ETV Bharat / business

ଜିଲ୍ଲାରେ ପୁଞ୍ଜି ନିବେଶର ପ୍ରୋତ୍ସାହନ ଦେବ DIPA

author img

By

Published : Mar 8, 2021, 6:54 PM IST

ଜିଲ୍ଲା ସ୍ତରରେ ପୁଞ୍ଜିନିବେଶକୁ ତ୍ୱରାନ୍ବିତ ଓ ପ୍ରୋତ୍ସାହନ ପାଇଁ ଆରମ୍ଭ ହୋବ ଦୀପା(DIPA) । ରାଜ୍ୟର 30 ଟି ଜିଲ୍ଲାରେ “ଜିଲ୍ଲା ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି” (DIPA) ପ୍ରତିଷ୍ଠା କରିବାକୁ ଘୋଷଣା କରିଛି ଶିଳ୍ପ ବିଭାଗ । ଅଧିକ ପଢନ୍ତୁ..

ଜିଲ୍ଲାରେ ପୁଞ୍ଜି ନିବେଶର ପ୍ରୋତ୍ସାହନ ଦେବ DIPA
ଜିଲ୍ଲାରେ ପୁଞ୍ଜି ନିବେଶର ପ୍ରୋତ୍ସାହନ ଦେବ DIPA

ଭୁବନେଶ୍ୱର : ଗତ ଦୁଇ ଦଶନ୍ଧି ହେଲା ରାଜ୍ୟରେ ଶିଳ୍ପର ବିକାଶ ଓ ଅଭିବୃଦ୍ଧି ଦେଖିବାକୁ ମିଳୁଛି । ଏହାକୁ ଆହୁରୀ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଜିଲ୍ଲା ସ୍ତରରେ ମଧ୍ୟ ପୁଞ୍ଜିନିବେଶକୁ ବ୍ୟାପକ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଜିଲ୍ଲା ସ୍ତରରେ ପୁଞ୍ଜିନିବେଶକୁ ତ୍ୱରାନ୍ବିତ ଓ ପ୍ରୋତ୍ସାହନ ପାଇଁ ଆରମ୍ଭ ହୋବ ଦୀପା(DIPA) । ରାଜ୍ୟର 30 ଟି ଜିଲ୍ଲାରେ “ଜିଲ୍ଲା ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି” (DIPA) ପ୍ରତିଷ୍ଠା କରିବାକୁ ଘୋଷଣା କରିଛି ଶିଳ୍ପ ବିଭାଗ । DIPA ଗୁଡିକ IPICOL ର ଏକ ବିସ୍ତାରିତ ଅଙ୍ଗ(ବାହୁ/ହାତ)ଭାବରେ କାର୍ଯ୍ୟ କରିବ । 2021 ଏପ୍ରିଲରୁ ଡିସେମ୍ବର 2021 ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଗଠନ ହେବ ।

  • ଜିଲ୍ଲା ସ୍ତରରେ ପୁଞ୍ଜି ବିନିଯୋଗ ସୁବିଧାକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଜିଲ୍ଲାପାଳଙ୍କ ନେତୃତ୍ୱରେ DIPA କାର୍ଯ୍ୟ କରିବ । ସମ୍ପୃକ୍ତ ଜିଲ୍ଲାର ଏସପି, ଡିଏଫଓ ଏବଂ ବିଭିନ୍ନ ବିଭାଗର ମୁଖ୍ୟ ଦୀପାର ସଦସ୍ୟ ହେବେ । ପୁଞ୍ଜି ବିନିଯୋଗ ସୁବିଧା, ପ୍ରକଳ୍ପର ସମୀକ୍ଷା ଏବଂ ସ୍ଥାନୀୟ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ ଦୀପା ।

    ଜିଲ୍ଲା ସ୍ତରରେ ପୁଞ୍ଜି ବିନିଯୋଗରେ ବ୍ୟାପକ ଶିଳ୍ପ ଓ ଉଦ୍ୟୋଗିକ ପ୍ରକଳ୍ପ ପ୍ରତିଷ୍ଠା ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି । ଜିଲ୍ଲାସ୍ତରରେ ଶିଳ୍ପ ବିକାଶ ହେବା ସହ ସ୍ଥାନୀୟ ଶିକ୍ଷିତ ଯୁବକ ଏବଂ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

    DIPAର ଭୂମିକା :
    ପ୍ରକଳ୍ପ ଠିକ ସମୟରେ କାର୍ଯ୍ୟକାରୀ କରି ଉଦ୍ୟୋଗୀମାନଙ୍କୁ ସୁବିଧାଜନକ ବ୍ୟବସ୍ଥା ପ୍ରଦାନ କରିବା ।
    ବଡ଼ ଧରଣର ନିଯୁକ୍ତି ସୃଷ୍ଟି କରିବାକୁ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହିତ କରିବା ।
    ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ସ୍ଥାନୀୟ ଶକ୍ତି ବୃଦ୍ଧି ପାଇଁ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ କରିବା ।
    ପୁଞ୍ଜି ନିବେଶକାରୀଙ୍କ ଅଭିଯୋଗର ଶୀଘ୍ର ସମାଧାନ କରିବା ।
    ଦ୍ରୁତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବା ।
    ପ୍ରମୁଖ ସଡକ, ବିଦ୍ୟୁତ୍ ଯୋଗାଣ ଏବଂ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ତୀକ୍ଷ୍ଣ ନଜର ରଖିବା । ଯାହା ଶିଳ୍ପାୟନ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ।

    ଜିଲ୍ଲାମାନଙ୍କରେ ବୃହତ ତଥା ଏମଏସଏମଇ ପ୍ରକଳ୍ପ ସ୍ଥାପନକୁ ତ୍ୱରାନ୍ୱିତ କରିବାରେ DIPA ଏକ ସକ୍ରିୟ ଭୂମିକା ନିଭେଇବ ।
  • ଏହି ପଦକ୍ଷେପ ବ୍ୟବସାୟିକ ପରିବେଶକୁ ଏକ ମହତ୍ୱ ପ୍ରଦାନ କରିବ ।
  • ଏହା ସ୍ଥାନୀୟ ଲୋକ ନିଯୁକ୍ତି ଉପଲବ୍ଧ ହେବ ।
  • ରାଜ୍ୟସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଦ୍ୱାରା DIPAର କାର୍ଯ୍ୟଦକ୍ଷତା ଉପରେ ନଜର ରଖାଯିବ ।
  • ପୁଞ୍ଜି ନିବେଶକାରୀଙ୍କ ମତାମତ ଆଧାରରେ ଜିଲ୍ଲା ଗୁଡିକର ବାର୍ଷିକ ମାନ୍ୟତା ମାଧ୍ୟମରେ ମଧ୍ୟ ମୂଲ୍ୟାଙ୍କନ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.