ନ୍ୟୁୟର୍କ: କୋରୋନା ମହାମାରୀ ଅନେକ କୃଷକଙ୍କ ସମସ୍ୟା ଡବଲ କରିଛି । ଲକଡାଉନ ଓ କଟକଣା ଯୋଗୁଁ ସହର ଓ ଗ୍ରାମାଞ୍ଚଳରେ ଲକ୍ଷାଧିକ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସଙ୍କଟ ସୃଷ୍ଟି ହୋଇଛି ।
ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଅନଲାଇନ ସମ୍ମିଳନୀରେ ମିଳିତ ଜାତିସଂଘର ବିଶେଷଜ୍ଞମାନେ ଏହି ପ୍ରସଙ୍ଗରେ ଆଲୋଚନା କରିବେ। କ୍ଷୁଧା ଦୂର କରିବା ଏବଂ ଏସିଆ-ପ୍ରଶାନ୍ତ ମହାସାଗରରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେମାନେ ବିଚାର ବିମାର୍ଶ କରିବେ। ମହାମାରୀ ଏବଂ ଲକ୍ଷାଧିକ ଚାକିରୀ ଯିବା ସହିତ ଏହି ଚ୍ୟାଲେଞ୍ଜ ଦ୍ୱିଗୁଣିତ ହୋଇଛି ।
ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ପୂର୍ବାନୁମାନ କରିଛି ଯେ ଚଳିତ ବର୍ଷ କୋରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ବରେ ପୁଷ୍ଟିହୀନ ଲୋକଙ୍କ ସଂଖ୍ୟା 13.2 କୋଟି ବୃଦ୍ଧି ପାଇବ । ସେହିଭଳି ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ମଧ୍ୟ 67 କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ଜିଡିଟାଲ ବୈଠକ ପୂର୍ବରୁ ଏଫଏଓ ମହାନିର୍ଦ୍ଦେଶକ କ୍ୟୁ ଡୋଙ୍ଗୟୁ କହିଛନ୍ତି କି, ‘‘ଆମେ ଦୁଇଟି ମହାମାରୀର ସମ୍ମୁଖୀନ ହେଉଛୁ । କୋଭିଡ-19 ସ୍ବାସ୍ଥ୍ୟକୁ ଅସୁସ୍ଥ କରିବା ସହ ପେଟପାଟଣାକୁ ଗଭୀର ପ୍ରଭାବିତ କରୁଛି । ବର୍ତ୍ତମାନ ଜୀବନ ସହ ଜୀବିକା ଗୁରୁତର ହୋଇଛି । ଯାହା ଦ୍ବାରା ଏହି ଦଶନ୍ଧି ଶେଷ ସୁଦ୍ଧା ଅନ୍ତର୍ଜାତୀୟ ସମୁଦାୟର କ୍ଷୁଧା ଦୂର କରିବାର ସଂକଳ୍ପ ଅଧା ରହିବା ଜଳ ଜଳ ଦେଖାଦେଉଛି ।