ETV Bharat / business

ମହାମାରୀ ଗିଳିଦେଲା 13 ଲକ୍ଷ କୋଟି ଟଙ୍କାର ପରିବାର ଆୟ - ମହାମାରୀ ଗିଳିଦେଲା 13 ଲକ୍ଷ କୋଟି ଟଙ୍କା

ମହାମାରୀ କାରଣରୁ ଚାକିରି ହରାଇଥିବା ପରିବାରମାନେ ସେମାନଙ୍କ ଆୟର 13 ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ଶୁକ୍ରବାର ଏକ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି । ଅଧିକ ପଢନ୍ତୁ..

ମହାମାରୀ ଗିଳିଦେଲା 13 ଲକ୍ଷ କୋଟି ଟଙ୍କାର ପାରିବାର ଆୟ

author img

By

Published : Mar 5, 2021, 10:02 PM IST

ମୁମ୍ବାଇ: ମହାମାରୀ ଧୂଳିସାତ କରିଦେଲା ବହୁ ସ୍ବପ୍ନ । ଲକଡାଉନ କଟକଣା ଯୋଗୁଁ ରୋଜଗାର ହରାଇଲେ ଲକ୍ଷାଧିକ ଲୋକ । ଏପଟେ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଅଧିକ ଖର୍ଚ୍ଚ ସହ ଅନ୍ୟାନ୍ୟ ପାରିବାରିକ ବଜେଟ ବଢିଲାଗିଲା । ଏଭଳି ଆୟ ହ୍ରାସ ବ୍ୟୟ ବୃଦ୍ଧି ସ୍ଥିତି ମଧ୍ୟରେ ହନ୍ତସନ୍ତ ହେଲେ ଭାରତୀୟ । ସହିବାକୁ ପଡିଛି ଅସମ୍ଭବ କ୍ଷତି ।

ଶୁକ୍ରବାର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କୋରୋନା ଯୋଗୁଁ ଚାକିରୀ ନଥିବାରୁ 13 ଲକ୍ଷ କୋଟି ଟଙ୍କା ହରାଇଛନ୍ତି ହାଉସହୋଲ୍ଡ ବା ଘରୋଇ ଆୟ ପାଣିରେ ଧୋଇହୋଇଗଲା । ଆୟ ହ୍ରାସ ଯୋଗୁଁ ଉପଭୋକ୍ତାଙ୍କ ଚାହିଦା ଅର୍ଥାତ ଘରୋଇ ଖର୍ଚ୍ଚ ହ୍ରାସ ହୋଇଛି । ଆଉ ଏହାର ପ୍ରଭାବ 2021 ମଧ୍ୟଭାଗରେ ଅର୍ଥନୀତ ଉପରେ ପଡିବ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି ।

ଲୋକଙ୍କ ହାତରେ ଟଙ୍କା ନଥିବାରୁ ଖର୍ଚ୍ଚ କରିବା କ୍ଷମତା କମିଛି । ସେପଟେ ବିଭିନ୍ନ ସେକ୍ଟରର ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳା ବି ବାଧାପ୍ରାପ୍ତ ହୋଇଛି । ଯାହାକି ନିକଟ ମାସର ଅଭିବୃଦ୍ଧି ହାର ଉପରେ ଦେଖିବାକୁ ମିଳିଛି ।

ଆର୍ଥିକ ବର୍ଷ 2020-21 ଦ୍ବିତୀୟ ଏବଂ ତୃତୀୟ ତ୍ରୟମାସରେ ଦେଖାଯାଇଥିବା ଅଭିବୃଦ୍ଧିର ଗତିକୁ ଏକ ସକାରାତ୍ମକ ଆଶ୍ଚର୍ଯ୍ୟଜନକ ଭାବରେ ବର୍ଣ୍ଣନା କରିଛନ୍ତି ତାନଭୀ ଗୁପ୍ତା ଜୈନଙ୍କ ନେତୃତ୍ବଧୀନ ୟୁବିଏସ୍ ସିକ୍ୟୁରିଟି ଇଣ୍ଡିଆର ଅର୍ଥନୀତିଜ୍ଞମାନେ । ସେମାନେ କହିଛନ୍ତି କି ମହାମାରୀ ସମୟରେ ଆୟ ହରାଇଥିବା ପରିବାରଗୁଡିକ 13 ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହ୍ରାସ କରିଛନ୍ତି । ଯାହାର ପ୍ରଭାବରେ 2021 ମଧ୍ୟଭାଗରେ ଅର୍ଥନୀତି ମନ୍ଥର ହୋଇପାରେ ।

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ମୋଟ ଘରୋଇ ଉତ୍ପାଦ 7.5 ପ୍ରତିଶତକୁ ସଙ୍କୁଚିତ ହୋଇଥିଲା । ଯେତେବେଳେ କି ତୃତୀୟ ତ୍ରୟମାସରେ ଏହା 40 ବେସିସ ପଏଣ୍ଟ ବଢିଛି । ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ)ରେ ଜିଡିପି ଆଶ୍ଚର୍ଯ୍ୟଜନକ ଭାବେ ମାଇନସ 23.9 ପ୍ରତିଶତ ରହିଥିଲା । ତେବେ 2 ତ୍ରୟମାସର ଲଗାତାର ହ୍ରାସ ପରେ ତୃତୀୟ ତ୍ରୟମାସର ପଜେଟିଭି ଅଭିବୃଦ୍ଧି ହାର ଅର୍ଥନୀତିକୁ ସଞ୍ଜିବନୀ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.