ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟକୁ ନଜରରେ ରଖି ଆୟକର ବିଭାଗ ପାନ-ଆଧାର ଲିଙ୍କ ଅବଧିକୁ ବଢାଇଛି । 2021 ମାର୍ଚ୍ଚ 31 ଯାଏଁ ପାନ-ଆଧାର ଲିଙ୍କ କରାଯାଇପାରିବ । ସୋମବାର ବିଭାଗ ପକ୍ଷରୁ ଏ ନେଇ ଟ୍ବିଟ କରି ସୂଚନା ଦିଆଯାଇଛି ।
ତେବେ ପୂର୍ବରୁ ଲକଡାଉନ ଯୋଗୁଁ ସରକାର ପାନ ଓ ଆଧାର ଲିଙ୍କ ସଂଯୋଗ ଶେଷ ତାରିଖ 2020 ଜୁନ 30 ଯାଏଁ ବୃଦ୍ଧି କରିଥିଲେ। ବର୍ତ୍ତମାନ ହିତାଧିକାରୀ ଆୟକର ବିଭାଗର ଅଫିସିଆଲ e-filing websiteକୁ ଯାଇ ପାନ-ଆଧାରକୁ ଲିଙ୍କ କରିପାରିବେ । ଏଥିସହ ବିଭାଗ ପକ୍ଷରୁ ଏବେ ଲିଙ୍କ ପାଇଁ ଏସଏମଏସ ସୁବିଧା ମଧ୍ୟ ପ୍ରଦାନ ହେଉଛି ।
ପ୍ରକାଶ ଯେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାନକୁ ଆଧାର ସହ ଲିଙ୍କ କରିବେ ନାହିଁ ତେବେ ଏହା ଅମାନ୍ୟ ହୋଇଯିବ । ଏହି ସର୍ତ୍ତ ସହ ଟିକସ ରିଟର୍ଣ୍ଣ ଦାଖଲେ ସମସ୍ୟା ଭୋଗିବାକୁ ପଡିପାରେ । 50 ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ । କାରଣ ଏଥିପାଇଁ ପାନ କାର୍ଡର ଆବଶ୍ୟକ । ପାନ କାର୍ଡର ଇନକମ ଟ୍ୟାକ୍ସ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ମଧ୍ୟ ଲିଙ୍କ ଥାଏ।