ETV Bharat / business

ସରକାରଙ୍କ ଅନୁମତି ପରେ ବି ଏନଏଚରେ ମାତ୍ର 20 ପ୍ରତିଶତ ଟ୍ରକ ଗଡୁଛି - ଟ୍ରକ ଚାଳକ ହନ୍ତସନ୍ତ

ଶ୍ରମିକଙ୍କ ଅଭାବ ଯୋଗୁଁ ଅନଲୋଡ ହୋଇପାରୁନାହିଁ । ଫଳରେ ଗୃହ ମନ୍ତ୍ରାଣଳୟ ଅନୁମତି ଦେବା ପରେ ବି ସ୍ଥାନୀୟ ପ୍ରଶାସନର ଟ୍ରକ ଚାଳକଙ୍କ ଉପରେ ଚାପ ଲାଗି ରହୁଛି । ଅଧିକ ପଢନ୍ତୁ..

only 20 percent of trucks operating on national highways in the country
ଏନଏଚରେ ମାତ୍ର 20 ପ୍ରତିଶତ ଟ୍ରକ ଗଡୁଛି
author img

By

Published : Apr 25, 2020, 8:48 PM IST

ନୂଆଦିଲ୍ଲୀ. ଏପ୍ରିଲ 20ରୁ ଏନଏଚରେ ଟ୍ରକ ପରିଚାଳନା ନେଇ ସରକାର ଅନୁମତି ଦେଇଛନ୍ତି । ହେଲେ ଏହା ପରେ ବି ନ୍ୟାସନାଲ ହାଇୱେରେ ଟ୍ରକ ଚଳାଚଳ ମାତ୍ର 20 ପ୍ରତିଶତ ରହିଛି । ସୂଚନା ଅନୁଯାୟୀ କେବଳ ଅତ୍ୟାବଶ୍ୟତ ସାମଗ୍ରୀ ଯୋଗାଣ ସମ୍ପୁର୍ଣ୍ଣ ଭାବେ ଚାଲିଛି ।

ଲକଡାଉନ ମଧ୍ୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିରବିଚ୍ଛିନ୍ନ ରଖିବା ପାଇଁ ସରକାର ଏନଏଚରେ ଟ୍ରକ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ।

ତେବେ କମ ଟ୍ରକ ଗଡିବା ନେଇ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ସାଧାରଣ ସମ୍ପାଦକ ନବୀନ କୁମାର ଗୁପ୍ତା କହିଛନ୍ତି ଯେ, ଏହାର କାରଣ ସଷ୍ଟ କି ଦୀର୍ଘ ସମୟ ଧରି ଡ୍ରାଇଭର ମାନେ ରାଷ୍ଟ୍ରୀୟ ରାଜମାର୍ଗରେ ଫସିରହିଛନ୍ତି । ଏବେ ସେମାନେ ନିଜ ଘରକୁ ଫେରିବାକୁ ଚାହାନ୍ତି । ଏ ଦୃଷ୍ଟିରୁ ଗାଡିଗୁଡିକୁ ଗୋଦାମରେ ରଖି ନିଜ ଘରକୁ ଯିବାକୁ ଗୋଡ କାଢିଲେଣି ।

ଏପରିକି କେତେ ସବୁ ଗାଡି ଗୋଦାମରେ ରହିଛି । ଶ୍ରମିକଙ୍କ ଅଭାବ ଯୋଗୁଁ ଅନଲୋଡ ହୋଇପାରୁନାହିଁ । ଫଳରେ ଗୃହ ମନ୍ତ୍ରାଣଳୟ ଅନୁମତି ଦେବା ପରେ ବି ସ୍ଥାନୀୟ ପ୍ରଶାସନର ଟ୍ରକ ଚାଳକଙ୍କ ଉପରେ ଚାପ ଲାଗି ରହୁଛି । ସେପଟେ ଟ୍ରକ ଚାଳକଙ୍କୁ ଖାଦ୍ୟ ପେୟରେ ମଧ୍ୟ ଅସୁବିଧା ଭୋଗିବାକୁ ପଡୁଛି । ଏନଏଚରେ ବହୁ ଢାବା ଏବେ ବନ୍ଦ ପଡିଛି ।

ତେବେ ଆଗକୁ ସ୍ଥିତି ସ୍ବାଭାବିକ ହେବ ବୋଲି ରୋଜଡ ଟ୍ରାନ୍ସପୋର୍ଟ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.