଂଶ । ଫାଉଣ୍ଡେସନ କହିଛି ଯେ, 2006 ମସିହାରୁ ଏହା 4.4 କୋଟିରୁ ଅଧିକ ଲୋକଙ୍କୁ ବିଶୁଦ୍ଧ ଜଳ ପହଞ୍ଚାଇବା ସୁନିଶ୍ଚିତ କରିବାରେ ସାହାଯ୍ୟ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.