ETV Bharat / business

ଇମ୍ରାନ ସରକାରଙ୍କୁ ବଡ ଝଟକା, ପୁଣି FATF ଗ୍ରେ ଲିଷ୍ଟରେ ପାକିସ୍ତାନ - Pakistan remains in Financial Action Task Force ist

କାଙ୍ଗାଳ ହେବ ପାକ ! FATF ଗ୍ରେ ଲିଷ୍ଟରୁ ବାଦ ପଡିପାରିଲାନି ଦେଶ । ଏବେ ବଢିଲା ଆତଙ୍କବାଦର ଶୁଭଚିନ୍ତକ ପାକିସ୍ତାନର ସଙ୍କଟ । ଅଧିକ ପଢନ୍ତୁ..

ଇମ୍ରାନ ସରକାରଙ୍କୁ ବଡ ଝଟକା, FATF ଗ୍ରେ ଲିଷ୍ଟରେ ପାକିସ୍ତାନ

author img

By

Published : Jun 25, 2021, 8:22 PM IST

ନୂଆଦିଲ୍ଲୀ: ଆତଙ୍କବାଦର ଶୁଭଚିନ୍ତକ ପାକିସ୍ତାନର ବଢିଲା ଚିନ୍ତା । ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ(FATF)ରୁ ପାକିସ୍ତାନକୁ ମିଳିଛି ବଡ ଝଟକା । ଏଫଏଟିଏଫ ବୈଠକରେ ପାକିସ୍ତାନକୁ ପୁଣି ଗ୍ରେ ଲିଷ୍ଟରେ ରଖିବାକୁ ନିଆଯାଇଛି ନିଷ୍ପତ୍ତି । ଏଫଏଟିଏଫ ସଭାପତି ମାର୍କସ ପ୍ଲେୟାର କହିଛନ୍ତି ଯେ ପାକିସ୍ତାନ ନିରନ୍ତର ନଜରରେ ରହିବ । ଏହି ଦେଶ ୨୭ ସୂତ୍ରୀ ଆକ୍ସନ ପ୍ଲାନ ମଧ୍ୟରୁ ୨୬ଟି ପୂରା କରିଛି।

FATFର ଏହି ଗ୍ରୁପରେ ଚୀନ , ଆମେରିକା , ବ୍ରିଟେନ , ଫ୍ରାନ୍ସ ଓ ଭାରତ ସାମିଲ ରହିଛି । ତେବେ ଶୁକ୍ରବାର ଏଫଟିଏଫ ପକ୍ଷରୁ ପାକିସ୍ତାନକୁ ଆସନ୍ତା 6 ମାସ ପାଇଁ ପୁଣି ଥରେ ଗ୍ରେ ଲିଷ୍ଟରେ ରଖିବା ପାଇଁ ଔପଚାରିକ ଘୋଷଣା କରାଯାଇଛି ।

ଗ୍ରେ ଲିଷ୍ଟରେ ସାମିଲ ପରେ କ୍ଷତି ସହିବ ପାକିସ୍ତାନ

ପାକିସ୍ତାନ ଗ୍ରେ ଲିଷ୍ଟରେ ରହିବା ଦ୍ବାରା ଆର୍ଥିକ ସ୍ଥିତିରେ ବେହାଲ ହୋଇପଡିବ ଦେଶ । ଏପରିକି ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ , ବିଶ୍ବବ୍ୟାଙ୍କ, ୟୁରୋପୀୟ ସଂଘରୁ ଆର୍ଥିକ ସହଯୋଗ ମିଳିବା କଷ୍ଟକର ହୋଇଯିବ । ପୂର୍ବରୁ ବିପର୍ଯ୍ୟସ୍ତ ହୋଇପଡିଥିବା ପାକିସ୍ତାନ ସ୍ଥିତି ଆହୁରୀ ଖରାପ ହୋଇଯିବ । ଅନ୍ୟ ଦେଶରୁ ବି ପାକିସ୍ତାନକୁ ଆର୍ଥିକ ସହଯୋଗ ମିଳିବ ବନ୍ଦ ହୋଇପାରେ । କାରଣ କୌଣସି ବି ଦେଶ ଆର୍ଥିକ ଭାବେ ଅସ୍ଥିର ଦେଶରେ ନିବେଶ କରିବାକୁ ଚାହିଁବ ନାହିଁ ।

