ETV Bharat / business

ଆର୍ଥିକ ପ୍ୟାକେଜ: ଅକ୍ସଫୋର୍ଡ ପ୍ରଫେସର କହିଲେ ମୁକ୍ତ ଋଣ ଦେବା ଠିକ ବିଚାର ନୁହେଁ - Corona package

20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ନେଇ ମତ ରଖିଲେ ଅକ୍ସଫୋର୍ଡ ପ୍ରଫେସର । କହିଲେ ମୁକ୍ତ ଋଣ ଉପଲବ୍ଧ କରିବା ଠିକ ବିଚାର ନୁହେଁ । ଅଧିକ ପଢନ୍ତୁ..

Oxford professor said on Corona package, free loan is not a good idea
ମୁକ୍ତ ଋଣ ଦେବା ଠିକ ବିଚାର ନୁହେଁ
author img

By

Published : May 23, 2020, 10:50 PM IST

ନୂଆଦିଲ୍ଲୀ: ନିକଟରେ ଘୋଷଣା ହୋଇଥିବା ଭାରତ ସରକାରଙ୍କ ଯୋଜନା ମୁଖ୍ୟତଃ ମୁକ୍ତ ଋଣ ଉପଲବ୍ଧ ପାଇଁ ରହିଛି । ଯାହାକି ଆଦୌ ଭଲ ବିଚାର ନୁହେଁ । ଶନିବାର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ମାଷ୍ଟର ୟନିଅନ ମାଷ୍ଟର କାର୍ତ୍ତିକ ରମନ୍ନା କହିଛନ୍ତି ।

କୋରୋନା ପ୍ରଭାବିତ ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ସରକାର 20 ଲକ୍ଷ କୋଟିର ରିଲିଫ ପ୍ୟାକେଜର ଘୋଷଣା କରିଛନ୍ତି । ଏହି ପ୍ୟାକେଜରେ ବିଭିନ୍ନ ସେକ୍ଟରକୁ ନଗଦ ଯୋଗାଇବା ପାଇଁ ଋଣ ଦେବାକୁ ଯୋଜନା ରହିଛି । ଏ ନେଇ ରମନ୍ନା ଗୁରୁଗ୍ରାମରେ ମାଷ୍ଟର ୟୁନିଅନ ସ୍କୁଲ ଅଫ ବିଜନେସର ନିଜ ମାଷ୍ଟରକ୍ଲାସରେ କହିଛନ୍ତି ଯେ, ‘‘ଏହା ଆଦୌ ଠିକ ବିଚାର ନୁହେଁ । କାରଣ ସରକାର ଏହା ପରେ ସରକାର ବିଫଳତାର ମୂଲ୍ୟ ଗ୍ରହଣ କରିବେ । କିନ୍ତୁ ଯଦି ସଫଳ ହୁଏ ତେବେ କରଦାତାଙ୍କୁ ଏଥିରୁ କୌଣସି ଲାଭ ମିଳିବ ନାହିଁ ।’’

ସେ କହିଛନ୍ତି, “ଆମେ ପ୍ୟାକେଜକୁ ଅଣ-ଭୋଟିଂ ଇକ୍ୱିଟି ଭାବରେ ଗଠନ କରିବା ଉଚିତ । ଯାହାଦ୍ୱାରା ବ୍ୟବସାୟରେ ହସ୍ତକ୍ଷେପ କରିବା ଭଳି ସ୍ଥିତିରେ ସରକାରଙ୍କୁ ଆସିବା ପାଇଁ ପଡିବ ନାହିଁ । 2009 ଆର୍ଥିକ ସଙ୍କଟ ସମୟରେ ଆମେରିକା ମଧ୍ୟ ଏଭଳି କାର୍ଯ୍ୟ କରିଥିଲା । ଯେଉଁଥିପାଇଁ ​​ ଆମେରିକା ସରକାର ନିଜ ପ୍ୟାକେଜରୁ ଅଳ୍ପ ଲାଭ ମଧ୍ୟ କମେଇଥିଲେ ବୋଲି ସେ କହିଛନ୍ତି ।

ଅକ୍ସଫୋର୍ଡରେ 'ମାଷ୍ଟର ଅଫ୍ ପବ୍ଲିକ୍ ପଲିସି ପ୍ରୋଗ୍ରାମ୍'ର ନିର୍ଦ୍ଦେଶକ ହେଉଛନ୍ତି ରମନ୍ନା ।

ସେ କହିଛନ୍ତି, "ଯଦି ଏଭଳି ସଙ୍କଟରେ ଏହି ପ୍ୟାକେଜକୁ କାର୍ଯ୍ୟକାରୀ କରାଯାଏ, ତେବେ କେବଳ ଆକ୍ରୋଶ ବଢିବ । ଭାରତ ଭଳି ଦେଶଗୁଡିକ ସମାଜବାଦର ଅନ୍ଧକାର ଦିନରେ ନିଜକୁ ଦେଖିବେ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.