ETV Bharat / business

ପାର୍ଲେଜି କୁ ଜିଏସଟି ଛାଟ, ଛଟେଇ ହେବେ 10 ହଜାର କର୍ମଚାରୀ - Parle

ଜିଏସଟି ମାଡରେ କ୍ଷତିଗ୍ରସ୍ତ ଦେଶର ବୃହତ୍ତମ ବିସ୍କୁଟ ଉତ୍ପାଦନକାରୀ କମ୍ପାନି ପାର୍ଲେଜି । କ୍ଷତି ଯୋଗୁଁ କମ୍ପାନୀ 8ରୁ 10 ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଜଣାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 21, 2019, 5:37 PM IST

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବିସ୍କୁଟ ଉତ୍ପାଦନକାରୀ କମ୍ପାନୀ ‘Parle-G’କୁ ମାଡିବସିଲାଣି ଆର୍ଥିକ ସଙ୍କଟ । ଉଚ୍ଚ ଟିକସ ମାଡରେ ମାନ୍ଦା ବ୍ୟବସାୟ ଯୋଗୁଁ ଦିନକୁ ଦିନ କମ୍ପାନୀର ଆୟ କମିବାରେ ଲାଗିଛି । ଯେଉଁଥିପାଇଁ କମ୍ପାନୀ ତାର 8ରୁ 10 ହଜାର କର୍ମଚାରୀଙ୍କୁ ଚାକିରୀକୁ ଛଟେଇ କରିବାକୁ ଯାଉଛି ।

ଦୁର୍ବଳ ଅର୍ଥନୀତିକୁ ବେକାରୀ ବୋଝ । ଗୋଟିଏ ପଟେ ଦେଶରେ ହୁ ହୁ ହୋଇ ବେକାରୀ ସମସ୍ୟା ବଢୁଛି । ଅନ୍ୟପଟେ ଖର୍ଚ୍ଚ ତୁଳନାରେ ଆୟ କମ ଯୋଗୁଁ ବହୁ କମ୍ପାନୀ କ୍ଷତିରେ ଗତି କରୁଛନ୍ତି । ଆଗକୁ ଦେବାଳିଆ ଭୟରେ ବହୁ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବା ଆରମ୍ଭ କରିଦେଲେଣି ।

ତେବେ ପାର୍ଲେ କମ୍ପାନୀ ପକ୍ଷରୁ ସରକାରଙ୍କୁ ଅପିଲ କରାଯାଇଥିଲା ଯେ, କିଲୋ ପିଛା 100 କିମ୍ବା ତାଠାରୁ କମ ଦାମରେ ବିକ୍ରି ହେଉଥିବା ବିସ୍କୁଟ ଉପରେ ଜିଏସଟି ହ୍ରାସ କରିଦିଆଯାଉ । ଆଉ ଯଦି ସରକାର ଏହି ଦାବି ପୂରଣ ନ କରନ୍ତି ତେବେ ଲଗାତାର ଏପରି ବିକ୍ରି ହ୍ରାସ ହେବ । ଏହା ପରେ ଆଗାମୀ ଦିନରେ କର୍ମଚାରୀଙ୍କୁ ବାହାର କରିବାକୁ ପଡିବ ବୋଲି କୁହାଯାଇଛି ।

ପାର୍ଲେ ଦେଶର ଲୋକପ୍ରିୟ ବ୍ରାଣ୍ଡ ଭିତରେ ଅନ୍ୟତମ । ବାର୍ଷିକ 10 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିକ୍ରି କରୁଥିବା ଏହି କମ୍ପାନୀ ମୋନାକୋ,ପାର୍ଲେଜି ଓ ମାରି ବ୍ରାଣ୍ଡର ବିସ୍କୁଟ ତିଆରି କରୁଛି । ଏଠାରେ ପାଖାପାଖୀ 1 ଲକ୍ଷ କର୍ମଚାରୀ କାମ କରୁଥାନ୍ତି । ଏହି ସବୁ ବ୍ରାଣ୍ଡର ସର୍ବାଧିକ ଚାହିଦା ସାଧାରଣତଃ ଗ୍ରମାଞ୍ଚଳରେ ରହିଛି । ହେଲେ 18 ପ୍ରତିଶତ ଜିଏସଟି ଲାଗୁ ପରେ ବିସ୍କୁଟ ବ୍ୟବସାୟ କ୍ଷତିରେ ଚାଲିଛି । ଏଥିଯୋଗୁଁ ବିକ୍ରି କମ ହେଉଥିବାରୁ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦେବାରେ ବ୍ୟତିକ୍ରମ ଦେଖାଦେଇଛି ।

ତେବେ ସେ ଯାହା ହେଉ ନା କାହିଁ ପାର୍ଲେର ଏପରି କର୍ମଚାରୀ ଛଟେଇ ଅର୍ଥବ୍ୟବସ୍ଥା ପ୍ରତି ଚିନ୍ତାର ବିଷୟ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.