2018 ରେ ଗ୍ରେ ଲିଷ୍ଟକୁ ଆସିଥିଲା ପାକ୍‌

ଜୁନ 2018ରୁ , ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଛି | ଏହା ପରେ 2018 ଅକ୍ଟୋବର ଓ 2019 ଫେବୃଆରୀରେ ହୋଇଥିବା ଏଫଏଟିଏଫ ସମୀକ୍ଷାରେ ବି ପାକିସ୍ତାନକୁ ଆଶ୍ବସ୍ତି ମିଳିନଥିଲା । ଏଫଏଟିଏଫର ସୁପାରିଶ ପରେ ପାକିସ୍ତାନ କାମ କରିବାରେ ବିଫଳ ହୋଇଛି । ଏଥିସହ ପାକିସ୍ତାନ ବିଦେଶୀ ଓ ଘରୋଇ ସ୍ତରରେ ଲଗାତାର ଆତଙ୍କବାଦୀ ସଙ୍ଗଠନକୁ ଆର୍ଥିକ ସହଯୋଗ ଦେଉଛି ।

ଏଫଏଟିଏଫର ସମସ୍ତ 27ଟି ମାପଦଣ୍ଡଙ୍କୁ ପାଳନ କରିବାରେ ପାକିସ୍ତାନ ଅସଫଳ ରହିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଗ୍ରେ ଲିଷ୍ଟରୁ ବାହାରିବା ପାଇଁ ପ୍ରୟାସ ଜାରି ରଖିଥିଲା ପାକିସ୍ତାନ । ମାତ୍ର ଏଥିରେ ତାକୁ ଅସଫଳତାର ସାମ୍ନା କରିବାକୁ ପଡିଛି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ନେଇ ପାକିସ୍ତାନ ଉପରେ କ୍ରମାଗତ ଆଭିଯୋଗ ଲାଗିଆସୁଛି ।

FATF କଣ ?

ଆତଙ୍କବାଦ ସଂସ୍ଥାଙ୍କୁ ପାଣ୍ଠି ଯୋଗାଣ ଓ ମନି ଲଣ୍ଡ୍ରରିଂ ଉପରେ ଅନ୍ତର୍ଜାତୀୟ କ୍ଷେତ୍ରରେ FATF ନଜର ରଖିଥାଏ । ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି । ଜି 7 ସମୂହ ଦେଶ ଦ୍ବାରା 1989 ରେ ଏହାର ସ୍ଥାପନ କରାଯାଇଛି । FATF ଅନ୍ତରାଷ୍ଟ୍ରୀୟ ଆର୍ଥିକ ପ୍ରଣାଳୀର ଦୂରପଯୋଗକୁ ବଞ୍ଚାଇବା ପାଇଁ ଜାତୀୟ ସ୍ତରରେ ଦୁର୍ବଳତାକୁ ଚିହ୍ନଟ କରି କାମ କରେ । 2001 ଅକ୍ଟୋବରରେ ଏଫଟିଏଫ ମନି ଲଣ୍ଡ୍ରରିଂ ବ୍ୟତିତ ଆତଙ୍କବାଦୀ ଆର୍ଥିକପୋଷଣର ସମାଧାନର ପ୍ରୟାସକୁ ସାମିଲ କଲା । ଯେତେବେଳେ କି 2012 ଏପ୍ରିଲରେ ଏହାର କାର୍ଯ୍ୟସୂଚୀରେ ସାମୂହିତ ବିନାଶର ହତିଆର ପ୍ରସାରର ଆର୍ଥିକ ମୁକାବିଲା କରିବା ପ୍ରୟାସକୁ ଯୋଡାଗଲା ।

ତେବେ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରବଳ ପାଣ୍ଠି ଯୋଗାଇଆସୁଥିବା ଏଫଏଟିଏଫ କହିଛି । ପୂର୍ବରୁ FATF ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାକ୍‌କୁ ଗ୍ରେ ତାଲିକାଭୁକ୍ତ କରି ସତର୍କ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.