ETV Bharat / business

ଜୁଲାଇରେ ରାସ୍ତାରେ ଗଡିବ ଓଲା'ର ଇ-ସ୍କୁଟର

author img

By

Published : Apr 22, 2021, 6:27 PM IST

ଖୁବଶୀଘ୍ର ବଜାରକୁ ଆସିବ ଓଲା'ର ଇଲେକ୍ଟ୍ରିକ ସ୍କୁଟର । ଏ ନେଇ ଘୋଷଣା କରିଛି କମ୍ପାନୀ । ଅଧିକ ପଢନ୍ତୁ..

ଜୁଲାଇରେ ରାସ୍ତାରେ ଗଡିବ ଓଲାର ଇ-ସ୍କୁଟର
ଜୁଲାଇରେ ରାସ୍ତାରେ ଗଡିବ ଓଲାର ଇ-ସ୍କୁଟର

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ସୁଦ୍ଧା ଭାରତୀୟ ବଜାରରେ ଗଡିବ ଓଲା'ର ଇଲେକ୍ଟ୍ରିକ ସ୍କୁଟର । ଏ ନେଇ ଓଲା ଇଲେକ୍ଟ୍ରୋନିକ ଗୁରୁବାର ସୂଚନା ଦେଇଛି ।

ଇ-ସ୍କୁଟର ଆଣିବା ସହ କମ୍ପାନୀ ‘ହାଇପରଚାର୍ଜର’ ନେଟୱାର୍କ ଉପରେ କାମ କରୁଛି । ଯାହା ଅଧିନରେ ଦେଶରେ 400 ସହରରେ 1 ଲକ୍ଷ ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବ । ଓଲା ଗତ ବର୍ଷ ତାମିଲନାଡୁରେ ପ୍ରଥମ ଇଲେକ୍ଟ୍ରିକ ସ୍କୁଟର କାରଖାନା ଲଗାଇବା ପାଇଁ 2400 କୋଟି ଟଙ୍କା ନିବେଶ ପାଇଁ ଘୋଷଣା କରିଥିଲା । ଏହି କାରଖାନା ପୁରା ହେବା ପରେ 10,000 ରୋଜଗାର ଅବସର ଉପଲବ୍ଧ କରିବ । ଏହା ଦୁନିଆର ସବୁଠୁ ବଡ ସ୍କୁଟର ବିନିର୍ମାତା ପ୍ଲାଣ୍ଟ ମଧ୍ୟରେ ହେବ ଅନ୍ୟତମ । ଯାହାର ବାର୍ଷିକ ଉତ୍ପାଦନ କ୍ଷମତା 20 ଲକ୍ଷ ୟୁନିଟର ହେବ ।

ଓଲା'ର ଚେୟାରମ୍ୟାନ ତଥା ଗ୍ରୁପର କାର୍ଯ୍ୟନିର୍ବାହୀ ଅଧିକାପରୀ ଭାବିଶ ଅଗ୍ରୱାଲ କହିଛନ୍ତି ଯେ, ‘‘ ଆମେ ଏହି ପ୍ଲାଣ୍ଟ ଜୁନ ସୁଦ୍ଧା ସ୍ଥାପନ କରିବୁ । ଏହାର କ୍ଷମତା 20 ଲକ୍ଷ ୟୁନିଟ ହେବ । ଆସନ୍ତା 12 ମାସ ମଧ୍ୟର ଆମେ ଏହାର କ୍ଷମତା ବଢାଇବୁ । କାରଖାନା ଆରମ୍ଭ ହେବା ପରେ ବିକ୍ରି ମଧ୍ୟ ଆରମ୍ଭ ହୋଇଯିବ । ବିକ୍ରି ଜୁଲାଇଠୁ ହେବ । ’’

ତେବେ କମ୍ପାନୀ ଏବେ ଇ-ସ୍କୁଟର ଦାମ ଓ ଅନ୍ୟ ତଥ୍ୟର ଖୁଲାସା କରିନାହିଁ । ଏଥିମଧ୍ୟରେ କମ୍ପାନୀ କହିଛି କି ଓଲା'ର ହାଇପରଚାର୍ଜର ନେଟୱର୍କ ଦୁନିଆର ସବୁଠୁ ବ୍ୟାପକ ଇଲେକ୍ଟ୍ରିକ ଦୁଇଚକିଆ ଚାର୍ଜିଂ ନେଟୱାର୍କ ହେବ । ଏହା ଅଧିନରେ 400 ସହରରେ 1 ଲକ୍ଷ ଚାର୍ଜିଂ ପଏଣ୍ଟ ଲଗାଯିବ । ପ୍ରଥମ ବର୍ଷରେ ଓଲା ଦେଶର 100 ସହରରେ 5000 ଚାର୍ଜିଂ ପଏଣ୍ଟ ଲଗାଇବ । ଏହା ଦେଶରେ ଚାର୍ଜିଂ ଢାଞ୍ଚାର ଦୁଇଗୁଣାରୁ ଅଧିକ । କମ୍ପାନୀ କହିଛି କି ଓଲାର ସ୍କୁଟର 18 ମିନିଟରେ 50 ପ୍ରତିଶତ ଚାର୍ଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.