ETV Bharat / business

ରାଜ୍ୟରେ 8ଟି ପ୍ରକଳ୍ପକୁ ଅନୁମୋଦନ, ମିଳିବ 3135 ନିଯୁକ୍ତି

author img

By

Published : Feb 9, 2021, 7:24 PM IST

8 ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ 1242.02 କୋଟି ଟଙ୍କାର ପ୍ରକଳ୍ପକୁ ମିଳିଲା ଅନୁମୋଦନ । ଅଧିକ ପଢନ୍ତୁ..

ରାଜ୍ୟରେ 8ଟି ପ୍ରୋକ୍ଟକୁ ଅନୁମୋଦନ, ମିଳିବ 3135 ନିଯୁକ୍ତି

ଭୁବନେଶ୍ବର: ରାଜ୍ୟରେ ବଢିବ ନିଯୁକ୍ତି ସୁଯୋଗ । ଶିଳ୍ପର ବିକାଶ ସହ ସୃଷ୍ଟି ହେବ ନିବେଶ ସୁଯୋଗ । ମଙ୍ଗଳବାର ରାଜ୍ୟ ସରକାର 8ଟି ଇଣ୍ଡଷ୍ଟ୍ରିଆଲ ପ୍ରୋଜେକ୍ଟକୁ ଅନୁମୋଦନ କରିଛନ୍ତି । ଏହାର ବ୍ୟୟ ଅଟକଳ 1242.02 କୋଟି ଟଙ୍କା ରହିଛି । ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ଏହି ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି ।

ମଙ୍ଗଳବାର ଡିଜିଟାଲ ମୋଡରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ SLSWCA ବୈଠକ ହୋଇଥିଲା । ଏଥିରେ ଅନୁମୋଦିତ 8ଟି ଇଣ୍ଡଷ୍ଟ୍ରିଆଲ ପ୍ରୋଜେକ୍ଟରେ ମେଟାଲ ଓ ଆଇଟି , ମ୍ୟାନୁଫ୍ୟାକ୍ଚରିଂ , ଲଜିଷ୍ଟିକ୍ସ , ପର୍ଯ୍ୟଟନ ସେକ୍ଟର ଆଦିରେ ନିବେଶ ପାଇଁ ଗ୍ରୀନ ସିଗନାଲ ମିଳିଛି ।

ଏହି ପ୍ରକଳ୍ପ ମାଧ୍ଯମରେ ରାଜ୍ୟରେ 3135 ଜଣଙ୍କୁ ରୋଜଗାପର ମିଳିବ । ତେବେ ଏହି ପ୍ରକଳ୍ପ ଅଧିନରେ 67 କୋଟି ନିବେଶରେ ସୁନ୍ଦରଗଡ଼ କାଲୁଙ୍ଗାରେ ଆଇରନ ପାଉଡର ପ୍ଲାଣ୍ଟ ହେବେ । ଖୋର୍ଦ୍ଧାରେ ଓରିକନ କରିବ ଖାଦ୍ୟ ପାନୀୟ ପ୍ରକଳ୍ପ । ଏଥିରେ 120 କୋଟି ଖର୍ଚ୍ଚ ହେବ । ସେହିଭଳି 67 କୋଟି ନିବେଶରେ ଖୋର୍ଦ୍ଧା ଇନଫୋ ଭ୍ୟାଲିରେ ସୋଲାର ପ୍ୟାନେଲ କାରଖାନା ହେବ ।

-ପୁରୀରେ M / s ପ୍ରଭାତ ହସ୍ପିଟାଲ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା 5 ତାରକା ହୋଟେଲ-କମ-ବିଳାସପୂର୍ଣ୍ଣ ରିସର୍ଟ ପାଇଁ 135.69 କୋଟି ନିବେଶକ କରିବ । ଏଥିରେ 350 ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ରହିବ ।

- 4 ତାରକା ହୋଟେଲ ଲଗ୍ଜରୀ ହୋଟେଲ ଇଡନ ରକ ଭୁବନେଶ୍ବରରେ 117 କୋଟିର ନିବେଶ କରିବ । ଏଥିରେ 345 ନିଯୁକ୍ତି ସୃଷ୍ଟୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.