ETV Bharat / business

ନିର୍ବୋଧ ପାକିସ୍ତାନ: ସମ୍ପର୍କ କାଟୁଛି, ରାଜସ୍ବ ହରାଉଛି

author img

By

Published : Aug 11, 2019, 2:05 AM IST

ରପ୍ତାନୀ ନା ଆମଦାନୀ । ଭାରତ ସହ କୌଣସି ବାଣିଜ୍ୟିକ ସମ୍ପର୍କ ରଖିବନି ବୋଲି ଔପଚାରିକ ଭାବେ ଘୋଷଣା କରିଛି ପାକିସ୍ତାନ ।

ପ୍ରତିକାତ୍ମକ ଫଟୋ

ଇସଲାମବାଦ: ବିଧିବଦ୍ଧ ଭାବେ ଭାରତ ସହ ବ୍ୟବସାୟିକ ସମ୍ପର୍କ ସମାପ୍ତ କରିଛି ପାକିସ୍ତାନ । ଶୁକ୍ରବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ସମିତି ଓ ସଂଯୁକ୍ତ ଅଧିବେଶନରେ ଏ ନେଇ ମଞ୍ଜୁରୀ ଦିଆଯାଇଛି ।

ଜାମ୍ମୁ କାଶ୍ମୀରରୁ 370 ଉଚ୍ଛେଦ ପରେ ଭାରତ ଠାରୁ ସବୁ ସମ୍ପର୍କ ବିଚ୍ଛିନ୍ନ କରିଛି ପାକିସ୍ତାନ । ରାଜନୈତିକ, କୂଟନୈତିକ, ଆର୍ଥିକ ଆଦି ସବୁ ସମ୍ବନ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବା ପରେ ପାକରେ ହାହାକାର ।

ପୁଲୱାମା ଆକ୍ରମଣ ଘଟଣା ପରେ 2 ଦେଶର ବ୍ୟବସାୟିକ ସମ୍ପର୍କରେ ତିକ୍ତତା ଆସିଥିଲା । ଭାରତ ପାକ ଠାରୁ 'ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର (ଏମଏଫଏନ) ମାନ୍ୟତା ପ୍ରତ୍ୟାହାର କରିନେଇଥିଲା । ଯାହା ଦ୍ବାରା ପାକିସ୍ତାନ ରପ୍ତାନି କରୁଥିବା ସବୁ ପ୍ରକାର ସାମଗ୍ରୀ ଉପରେ 200%ର ସୀମା ଶୁଳ୍କ ଲାଗୁଥିଲା । ଫଳରେ ପାକିସ୍ତାନଠାରୁ ଭାରତର ଆମଦାନୀ ଚଳିତ ବର୍ଷ ମାର୍ଚ୍ଚରେ 92 ପ୍ରତିଶତ ହ୍ରାସ ପାଇଥିଲା ।

ସୂଚନା ମୁତାବକ, ମନ୍ତ୍ରୀମଣ୍ଡଳ ବୈଠକ ପରେ ଭାରତ ସହ ବାଣିଜ୍ୟିକ ସମ୍ବନ୍ଧ ତତ୍କାଳ ପ୍ରଭାବ ସହ ସମାପ୍ତ କରିବା ପାଇଁ 2ଟି ଅଧିସୂଚନା ଜାରି କରାଯାଇଥିଲା । ଗୋଟିଏ ଜରିଆରେ ଭାରତକୁ ରପ୍ତାନୀ ବନ୍ଦ ହେଲା । ଅନ୍ୟଟିରେ ଭାରତରୁ ଆମଦାନୀକୁ ବନ୍ଦ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.