ETV Bharat / business

ଭାରତ ଅନୁରୋଧକୁ ସାଉଦିଆରବର ଉପେକ୍ଷା, ମହଙ୍ଗା ହେବ ପେଟ୍ରୋଲ-ଡିଜେଲ

author img

By

Published : Mar 6, 2021, 5:22 PM IST

ମଉଳିବାରେ ଲାଗିଛି ତେଲ ଦର ହ୍ରାସ ଆଶା । ତୈଳ ଉତ୍ପାଦନକାରୀ ରାଷ୍ଟ୍ରରର ଉପେକ୍ଷାରୁ ଆକଳନ ହେଉଛି ଦେଶରେ ପଟ୍ରୋଲ ଓ ଡିଜେଲ ଦାମ ଆହୁରୀ ବଢିବ ।

ଭାରତ ଅନୁରୋଧକୁ ସାଉଦିଆରବର ଉପେକ୍ଷା, ମହଙ୍ଗା ହେବ ପେଟ୍ରୋଲ-ଡିଜେଲ
ଭାରତ ଅନୁରୋଧକୁ ସାଉଦିଆରବର ଉପେକ୍ଷା, ମହଙ୍ଗା ହେବ ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ । ବୈଶ୍ବିକ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ଓ ଘରୋଇ ବଜାରରେ ବିଭିନ୍ନ ଟିକସ, ପରିବହନ , ଯୋଗାଣକାରୀଙ୍କ କମିଶନ ଆଦି ମଧ୍ୟରେ ଆକାଶଛୁଆଁ ଗାଡି ଇନ୍ଧନ । କେତେକ ସହରରେ ଲିଟର ପ୍ରତି ପେଟ୍ରୋଲ ଦାମ 100 ଟଙ୍କା ପାର କରିସାରିଲାଣି । ସେପଟେ ଉତ୍ପାଦନ ବଢାଇବାକୁ ଭାରତର ଅନୁରୋଧକୁ ଉପେକ୍ଷା କରିଛି ସାଉଦି ଆରବ ।

ଗତ ଓପେକ ବୈଠକରେ ଭାରତର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓପେକ ଏବଂ ଏହାର ସହଯୋଗୀ ତେଲ ଉତ୍ପାଦନକାରୀ ରାଷ୍ଟ୍ରକୁ ଅଶୋଧିତ ତୈଳ ଉପରେ ଲଗାଯାଇଥିବା ପ୍ରତିବନ୍ଧକୁ ହଟାଇବା ପାଇଁ ଅନୁରୋଧ କରି ଦରକୁ ନିୟନ୍ତ୍ରଣ ପାଇଁ କହିଥିଲେ । ହେଲେ ଭାରତର ଏହି ଦାବିକୁ ପ୍ରତ୍ୟାଖାନ କରି କୁହାଯାଇଛି କି କୋରୋନା ସମୟରେ ଭାରତ କିଣିଥିବା ଶସ୍ତା ତେଲକୁ ଏବେ ବ୍ୟବହାର କରୁ । ପ୍ରକାଶ ଯେ, ଗତ ବର୍ଷ କୋରୋନା ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଚାହିଦା କମ ଥିବା ବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଶସ୍ତା ରହିଥିବାରୁ ତାହାକୁ ଆଣି ଦେଶର ଭଣ୍ଡାରରେ ଗଚ୍ଛିତ ରଖାଯାଇଛି । ଆଉ ଏହାକୁ ଏବେ ବ୍ୟବହାର କରନ୍ତୁ ବୋଲି କହିଛନ୍ତି ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲ୍ଲାଜିଜ ବିନ ସଲମନ ।

ପେଟ୍ରୋଲିୟମ ରପ୍ତାନୀକାରୀ ରାଷ୍ଟ୍ର ସମୂହ (ଓପେକ) ଏବେ ଅନ୍ୟାନ୍ୟ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକ ଏବେ ଉତ୍ପାଦନ ବଢାଇବେ ନାହିଁ । ଉତ୍ପାଦନ ହ୍ରାସ ଏପ୍ରିଲରେ ମଧ୍ୟ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚଢା ଟିକସ ପ୍ରଭାବରେ ପେଟ୍ରୋଲ ଏବଂ ଡିଜେଲ ଦାମ ବଢିଚାଲିଛି । ଶୁକ୍ରବାର ଅଶୋଧିତ ତୈଳ ଦାମ ବୃଦ୍ଧି ହୋଇ ବ୍ୟାରେଲ ପ୍ରତି 68 ଡଲାର ଟପିଥିଲା ।

ଭାରତରେ କୋଭିଡ ପୂର୍ବ ସ୍ତରରେ ପହଞ୍ଚିଲାଣି ପେଟ୍ରୋଲ ଓ ଡିଜେଲ ଚାହିଦା । ସେପଟେ ଉତ୍ପାଦନ ବୃଦ୍ଧି ହେଉନି । ଚାହିଦା ତୁଳନାରେ ଯୋଗାଣ କମ ହେଉଥିବାରୁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଉଛୁଳିବାରେ ଲାଗିଛି ।

ପ୍ରକାଶ କି ବିଶ୍ବର ସବୁଠୁ ବଡ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସାଉଦି ଆରବ ଏପ୍ରିଲ ଯାଏଁ ଦୈନିକ 10 ଲକ୍ଷ ବ୍ୟାରେଲ ତେଲ କମ ଉତ୍ପାଦନ କରିବାକୁ ନିର୍ଣ୍ଣୟ ନେଇଛି । ସେହିପରି ଅନ୍ୟ ତେଲ ଉତ୍ପାଦନକାରୀ ରାଷ୍ଟ୍ର ବି ନିଜ ନିଷ୍ପତ୍ତିରେ ଅଟଳ । ଏଭଳି ସ୍ଥିତିରେ ତେଲକୁ ଜିଏସଟି ଅନ୍ତର୍ଭୁକ୍ତ ପାଇଁ ଦାବି ତେଜିଛି । ଅନ୍ୟପଟେ ପେଟ୍ରୋଲ ଡିଜେଲ ଟିକସର ଉତ୍ସ ହୋଇଥିବାରୁ ଏହାକୁ ଜିଏସଟି ଅନ୍ତର୍ଭୁକ୍ତ କରିବା ବିପକ୍ଷରେ ସରକାର । ଚାପ ବଢୁଥିବା ସମୟରେ ଏସବିଆଇ ଅର୍ଥନୀତିଜ୍ଞ ଏକ ଯୁକ୍ତି ବାଢିଛନ୍ତି କି ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରଭୁକ୍ତ ହୁଏ ତେବେ ଏହାର ଦାମ ଯଥାକ୍ରମେ ଲିଟର ପ୍ରତି 75 ଟଙ୍କା 68 ଟଙ୍କାକୁ ଖସିଆସିବ । ସେହିଭଳି ନିବେଶ ବ୍ୟାଙ୍କ ଗୋଲଡମ୍ୟାନ ସାଚସ ଅଶୋଧିତ ତୈଳ ବ୍ୟାରେଲ ପ୍ରତି ଜୁନ ସୁଦ୍ଧା 10 ଡଲାର ଆହୁରୀ ବଢିପାରେ ବୋଲି ଆଶଙ୍କା କରିଛି ।

ଏଣୁ ଯଦି ଭାରତ ସରକାର ଟିକସ ହ୍ରାସ ନ କରନ୍ତି, ଏବଂ ତେଲ ଉତ୍ପାଦନ ବୃଦ୍ଧି ନ ହେଲେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦାମରେ ବୃଦ୍ଧି ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.