ମୁମ୍ବାଇ: ଡିଜିଟାଲ ପେମେଣ୍ଟ ମୋବାଇଲ ଆପ ପେଟିମଏ ଏବେ ବ୍ୟାଙ୍କ ଖୋଲିବାକୁ ଯୋଜନା କରୁଛି । ଏଥିପାଇଁ କମ୍ପାନୀ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖି, ଏସବୁ ପ୍ରିନ୍ସପଲକୁ ମଞ୍ଜୁରୂ ଦେବାକୁ ଜଣାଇଛି ।
ପେଟିଏମକୁ ସ୍ମଲ ଫାଇନାନ୍ସ, ବ୍ୟାଙ୍କ (ଏସଏମବି) ଭାବେ ମଞ୍ଜୁରୀ ଦେବା ପାଇଁ ଆରବିଆଇକୁ କମ୍ପାନୀ ଦାବି କରିଛି । ଏହି ଷ୍ଟାଟସ ( ବ୍ୟାଙ୍କ ମାନ୍ୟତା) ମିଳିବା ପରେ ପେଟିଏମ ଲୋନ ସମ୍ଭନ୍ଧୀୟ କାମ ମଧ୍ୟ କରିପାରିବ ।
ପେଟିଏମ ବ୍ୟାଙ୍କର ସିଇଓ ସତୀଶ କୁମାର ଗୁପ୍ତା କହିଛନ୍ତି କି , ପେମେଣ୍ଟ ବ୍ୟାଙ୍କ କମ୍ପାନୀମଧ୍ୟରେ କେବଳ ତାଙ୍କ କମ୍ପାନୀ ପ୍ରଫିଟରେ ରହିଛି । ଏହାର ଅପରେସନ 2017ରୁ ଜାରି ରହିଛି ।
ରିଜର୍ଭ ବ୍ୟାଙ୍କର ନିୟମ ମୁତାବକ, ପେମେଣ୍ଟ ବ୍ୟାଙ୍କରେ 5 ବର୍ଷର ଅନୁଭବ ହେବା ପରେ ଆରବିଆଇ ତାହାକୁ ବ୍ୟାଙ୍କିଙ୍ଗ ଲାଇସେନ୍ସ ଦେଇପାରେ । ଏଭଳି ସ୍ଥିତିରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଆରବିଆଇକୁ ଏଥିପାଇଁ ମଞ୍ଜୁରୀ ମାଗିଛି । ଯେପରି ବାକି 2 ବର୍ଷରେ କମ୍ପାନୀ ନିଜକୁ ସୁଦୃଢ ଭାବେ ପ୍ରସ୍ତୁତ କରିବ , ଏବଂ ଫାଇନାନ୍ସ ଲାଇସେନ୍ସ ମିଳିବାରେ କୌଣସି ସମସ୍ୟା ହେବ ନାହିଁ ।