ETV Bharat / business

ଆଂଶିକ ଲକଡାଉନ ବି ଅର୍ଥନୀତି ପାଇଁ ହେବ ଘାତକ

author img

By

Published : Apr 11, 2021, 8:51 PM IST

ମହାମାରୀରୁ ରୋକିବାକୁ ଦେଶରେ ଆଂଶିକ ଭାବେ ଲକଡାଉନ ଲଗାଯାଇପାରେ । ଆଉ ଯଦି ଏଭଳି ହୁଏ ତେବେ ଅର୍ଥନୀତି ପ୍ରତି ବଡ ବିପଦ ଉପୁଜିପାରେ ବୋଲି ଆଶଙ୍କା କରିଛି ଉଦ୍ୟୋଗ ସଂଘ ସିଆଇଆଇ । ଅଧିକ ପଢନ୍ତୁ...

Partial lockdown measures could impact movement of labour, goods: CII

ନୂଆଦିଲ୍ଲୀ: ପୁଣି ଉର୍ଦ୍ଧ୍ବମୁହାଁ କୋଭିଡ ମିଟର । ସଂକ୍ରମଣ ହାର ଜଳରାଶି ଭଳି ବାପିବାରେ ଲାଗିଛି । ଏଭଳି ସ୍ଥିତିରେ ମହାମାରୀରୁ ରୋକିବାକୁ ଦେଶରେ ଆଂଶିକ ଭାବେ ଲକଡାଉନ ଲଗାଯାଇପାରେ । ଆଉ ଯଦି ଏଭଳି ହୁଏ ତେବେ ଅର୍ଥନୀତି ପ୍ରତି ବଡ ବିପଦ ଉପୁଜିପାରେ ବୋଲି ଆଶଙ୍କା କରିଛି ଉଦ୍ୟୋଗ ସଂଘ ସିଆଇଆଇ ।

ଉଦ୍ୟୋଗ ସଙ୍ଗଠନ ଅନୁସାରେ ଯଦି ପୁଣି ଆଂଶିକ ଭାବେ ବି ଲକଡାଉନ ଲାଗେ ତେବେ ଓ ଦ୍ରବ୍ୟ ଓ ସାମଗ୍ରୀର ପରିବହନ ପ୍ରଭାବିତ ହେବ । ଯାହାକି ଔଦ୍ୟୋଗିକ ଉତ୍ପାଦନ ଉପରେ ବଡ ପ୍ରଭାବ ପଡିବ । ଉଦ୍ୟୋଗ ସଂଘ ସିଆଇଆଇ ପକ୍ଷରୁ କମ୍ପାନୀଙ୍କ ସିଇଓ ମଧ୍ୟରେ କରାଯାଇଥିବା ସର୍ଭେ ଆଧାରରେ ପରାମର୍ଶ ଦିଆଯାଇଛି । କୋଭିଡ- କର୍ଫ୍ୟୁ ଓ ପ୍ରଭାବିତ ସ୍ଥାନରେ କ୍ଷୁଦ୍ର ସ୍ତରୀୟ ନିୟନ୍ତ୍ରଣ ରଣନୀତି ସହ ସଂକ୍ରମଣରୁ ବଞ୍ଚିବା ପାଇଁ ଉପଯୁକ୍ତ ବ୍ୟବହାର (ମାସ୍କ ପିନ୍ଧିବା, ଦୂରତା ରକ୍ଷା ଆଦି) ଆପଣାଇବା ରଣନୀତି ସଂକ୍ରମଣ ଉପରେ କାବୁ କରିବାକୁ ପ୍ରଭାବଶାଳୀ ହେବ ।

CII ସର୍ବେକ୍ଷଣରେ ସାମିଲ ଅଧିକାଂଶ ସିଇଓ ସୂଚାଇ ଦେଇଛନ୍ତି ଯେ ଆଂଶିକ ଲକଡାଉନ ଦ୍ରବ୍ୟ ପରିବହନ ଉପରେ ମଧ୍ୟ ପ୍ରଭାବ ପକାଇବ । ଏହା ଶିଳ୍ପ ଉତ୍ପାଦନ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିକୂଳ ପ୍ରଭାବ ପକାଇପାରେ । ସର୍ବେକ୍ଷଣରେ ମତ ରଖିଥିବା ଅଧାରୁ ଅଧିକ ସିଇଓ କହିଛନ୍ତି ଯେ ଯଦି କର୍ମଚାରୀମାନେ “ଆଂଶିକ ଲକଡାଉନ ” ସମୟରେ ଚାଲିଯାଆନ୍ତି, ତେବେ ସେମାନଙ୍କ ଉତ୍ପାଦନ ପ୍ରଭାବିତ ହୋଇପାରେ । 56 ପ୍ରତିଶତ ସିଇଓ କହିଛନ୍ତି ଯେ ଯଦି ସାମଗ୍ରୀର ଗତିବିଧି ପ୍ରଭାବିତ ହୁଏ, ତେବେ ସେମାନେ 50 ପ୍ରତିଶତ ପର୍ଯ୍ୟନ୍ତ ଉତ୍ପାଦନ କ୍ଷତି ସହିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.