ETV Bharat / business

କୋରୋନା କଟକଣା, ସଙ୍କଟରେ ପର୍ଯ୍ୟଟନ ଶିଳ୍ପ

author img

By

Published : Mar 20, 2020, 11:07 AM IST

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବନ୍ଦ ଯୋଗୁଁ ରାଜ୍ୟ ରାଜକୋଷକୁ ସିଂହଭାଗ ରାଜସ୍ବ ଦେଉଥିବା ପର୍ଯ୍ୟଟନ ଶିଳ୍ପ ବି ଗୁରୁତର ଭାବେ ପ୍ରଭାବିତ ।

Coronavirus: Odisha Tourism industry hit by Covid-19
କୋରୋନା କଟକଣା, ସଙ୍କଟରେ ପର୍ଯ୍ୟଟନ ଶିଳ୍ପ

ଭୁବନେଶ୍ବର: ବାତ୍ୟା ଫନିର କ୍ଷତ ଏ ପର୍ଯ୍ୟନ୍ତ ଶୁଖିନଥିବା ବେଳେ ପୁଣି କଷ୍ଟ ଦେଲାଣି କୋରୋନା ଭାଇରସ ଉତ୍ପାତ । ପ୍ରାଣଘାତୀ କୋରୋନା ମାଡରେ ଘାଇଲା ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ । ସଭା ସମିତି, ବୈଠକ ,ବାହାଘର ପାଇଁ ହୋଇଥିବା ସବୁ ହୋଟେଲ ,ବିମାନ ,ରେଲୱେ ବୁକିଂ କ୍ୟାନସଲ ହେବାରୁ ହାତ ଟେକିଦେଲେଣି ହୋଟେଲ ମାଲିକ । ଏପଟେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବନ୍ଦ ଯୋଗୁଁ ରାଜ୍ୟ ରାଜକୋଷକୁ ସିଂହଭାଗ ରାଜସ୍ବ ଦେଉଥିବା ପର୍ଯ୍ୟଟନ ଶିଳ୍ପ ବି ଗୁରୁତର ଭାବେ ପ୍ରଭାବିତ ।

କୋରୋନା କଟକଣା, ସଙ୍କଟରେ ପର୍ଯ୍ୟଟନ ଶିଳ୍ପ

କେବେ ପର୍ଯ୍ୟଟକଙ୍କ କୋଳାହଳରେ ଭରପୂର ରାଜ୍ୟର ଆକର୍ଷଣୀୟ, ମନଲୋଭା ସ୍ଥାନ ଆଜି ଖାଁ ଖାଁ । ଜଣେ, 2 ଜଣଙ୍କୁ ଛାଡିଲେ କାହାରିକୁ ଦେଖିବାକୁ ମିଳୁନି । କୋରୋନା କଟକଣା ଯୋଗୁଁ ଧୀର ପଡିଯାଇଛି କୋଣାର୍କର ସୂର୍ଯ୍ୟମନ୍ଦିର ଆଉ ଏସିଆର ସବୁଠୁ ବଡ ଚିଡିଆଖାନା ନନ୍ଦନକାନନ । ଏପଟେ ସବୁବେଳେ ଭକ୍ତଙ୍କ ଆଗମନରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଧାର୍ମୀକ ପୀଠ ବି ଆଜି ଶୂନଶାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ବିଶ୍ବର ଦ୍ବିତୀୟ ସର୍ବବୃହତ ସାମୁଦ୍ରିକ ହ୍ରଦ ଚିଲିକା ବି ପର୍ଯ୍ୟଟକଙ୍କ ସ୍ପର୍ଶକୁ ଝୁରିବା ଆରମ୍ଭ କରିଦେଲାଣି । କୋରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଓଡିଶା ସରକାର ହାଇଆଲର୍ଟ ଜାରି କରିଦେଇଛନ୍ତି । ଶ୍ରୀମନ୍ଦିରରେ ଦର୍ଶନ ଠାରୁ ଦେବୀପୀଠରେ ଚୈତ୍ର ପର୍ବ । ସବୁଠି କଡା କଟକଣା ଲାଗୁ କରାଯାଇଛି । ସାଧାରଣ ଲୋକଙ୍କୁ ଜଗା ଦର୍ଶନ ବି ମନା। ସେହିଭଳି ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ପ୍ରଶାସନର ତୀଖ୍ନ ନଜର ରଖିଛି ।

