ETV Bharat / business

1000ରୁ ଅଧିକଙ୍କୁ ନିଯୁକ୍ତି ଦେବ ପେଟିଏମ - ପେଟିଏମ ବିଜନେସ ବିସ୍ତାର ପାଇଁ ନିଯୁକ୍ତି

ପେଟିଏମ ଆସନ୍ତା କିଛି ମାସ ମଧ୍ୟରେ ବିଭିନ୍ନ ପଦବୀରେ 1000ରୁ ଅଧିକ ନିଯୁକ୍ତି ଦେବ। ଏଥିରେ ଇଞ୍ଜିନିୟର, ପରିସଂଖ୍ୟାନ ବିଭାଗ , ଆର୍ଥିକ ବିଶ୍ଳେଷକ ତଥା ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଅଣ-ଟେକ୍ନୋଲୋଜି ଚାକିରୀ ଅନ୍ତର୍ଭୁକ୍ତ ରହିଛି । ଅଧିକ ପଢନ୍ତୁ..

ପେଟିଏମ 1000ରୁ ଅଧିକ ଲୋକଙ୍କୁ ଦେବ ନିଯୁକ୍ତି
ପେଟିଏମ 1000ରୁ ଅଧିକ ଲୋକଙ୍କୁ ଦେବ ନିଯୁକ୍ତି
author img

By

Published : Aug 26, 2020, 7:56 PM IST

ନୂଆଦିଲ୍ଲୀ: ପ୍ରମୁଖ ଆର୍ଥିକ ପ୍ରଯୁକ୍ତିବିଦ୍ୟା କମ୍ପାନୀ ପେଟିଏମ 1000ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଜାରି ରଖିଛି । ବିଭିନ୍ନ ବର୍ଗରେ ବ୍ୟବସାୟ ବିସ୍ତାର କରିବାକୁ ଏହି ନୂତନ ନିଯୁକ୍ତି ଦିଆଯାଉଛି । ଏ ନେଇ କମ୍ପାନୀ ବୁଧବାର ସୂଚନା ଦେଇଛି ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ଆସନ୍ତା କିଛି ମାସ ମଧ୍ୟରେ କମ୍ପାନୀ ବିଭିନ୍ନ ପଦବୀରେ ଏହି ନିଯୁକ୍ତି ଦେବ। ଏଥିରେ ଇଞ୍ଜିନିୟର, ପରିସଂଖ୍ୟାନ ବିଭାଗ , ଆର୍ଥିକ ବିଶ୍ଳେଷକ ତଥା ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଅଣ-ଟେକ୍ନୋଲୋଜି ଚାକିରୀ ଅନ୍ତର୍ଭୁକ୍ତ ରହିଛି ।

କମ୍ପାନୀ ଶୀଘ୍ର ଏହାର ଆର୍ଥିକ ଏବଂ ସମ୍ପତ୍ତି ପରିଚାଳନା ସେବାକୁ ବିସ୍ତାର କରୁଛି ଏବଂ ତେଣୁ କମ୍ପାନୀରେ ନିଯୁକ୍ତିର ଗତି ବଢାଯାଉଛି । ପେଟିଏମ ଏବଂ ଏହାର ଗ୍ରୁପ୍ କମ୍ପାନୀଗୁଡିକ ଋଣ, ବୀମା, ସମ୍ପତ୍ତି ପରିଚାଳନା ଏବଂ ଅଫଲାଇନ୍ ପେମେଣ୍ଟ ଭଳି କ୍ଷେତ୍ରରେ ନିଜ କାର୍ଯ୍ୟକଳାପକୁ ବିସ୍ତାର କରୁଛି ।

ଏଣୁ କମ୍ପାନୀଗୁଡିକୁ ଅଧିକ ସଂଖ୍ୟକ ଟେକ୍ନୋଲୋଜି ଏବଂ ଅଣ-ଟେକ୍ନୋଲୋଜି କର୍ମଚାରୀ ଆବଶ୍ୟକ ।

ଏଥିସହ କମ୍ପାନୀ ନିଜର ଦିଲ୍ଲୀ-ଏନସିଆର, ମୁମ୍ବାଇ ଏବଂ ବେଙ୍ଗାଲୁରୁ ପରିଚାଳନାରେ ମଧ୍ୟ ଲୋକଙ୍କୁ ନିଯୁକ୍ତି ଦେବ। ଏଥିପାଇଁ କମ୍ପାନୀ ସିନିୟର ଲେବଲରେ ଭାଇସ ପ୍ରେସିଡେଣ୍ଟ ତଥା ତାଠୁ ଉପର ପଦ ଭୂମିକାରେ 50 ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟାରେ ରହିଛି ।

ଏପ୍ରିଲରେ, କମ୍ପାନୀ 500 ନୂଆ ନିଯୁକ୍ତି ଘୋଷଣା କରିଥିଲା। କମ୍ପାନୀ କହିଛି ଯେ ଗତ ଚାରି ମାସ ମଧ୍ୟରେ ପ୍ରାୟ 700 ଲୋକଙ୍କୁ ନିଯୁକ୍ତି ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.