ବେଙ୍ଗାଲୁରୁ: ଫେଷ୍ଟିଭ ସେଲର ପ୍ରଥମ ସପ୍ତାହ ( ଅକ୍ଟୋବର 15ରୁ 21) ରେ 4.1 ବିଲିୟନ ଡଲାର (29,000 କୋଟି ଟଙ୍କା)ର ବିକ୍ରି ହୋଇଛି । ଯାହାକି ଗତ ବର୍ଷ ତୁଳନାରେ 55 ପ୍ରତିଶତ ଅଧିକ ଥିଲା । ଏ ନେଇ ପରାମର୍ଶଦାତା ଏଜେନ୍ସି ରେଡଶୀର (Redseer ) ଗଣନା କରି ରିପୋର୍ଟ ପ୍ରକାଶ କରିଛି ।
ରେଡଶୀର ଏହାର ପ୍ରି-ଫେଷ୍ଟିଭ ସେଲରେ ପୂର୍ବାନୁମାନ କରିଛି କି ଏ ବର୍ଷ 4 ବିଲିୟନ ଡଲାରର ବିକ୍ରି ହୋଇପାରେ । ଏଜେନ୍ସି ନିର୍ଦ୍ଦେଶକ ମୃଙ୍ଗାଙ୍କ ଗୁଟଗୁଟିଆ (Mrigank Gutgutia) କହିଛନ୍ତି କି, ‘‘ ଇ-କମର୍ସ ସେକ୍ଟରରେ ବିକ୍ରି ରେକର୍ଡ ଆମର ସବୁ ପୂର୍ବାନୁମାନକୁ ପାର କରିଦେଇଛି । ଆମେ ପାର୍ବଣ ସିଜର ଆରମ୍ଭରେ ପ୍ରଥମେ ଅନୁମାନ କରିଥିଲୁ କି, ଏ ବର୍ଷ 4 ବିଲିୟନ ଡଲାରର ବିକ୍ରି ହୋଇପାରେ । ଏହି ସଂଖ୍ୟା ଭାରତୀୟ ଦୋକାନୀଙ୍କ ମଧ୍ୟରେ ଉପଭୋଗ ଭାବନାକୁ ପୁର୍ନଜୀବିତ ନେଇ ସଙ୍କେତ ଦେଉଛି । ଅନେକ ପଦକ୍ଷେପରେ ଏହା ବାସ୍ତବରେ ଭାରତୀୟ ଇ-କମର୍ସ ସେକ୍ଟର ସକରାତ୍ମକ ଖବର ଅଟେ । ’’
ସେପଟେ ରେଡଶୀରର ସେପ୍ଟେମ୍ବର ରିପୋର୍ଟ ମୁତାବକ, 2020 ର ଦୀପାବଳୀ ଅବସରରେ ପାଖାପାଖୀ 51 ହଜାର କୋଟି ଟଙ୍କାରୁ ଅଧିକ ସପିଂ ହେବ । ଯାହାକି 2019ର ଦୀପାବଳୀରେ ହୋଇଥିବା ସପିଂର 2 ଗୁଣା ଠାରୁ ଅଧିକ ହେବ ।
ଏ ବର୍ଷ ସବୁଠୁ ଅଧିକ ମୋବାଇଲ ଓ ଲାପଟପ କାରବାରରେ ବୃଦ୍ଧି ଦେଖିବାକୁ ମିଳିଛି । କୋରୋନା କାଳରେ ୱାର୍କ ଫ୍ରମ ହୋମ ଏବଂ ଅନଲାଇନ କ୍ଲାସର ସଂଖ୍ୟା ବଢିଛି । ଏହି କାରଣରୁ ମୋବାଇଲ , ଲାପଟପ, ୱେବକମ ଆଦିର ଚାହିଦା ବହୁତ ବଢିଛି ।
ଏ ବର୍ଷ ଅନଲାଇନ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି । ଗତ ବର୍ଷ 2.8 କୋଟି ଦୋକାନୀ ଅନଲାଇନ ସାମଗ୍ରୀ ବିକ୍ରି କରିଥିଲେ । ଏହି ପାର୍ବଣ ସିଜନ 5.2 କୋଟି ଦୋକାନୀ ଅନଲାଇନ ସାମଗ୍ରୀ ବିକ୍ରି କରିଲେ । ସର୍ବାଧିକ ନୂଆ ଦୋକାନୀ ଛୋଟ ସହରରୁ ରହିଛନ୍ତି ।

ପ୍ରତି ମିନିଟରେ 1.5 କୋଟି ଟଙ୍କାର ସ୍ମାର୍ଟଫୋନ ବିକ୍ରି
ରେଡଶୀରର ରିପୋର୍ଟ ଅନୁସାରେ ମୋଟ ବିକ୍ରିର 47 ପ୍ରତିଶତ କେବଳ ସ୍ମାର୍ଟଫୋନ ରହିଛି । ସେଲ ସମୟରେ ପ୍ରତି ମିନିଟ 1.5 କୋଟିର ସ୍ମାର୍ଟଫୋନ ବିକ୍ରି ହୋଇଛି । ଗତ ବର୍ଷ ସେଲ ସମୟରେ କପଡାର ଅଧିକ ବିକ୍ରି ହୋଇଥିଲା । କିନ୍ତୁ ଏ ବର୍ଷ ଏହାର ଏତେଟା ବିକ୍ରି ହୋଇନାହିଁ ।
ଆମାଜନ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ ପ୍ଲାର୍ଟଫର୍ମରେ ଏ ବର୍ଷ ପାର୍ବଣ ସିଜନରେ 60 ପ୍ରତିଶତରୁ ଅଧିକ କ୍ରେତା କ୍ଷୁଦ୍ର ସହରରୁ ଅଛନ୍ତି । ପାର୍ବଣ ସେଲରେ ମୋଟ କାରବାରର 90 ପ୍ରତିଶତ ସାମଗ୍ରୀ ବିକ୍ରି ଆମଜନ ଓ ଫ୍ଲିପକାର୍ଟରୁ ହୋଇଛି ।