ETV Bharat / business

4 ମାସରେ ପ୍ରାୟ 63 ଲକ୍ଷ ଲୋକଙ୍କୁ ଘରେ ପହଞ୍ଚାଇଛି ଶ୍ରମିକ ସ୍ପେଶାଲ ଟ୍ରେନ

author img

By

Published : Feb 4, 2021, 10:23 PM IST

ରାଜ୍ୟଗୁଡିକର ଆବଶ୍ୟକତା ଅନୁସାରେ ପ୍ରବାସୀମାନଙ୍କୁ ନିରାପଦରେ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଘରେ ପହଞ୍ଚାଇବା ପାଇଁ ଭାରତୀୟ ରେଳ ଥିଲା ପ୍ରତିଶ୍ରୁତିବଦ୍ଧ । ଏହି ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ​​63.19 ଲକ୍ଷ ଯାତ୍ରୀ ସେମାନଙ୍କ ରାଜ୍ୟରେ ପହଞ୍ଚିଛନ୍ତି ।

4 ମାସରେ ପ୍ରାୟ 63 ଲକ୍ଷ ଲୋକଙ୍କୁ ଘରେ ପହଞ୍ଚାଇଛି ଶ୍ରମିକ ସ୍ପେଶାଲ ଟ୍ରେନ
4 ମାସରେ ପ୍ରାୟ 63 ଲକ୍ଷ ଲୋକଙ୍କୁ ଘରେ ପହଞ୍ଚାଇଛି ଶ୍ରମିକ ସ୍ପେଶାଲ ଟ୍ରେନ

ହାଇଦ୍ରାବାଦ: ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକ ସମେତ ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ବ୍ୟକ୍ତିଙ୍କୁ ସେମାନେଙ୍କ ଘରେ ପହଞ୍ଚାଇବା ଲାଗି ଭାରତୀୟ ରେଳ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା । 2020 ମେ ମାସ ପହିଲାରୁ ଏହି ପରିବହନ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ 31 ସୁଦ୍ଧା ମୋଟ 4621 ଶ୍ରମିକ ସ୍ପେଶାଲ ଟ୍ରେନ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀଙ୍କୁ ନେଇ ସେମାନଙ୍କ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଛି ।

ଦେଖନ୍ତୁ ରାଜ୍ୟ ଅନୁସାରେ ସ୍ବତନ୍ତ୍ର ଟ୍ରେନ ଗଡିଥିବା ଲିଷ୍ଟ -

2020 ମେ 1 ରୁ 31 ଅଗଷ୍ଟମଧ୍ୟରେ ଚାଲିଥିଲା ଶ୍ରମିକ ସ୍ପେଶାଲ ଟ୍ରେନ ​​63.19 ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗୃହରାଜ୍ୟରେ ପହଞ୍ଚିଛନ୍ତି ।

ଲକଡାଉନ ଅବଧିରେ ରେଳ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟଗୁଡିକୁ ପତ୍ର ଲେଖି ସେମାନଙ୍କ ଆବଶ୍ୟକତା ମୁତାବକ ଟ୍ରେନ ଓ ରେଳ ଦ୍ଵାରା କେତେ ପ୍ରବାସୀ ଯାତ୍ରା କରିବେ ସେ ସମ୍ପର୍କରେ ଜଣାଇବାକୁ ମଧ୍ୟ ଅନୁରୋଧ କରିଥିଲେ । ଏପରିକି ଆବଶ୍ୟକ ହେଲେ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇବାକୁ ଭାରତୀୟ ରେଳ ପ୍ରତିଶ୍ରୁତି ଦେଇଥିଲା । ଏହା ଅନୁଯାୟୀ ରାଜ୍ୟ ସରକାର ସେମାନଙ୍କ ଆବଶ୍ୟକ ମୁତାବକ ଟ୍ରେନ ଚଳାଚଳ ପାଇଁ ଜଣାଇଥିଲେ । ସାଧାରଣ ପରିସ୍ଥିତିରେ, ଏହିପରି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ରାଜ୍ୟ ସରକାର / କୌଣସି ଏଜେନ୍ସି କିମ୍ବା ବ୍ୟକ୍ତି ବିଶେଷ ଫୁଲ ଟାରିଫ୍ ଦରରେ ବୁକ କରାଯାଇଥାଏ । ଯେଉଁଥିରେ ବିଭିନ୍ନ ଚାର୍ଜ ଅନ୍ତର୍ଭୁକ୍ତ ହୋଇଥାଏ।

ଭାରତୀୟ ରେଳ କେବଳ ଗୋଟିଏ ଦିଗ ପାଇଁ ସାଧାରଣ ଭଡା ଉପରେ ଶ୍ରମିକ ସ୍ପେଶାଲ ଟ୍ରେନ ବୁକିଂ କରିବାକୁ ଅନୁମତି ଦେଇଥିଲା ।

ଏଥିରେ ସ୍ବଚ୍ଛତା, ସୁରକ୍ଷା, ଚିକିତ୍ସା ବ୍ୟବସ୍ଥା, ରେଳ ସାନିଟାଇଜେସନ, ମାଗଣା ଭୋଜନ, ଜଳ ଇତ୍ୟାଦି ଭଳି ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିଲା ।

ରେଳବାଇ ରାଜ୍ୟ ସରକାର ବା ସେମାନଙ୍କ ପ୍ରାଧିକୃତ ପ୍ରତିନିଧୀଙ୍କ ଠାରୁ ଶ୍ରମିକ ସ୍ପେଶାଲ ଟ୍ରେନ ପାଇଁ ଭଡା ସଂଗ୍ରହ କରିଛି ।

ତେବେ ରେଳବାଇ ଯାତ୍ରୀମାନଙ୍କଠାରୁ ସିଧାସଳଖ କୌଣସି ଭଡା ସଂଗ୍ରହ କରିନଥିଲା । ରାଜ୍ୟ ସରକାର କିମ୍ବା ରାଜ୍ୟ ସରକାରଙ୍କ ପ୍ରତିନିଧୀଙ୍କଠାରୁ ମେ 1 ରୁ ଅଗଷ୍ଟ31 ମଧ୍ୟରେ ଭଡା ବାଦରେ ପ୍ରାୟ 433 କୋଟି ଟଙ୍କା ଆଦାୟ ହୋଇଛି ।

ଦେଖନ୍ତୁ ଶ୍ରମିକ ସ୍ପେଶାଲ ଟ୍ରେନରେ ରାଜ୍ୟ ଅନୁସାରେ ଯାତ୍ରା କରିଥିବା ପ୍ରବାସୀ ଶ୍ରମିବ ବା ଯାତ୍ରୀଙ୍କ ଲିଷ୍ଟ ।

ଦେଖନ୍ତୁ ଶ୍ରମିକ ସ୍ପେଶାଲ ଟ୍ରେନରେ ରାଜ୍ୟ ଅନୁସାରେ ଯାତ୍ରା କରିଥିବା   ପ୍ରବାସୀ ଶ୍ରମିବ ବା ଯାତ୍ରୀଙ୍କ ଲିଷ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.