ETV Bharat / business

ଟ୍ରେଡୱାର ଯୋଗୁଁ ଟେନସନରେ ଆମେରିକା କମ୍ପାନୀ, ଟ୍ରମ୍ପଙ୍କୁ ଲେଖିଲେ ଚିଠି - companies

ଚୀନ ଟ୍ରେଡୱାର ତୁଟେଇବାକୁ 600 ଆମେରକୀୟ କମ୍ପାନୀ ଟ୍ରମ୍ପ ଚିଠି ଲେଖିଛନ୍ତି । ଆମଦାନୀ ଶୁଳ୍କକୁ ହ୍ରାସ କରି ପୁଣି ଥରେ 2 ଦେଶ ମଧ୍ୟ ବାଣିଜ୍ୟିକ ସମ୍ପର୍କକୁ ସୁଧାରିକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 16, 2019, 4:09 AM IST

ନୂଆଦିଲ୍ଲୀ: ଚୀନ ସାମଗ୍ରୀ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ଟ୍ରମ୍ପ ପ୍ରଶାସନକୁ ଚିଠି ଲେଖିଲେ ଆମେରକୀୟ କମ୍ପାନୀ । ପୁଣି ଥରେ 2 ଦେଶ ମଧ୍ୟରେ ସୁସମ୍ପର୍କ ଗଢିବା ସହ ବାଣିଜ୍ୟ କାରବାରକୁ ସୁଗମ କରିବାକୁ ପ୍ରଶାସନକୁ 661 କମ୍ପାନୀ ଓ ସଂଗଠନ ଚିଠି ଲେଖିଛନ୍ତି ।

ଆମଦାନୀ ଶୁଳ୍କ ଉପରେ ଚାଲିଥିବା ଟ୍ରେଡୱାରକୁ ନେଇ ପ୍ରକାଶିତ ବୟାନରେ କୁହାଯାଇଛି ଯେ, 520 କମ୍ପାନୀ ଓ 141 ସଂଗଠନ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଚିନ୍ତା ଦର୍ଶାଇଛନ୍ତି । ଏହି 2 ଦେଶ ମଧ୍ୟରେ ହେଉଥିବା ତୁ ତୁ ମେମେ ରେ କୃଷକ ଓ ବ୍ୟବସାୟୀ ଅଧିକ ପ୍ରଭାବିତ ହେଉଛନ୍ତି । ବିଶେଷ କରି ଆମେରିକା ଶିଳ୍ପ ଓ କୃଷି ଉପରେ କ୍ଷତି ହେଉଛି । ଯାହାର ପ୍ରଭାବ ସିଧାସଳଖ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡୁଛି ବୋଲି କୁହାଯାଇଛି । କାରଣ ପ୍ରତ୍ୟକ୍ଷ ଭାବେ ଏ ସମସ୍ତ ଶୁଲ୍କକୁ ଆମେରିକା କମ୍ପାନୀଙ୍କୁ ଭରିବାକୁ ପଡିଥାଏ । ଏ ନେଇ ବିଚାର କରି ଆସନ୍ତା 17ରେ ଆମେରକି ପ୍ରଶାସନ ଜନ ଶୁଣାଣୀ କରିବ ।

ପ୍ରକାଶ ଥାଉ ଯେ, ମେ ମାସରେ ଆମରିକା ସରକାର ଚୀନର 200 ଅରବ ଡଲାର ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ 10ରୁ 25 ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ବ୍ୟତିତ ବାକି 300 ଅରବ ମୁଲ୍ୟର ସମାଗ୍ରୀ ଉପରେ ଆହୁରୀ ଶୁଲ୍କ ଲଗାଇବାକୁ ଚେତାବନୀ ଦିଆଯାଇଛି । ଏହାର ପ୍ରତି ଜବାବରେ ଜୁନଠାରୁ ଚୀନ ମଧ୍ୟ ଆମେରିକାର କେତେକ ବସ୍ତୁ ଉପରେ ଶୁଳ୍କ ବସାଇଛି । ଏହା ଦ୍ବାରା ଆମେରିକାରେ ନିଯୁକ୍ତି କମିବା ସହ ରାଜସ୍ବ ମଧ୍ୟ କମିବା ନେଇ ଆଶଙ୍କା କରାଯାଉଛି ।

ଏଣିକି ଆଉ ଓଭରବ୍ରିଜ ଉପରେ ଚାଲିବ ନାହିଁ ଦୁଇ ଚକିଆ ଯାନ।ଫ୍ଲାଇଓଭର ଉପରେ ଘଟୁଥିବା ଦୁର୍ଘଟଣାକୁ  ରୋକିବାକୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ।ଭୁବନେଶ୍ୱର ,ଜାତୀୟ ରାଜପଥ ଓଭର ବ୍ରିଜ ଉପରେ ଦ୍ରୁତ ଗତିରେ ଯାଉଥିବା ଦୁଇ ଚକିଆ ଯାନକୁ ଲଗାମ ଦେଲେ ଦୁର୍ଘଟଣା ଜନିତ ମୃତ୍ୟୁହାରକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି ରୋଡ ସୁରକ୍ଷା ବିଶେଷଜ୍ଞଙ୍କ ମତ।ଆଗକୁ ଓଭର ବ୍ରିଜ ଉପରେ ଦୁଇ ଚକିଆ ଯାନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଜିବ।