କୋଣାର୍କ ସମେତ ଧଉଳି, ଖଣ୍ଡଗିରି , ଗଜପତିର ଜିରାଙ୍ଗ ବୌଦ୍ଧ ମନ୍ଦିର ଆଦି ସବୁ ସ୍ଥାନରେ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ହୋଇଥିଲା ବେଳେ କାଳିଯାଇ, ନଳବଣ, ମଙ୍ଗଳାଯୋଡୀ ପକ୍ଷୀବିହାର ଯିବାକୁ ବାରଣ କରାଯାଇଛି । କେବଳ ସେତିକି ନୁହେଁ ଚିଲିକା, ସାତପଡା, ଆଦି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡିକରେ ମଧ୍ୟ ପର୍ଯ୍ୟଟକ ବସ ବୁଂକି ବାତିଲ ହୋଇଛି । ଚିଲିକା ପାନ୍ଥ ନିବାସରେ ପର୍ଯ୍ୟଟକ ରହିପାରିବେନି ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇସାରିଛନ୍ତି । ବିଭିନ୍ନ ସହରର ଆକର୍ଷଣୀୟ ପାର୍କଗୁଡିକରେ ତାଲା ଝୁଲୁଛି । କୋରୋନା ଭାଇରସ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପୁରୀ ବେଳାଭୂମିରେ ମଧ୍ୟ କଡା କଟକଣା ଜାରି । ଏକାଧିକ ଲୋକଙ୍କ ଏକତ୍ରକୁ ବାରଣ କରି ପର୍ଯ୍ୟଟକଙ୍କୁ ଖାଲି କରାଯାଉଥିବା ବେଳେ ଉଠାଦୋକାନୀଗୁଡିକୁ ହଟାଯାଉଛି । ସେପଟେ ହୋଟେଲରେ ରହିଥିବା ପର୍ଯ୍ୟଟକଙ୍କୁ ମଧ୍ୟ ବାହାରକୁ ବାହାରିବାକୁ ମନା କରିଦିଆଯାଇଛି । ଏଥିଯୋଗୁଁ ରାଜକୋଷକୁ ଦୈନିକ ଲକ୍ଷାଧିକ ଟଙ୍କାର କ୍ଷତି ହେଉଛି । ଏପଟେ ହୋଟେଲ ମାଲିକ ବି ହତାସ ହୋଇପଡିଲେଣି । ବୁକିଙ୍ଗ ରଦ୍ଦ ହେଉଥିବାରୁ ଆୟ ନାହିଁ । ଫଳରେ ବ୍ୟାଙ୍କ ଋଣ ଓ ଇଏମଆଇ ପରିଶୋଧ କାଠିକର ହେଉଛି । ଏପରି ସ୍ଥିତିରେ ଜଳଜଳ ହୋଇଛି ମାନ୍ଦାବସ୍ଥା ।

ସରକାରୀ ସୂତ୍ର ଅନୁସାରେ ଫେବୃଆରୀ 1ରୁ ମାର୍ଚ୍ଚ 12 ମଧ୍ୟରେ ପ୍ରାୟ 5,078ଜଣ ବିଦେଶୀ ପର୍ଯ୍ୟଟକ ଓଡିଶା ଆସିଛନ୍ତି । ସେଥିରୁ ପୁରୀକୁ ଫେବୃଆରୀରରେ 1,204 ଏବଂ ମାର୍ଚ୍ଚରେ 231 ପର୍ଯ୍ୟଟକ ଆସିଥିବା ରେକର୍ଡ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାକୁ ଫେବୃଆରୀରେ ସର୍ବାଧିକ 2269 ଏବଂ ମାର୍ଚ୍ଚରେ 256 ପର୍ଯ୍ୟଟକ ଆସିଛନ୍ତି । ପ୍ରାୟ 630 ପର୍ଯ୍ୟଟକ କୋଣାର୍କ ପରିଦର୍ଶନ କରିଛନ୍ତି | ଓଡିଶା ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ସର୍ବାଧିକ ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଅନ୍ୟ ୟୁରୋପୀୟ ଦେଶରୁ ଆସିଥିଲା ବେଳେ 200 ଇଟାଲୀରୁ, ଯାହା ଚୀନ୍ ପରେ COVID-19 ର ହେଡକ୍ବାଟର | ତେବେ ଏବେ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଉଡାଣ ବାତିଲ କରିଥିବା ବେଳେ ରାଜ୍ୟରେ ମଧ୍ୟ କଡା ଯାଞ୍ଚ ଯୋଗୁଁ ଯାତାୟତ ଉପରେ ରୋକ ଲଗାଯାଇଥିବାରୁ ପର୍ଯ୍ୟଟନ ଶିଳ୍ପ ସଙ୍କଟ ଘନେଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.