ETV Bharat / business

74ତମ ସ୍ୱାଧୀନତା ଦିବସ: ଅର୍ଥବ୍ୟବସ୍ଥାର ହିସାବ ନିକାଶ ରଖିଲେ ପିଏମ, ଜାଣନ୍ତୁ ମୁଖ୍ୟାଂଶ - ଅର୍ଥବ୍ୟବସ୍ଥା

ସ୍ବାଧୀନତା ଦିବସରେ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ଓ ତାର ଉପଲବ୍ଧି ଏବଂ ଆଗାମା ଯୋଜନାର ରୂପରେଖ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତ୍ମନିର୍ଭର ଭାରତକୁ ଗୁରୁତ୍ବ ଦେବା ସହ ଅଭିବୃଦ୍ଧି ହାସଲ ପାଇଁ ଦେଇଛନ୍ତି ଉଦବୋଧନ । ଅଧିକ ପଢନ୍ତୁ..

ସ୍ୱାଧୀନତା ଦିବସ: ଅର୍ଥବ୍ୟବସ୍ଥାର ହିସାବ ନିକାଶ ରଖିଲେ ପିଏମ , ଜାଣନ୍ତୁ ମୁଖ୍ୟାଂଶ
74ତମ ସ୍ୱାଧୀନତା ଦିବସ: ଅର୍ଥବ୍ୟବସ୍ଥାର ହିସାବ ନିକାଶ ରଖିଲେ ପିଏମ, ଜାଣନ୍ତୁ ମୁଖ୍ୟାଂଶ
author img

By

Published : Aug 15, 2020, 1:27 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର 74 ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ମୋଦି ଦେଶର ଅର୍ଥବ୍ୟବସ୍ଥାର ହିସାବ-ନିକାଶ ରୂପରେଖ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜର ଦେଢ ଘଣ୍ଟାର ଲମ୍ବା ଭାଷଣରେ ‘ଆତ୍ମନିର୍ଭର ଭାରତ’ ଠାରୁ ନେଇ ପ୍ରାକୃତିକ ସମ୍ପଦ, କୃଷି କ୍ଷେତ୍ର, ଭିତ୍ତିଭୂମି କ୍ଷେତ୍ର, ଡିଜିଟାଲ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଠାରୁ ଆରମ୍ଭ କରି ସ୍ଥାନୀୟ ଉତ୍ପାଦକୁ ଗୌରବମୟ କରିବା ଉପରେ ମତ ରଖିଛନ୍ତି । ସେ କହିଛନ୍ତି ଯେ ଭାରତ ଆଜି କୃଷି କ୍ଷେତ୍ରରେ ଖାଦ୍ୟ ଶସ୍ୟ ରପ୍ତାନି କରିବାରେ ସକ୍ଷମ ହୋଇପାରିଛି ।

'କୋରୋନା କାଳରେ ବିଶ୍ବର ବଡ ବଡ କମ୍ପାନୀ ଭାରତ ପ୍ରତି ଆକୃଷ୍ଟ ହୋଇଛନ୍ତି । ଆଉ ଏସବୁ ଭାରତରେ ପରିବର୍ତ୍ତନ ଯୋଗୁଁ ସମ୍ଭବ ହୋଇପାରିଛି । ଦେଶରେ 110 ଲକ୍ଷ କୋଟି ଟଙ୍କା ମୂଲ୍ୟର 7,000 ପ୍ରକଳ୍ପ ଚିହ୍ନଟ କରାଯାଇଛି । ଭିତ୍ତିଭୂମି କ୍ଷେତ୍ର ପ୍ରକଳ୍ପ ଉପରେ ଅଧିକ କାର୍ଯ୍ୟ କଲେ ସମସ୍ତେ ଲାଭ ପାଇବେ' ବୋଲି ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଜଣାଇଛନ୍ତି ।

'ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଦେଶର ଚାରିଟି ମେଟ୍ରୋକୁ ସଂଯୋଗ କରୁଥିବା ଗୋଲଡେନ ଚତୁର୍ଭୁଜ ରୋଡ ପ୍ରକଳ୍ପରେ କାର୍ଯ୍ୟ କରାଯାଇଛି । ଆମକୁ ଏହାଠାରୁ ଆଗକୁ ଯିବାକୁ ପଡିବ । ସଡକ, ବନ୍ଦର, ରେଳ, ବିମାନ ଚଳାଚଳ ସବୁକୁ ପରସ୍ପର ସହ ଯୋଡିବାକୁ ହେବ । ମଲ୍ଟି ମଡେଲ କନେକ୍ଟିଭ ଆଡକୁ ବଢିବାର ଅଛି । ସମଗ୍ର ଭିତ୍ତିଭୂମି କ୍ଷେତ୍ରକୁ ଏକ ନୂତନ ଦିଗ ଦେବାକୁ ପଡିବ । ଉପକୂଳ (ସମୂଦ୍ର ତଟ ଅଞ୍ଚଳ)ରେ ରାସ୍ତା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।

ଜାଣନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୁଖ୍ୟାଂଶ

  • ଆତ୍ମନିର୍ଭର ଭାରତ ଅର୍ଥ କେବଳ ଆମଦାନୀ କରିବା ନୁହେଁ , ବରଂ ଆମର କ୍ଷମତା, ଆମର କ୍ରିଏଟିଭିଟି, ଆମର ସ୍କିଲକୁ ବଢାଇବାକୁ ହେବ ।
  • ଏନ-95 ମାସ୍କ, ପିପିଇ କିଟ, ଭେଣ୍ଟିଲେଟର ସବୁ ଭାରତରେ ତିଆରି କରାଯାଉଛି ।
  • ଦେଶରେ ଗରିବଙ୍କ ଜନଧନ ଆକାଉଣ୍ଟକୁ ହଜାର-ହଜାର ଲକ୍ଷ କୋଟି ଟଙ୍କା ସିଧାସଳଖ ଟ୍ରାନ୍ସଫର କରାଯାଉଛି ।
  • କୃଷକଙ୍କ ସୁବିଧା ପାଇଁ ଏପିଏମସି ଆକ୍ଟରେ ବଡ଼ ପରିବର୍ତ୍ତନ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର କୃଷକଙ୍କୁ ସବୁ ପ୍ରତିବନ୍ଧକରୁ ମୁକ୍ତ କରିଛନ୍ତି । ଏବେ ଉତ୍ପାଦକୁ ସେମାନଙ୍କ ସର୍ତ୍ତ ଅନୁଯାୟୀ ମୁକ୍ତ ଭାବରେ ବାଣିଜ୍ୟ କରିପାରିବେ ।
  • ୱାନ-ନେସନ, ୱାନ ଟ୍ୟାକ୍ସ , ଇନସଲଭେନ୍ସି ଏବଂ ଦେବାଳିଆ କୋଡ୍ , ବ୍ୟାଙ୍କ ମିଶ୍ରଣ କରାଯାଇଛି ।
  • ଭାରତରେ ଏଫଡିଆଇ( ବିଦେଶୀ ପ୍ରତ୍ୟକ୍ଷ ନିବେଶ) ସବୁ ରେକର୍ଡ ଭାଙ୍ଗିଛି । ଦେଶରେ ଏଫଡିଆଇ 18 ପ୍ରତିଶତ ବୃଦ୍ଧି ହୋଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।
  • ଦୁନିଆର ଅନେକ ବଡ କମ୍ପାନୀ ଭାରତ ଆଡକୁ ମୁହାଁଇଛନ୍ତି।
  • ମେକ ଇନ ଇଣ୍ଡିଆ ସହିତ ମେକ ଇନ ୱାଲ୍ଡ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
  • ଭାରତକୁ ଦ୍ରୁତଗତିରେ ଆଧୁନିକତା ଆଡକୁ ନେବାକୁ NEP ଉପରେ ଦେଶ 110 ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବ । ଏହା ଭିତ୍ତିଭୂମି କ୍ଷେତ୍ରରେ ଏକ ନୂତନ ବିପ୍ଳବ ଭଳି ହେବ ।
  • 7 କୋଟି ଗରିବ ପରିବାରକୁ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଇଛି ।
  • ରାସନ କାର୍ଡ ଥାଉ କି ନଥାଉ, 80 କୋଟିରୁ ଅଧିକ ଲୋକଙ୍କକୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇଛି ।
  • ବ୍ୟାଙ୍କ ଖାତାକୁ ପାଖାପାଖି 90 ହଜାର କୋଟି ଟଙ୍କା ସିଧାସଳଖ ଟ୍ରାନ୍ସଫର କରାଯାଇଛି ।
  • ବିନା କୌଣସି ସମସ୍ୟାରେ ଗରିବ ହାତରେ ଟଙ୍କା ପହଞ୍ଚିଛି ।