ଫ୍ଲାଇ ଓଭର ଉପରେ ଦ୍ରୁତଗାମୀ ଗାଡି ଚଳାଚଳ ଯୋଗୁ ଦିନକୁ ଦିନ ଦୁର୍ଘଟଣା ବଢୁଛି।ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ତତ୍ପରତା।ପ୍ରଥମତଃ ଲୋକଙ୍କୁ ସଚେତନ କରାଯିବ, ତା ପରେ ଦୁଇ ଚକିଆ ଯାନ ଚଳାଚଳ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଜିବ।କେବଳ ଚାରି ଚକିଆ ଓ ଭାରି ଯାନ ଚଳାଚଳ କରିବ।

ଓଭରବ୍ରିଜ ଉପରେ ଗାଡି ଚଳା ଚଳ ବହୁତ ସ୍ପୀଡ଼ରେ ଯିବା ଆସିବା କରୁଛି।ସେଥିପାଇଁ ଦୁର୍ଘଟଣା ସବୁବେଳେ ଘଟୁଛି।ହେଲମେଟ ପିନ୍ଧିଲେ ଅନେକାଂଶରେ ଦୁର୍ଘଟଣା କୁ ରୋକା ଯାଇପାରିବ।ଗାଡିର ସ୍ପୀଡ଼ କମେଇବା ନେଇ କିଛି ନିୟମ କଡାକଡି ହେଲେ ଭଲ ହୁଅନ୍ତା ବୋଲି ଭୁବନେଶ୍ବର ବାସିନ୍ଦା ସୁଜିତ କୁମାର କହିଛନ୍ତି।

ଚଳିତ ମାସ ୧୧ ତାରିଖରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସଡକ ସୁରକ୍ଷା ନେଇ ବୈଠକ ବସିଥିଲା। ଫ୍ଲାଇ ଓଭର ଉପରେ ଦୁଇ ଚକିଆ ଯାନ ଚଲାଚଳକୁ ବନ୍ଦ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଦ୍ରୁତ ବେଗରେ ଗାଡି ଚଳାଉଥିବା ଚାଳକଙ୍କ ଦୁର୍ଘଟଣାରୁ ମୃତ୍ୟୁ ସଂଖ୍ୟା ଅଧିକ, ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ଉପରେ ୧୭ ଟି ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି, କାରଣ ଅଧିକାଂଶ ଚାଳକ ବିନା ହେଲମେଟରେ ଗାଡି ଚଳାଉଛନ୍ତି।ପ୍ରଥମେ ସଚେତନତା କରାଯିବ, ତା ପରେ ଓଭରବ୍ରିଜ ଉପରେ ସମ୍ପୂର୍ଣ୍ଣ ଭାବେ ଦୁଇ ଚକିଆ ଯାନ ବନ୍ଦ କରାଯିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ପିକେ ମହାନ୍ତି କହିଛନ୍ତି।

ସେପଟେ ଖୋର୍ଦ୍ଧା ଜିଲ୍ଲା ସଡକ ସୁରକ୍ଷା ସମିତି ସଭ୍ୟ ସୁବ୍ରତ କୁମାର ନନ୍ଦଙ୍କ ମତରେ ଯେହେତୁ ଫ୍ଲାଇଓଭର ଉପରେ ବୃଦ୍ଧି ପାଉଥିବା ଦୁର୍ଘଟଣା ହେତୁ ଦୁଇ ଚକିଆ ଯାନ ଚଳାଚଳ କୁ ବନ୍ଦ କରି ଦିଆଯିବ।ପ୍ରଥମେ ସଚେତନତା କରାଯିବ ତା ପରେ ସମ୍ପୂର୍ଣ୍ଣ ବନ୍ଦ କରାଯିବ।ପିଡବ୍ଲୁଡି,ଜାତୀୟ ରାଜପଥ, ପୋଲିସ ପ୍ରଶାସନ ଏବଂ ଆଞ୍ଚଳିକ ପରିବହନ ବିଭାଗ ମିଳିତ ଉଦ୍ୟମରେ ଏ କାର୍ଯ୍ୟକ୍ରମ କରାଯିବ।

ସୂଚନା ଥାଉ , କି ଭୁବନେଶ୍ୱର ଖଣ୍ଡଗିରି ଠାରୁ ରସୁଲଗଡ଼ ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଥିବା ଫ୍ଲାଇ ଓଭର ଉପରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି।ଗତ କିଛି ଦିନ ହେବ ଭୁବନେଶ୍ୱର ଜୟଦେବ ବିହାର ଓଭର ବ୍ରିଜ ଉପରେ  ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢୁଛି।ଚଳିତ ମାସ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକରେ ଭୁବନେଶ୍ୱର ଜାତୀୟ ରାଜପଥ ଫ୍ଲାଇ ଓଭର ଉପରେ ଦୁଇ ଚକିଆ ଯାନ ଚଳାଚଳକୁ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.