  • ପ୍ରବାସୀଙ୍କୁ ରୋଜଗାର ଦେବା ପାଇଁ ପିଏମ ଗରିବ କଲ୍ୟାଣ ରୋଜଗାର ଯୋଜନା ଆରମ୍ଭ ହୋଇଛି ।
  • ଭୋକାଲ ଫର ଲୋକାଲ , ରି ସ୍କିଲ , ଆପ ସ୍କିଲ ଅଭିଯାନ ଆତ୍ମନିର୍ଭର ଅର୍ଥବ୍ୟବସ୍ଥାକୁ ଭିଟାମିନ ଦେବ । ଦେଶର କୃଷକଙ୍କୁ ଆଧୁନିକ ଇନଫ୍ରାଷ୍ଟ୍ରକ୍ଚର ଦେବା ପାଇଁ 1 ଲକ୍ଷ କୋଟି ଟଙ୍କାର ଏଗ୍ରିକଲଚର ଇନ୍ଫ୍ରା ଫଣ୍ଡ କରାଯାଇଛି ।
  • 1 ଲକ୍ଷରୁ ଅଧିକ ଘରେ ପାଣି କନେକ୍ସନ ଦିଆଯାଇଛି ।
  • ଘର ପାଇଁ ହୋମ ଲୋନ ଇଏମଆଇ ପେମେଣ୍ଟ ଅବଧି ମଧ୍ୟରେ 6 ଲକ୍ଷ ଟଙ୍କାର ରିହାତି ଦିଆାଇଛି ।
  • ହଜାରେ ଆଧୁନିକ ଘର କାମ ପୂରଣ ପାଇଁ 25 ହଜାର କୋଟି ଟଙ୍କାର ଫଣ୍ଡ ସ୍ଥାପନା କରାଯାଇଛି ।
  • ଦେଶକୁ ଏକ ନୂଆ ଜାତୀୟ ଶିକ୍ଷା ନୀତି ଦିଆଯାଇଛି ।
  • ଜୁଲାଇରେ ପ୍ରାୟ 3 ଲକ୍ଷ କୋଟି ଟଙ୍କା ଟ୍ରାଞ୍ଜାକ୍ସନ କେବଳ ଭିମ ୟୁପିଆଇରେ ହୋଇଛି ।
  • ଦେଶରେ ଏକ ନୂତନ ଜାତୀୟ ସାଇବର ସୁରକ୍ଷା ରଣନୀତି ପ୍ରସ୍ତୁତ କରାଯାଇଛି।
  • ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ 1.5 ଲକ୍ଷ ଗ୍ରାମ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ସହିତ ସଂଯୁକ୍ତ ହୋଇଛି।
  • ଦେଶରେ ଖୋଲାଯାଇଥିବା 40 କୋଟି ଜନଧନ ଆକାଉଣ୍ଟ ମଧ୍ୟରୁ ପ୍ରାୟ 22 କୋଟି ଆକାଉଣ୍ଟ ମହିଳାଙ୍କ ଅଟେ ।
  • ଯେତେବେଳେ କୋରୋନା ଆରମ୍ଭ ହେଲା, ଆମ ଦେଶରେ ପରୀକ୍ଷା ପାଇଁ କେବଳ ଗୋଟିଏ ଲ୍ୟାବ ଥିଲା । ଆଜି ଦେଶରେ 1,400 ରୁ ଅଧିକ ଲ୍ୟାବ ଅଛି ।
  • ଆତ୍ମନିର୍ଭର ଭାରତର ଏକ ଗୁରୁତ୍ବପୂର୍ଣ୍ଣ ପ୍ରାଥମିକତା ହେଉଛି ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର କୃଷକ ।
  • ବିକାଶ ଠାରୁ ପଛୁଆ ରହିଥିବା 110 ରୁ ଅଧିକ ଜିଲ୍ଲାକୁ ଚୟନ କରି ଲୋକଙ୍କୁ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ଏବଂ ସ୍ଥାନୀୟ ନିଯୁକ୍ତି ଯୋଗାଇବାର ଲକ୍ଷ୍ୟ ରହିଛି ।
  • ଗତ ମାସରେ 1 ଲକ୍ଷ ଷ୍ଟ୍ରିଟ ବିକ୍ରେତାଙ୍କୁ ରିହାତି ମୂଲ୍ୟରେ ଋଣ ପ୍ରଦାନ କରାଯାଇଛି ।

ଇଟିଭି ଭାରତ ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.