ETV Bharat / business

ବଜେଟ ଆକାର ଦେଢ ଲକ୍ଷ କୋଟି ଟପିବ, ଖର୍ଚ୍ଚ ଉପରେ ଗୁରୁତ୍ୱ

author img

By

Published : Jan 15, 2020, 4:41 PM IST

Updated : Jan 15, 2020, 6:52 PM IST

ଗତବର୍ଷ ଅପେକ୍ଷା ଏଥର ଦେଢ କୋଟିକୁ ଟପିବ ବଜେଟ ଆକାର । କାରଣ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିନି । ପ୍ରାକ ବଜେଟ ବୈଠକ ପରେ ଏ ନେଇ ପ୍ରତିକ୍ରିୟା ମିଳିଛି ।

Odisha government may  present ₹1.55 lakh crore budget for 2020-21
ବଜେଟ ଆକାର ଦେଢ଼ ଲକ୍ଷ କୋଟି ଟପିବ, ବଜେଟ ଅର୍ଥ ଖର୍ଚ୍ଚ ଉପରେ ଗୁରୁତ୍ୱ

ଭୁବନେଶ୍ବର: ଗତବର୍ଷ ଅପେକ୍ଷା ଏଥର ବଜେଟରେ ବଢିବ ବ୍ୟୟ ବରାଦ । 2020-21 ଆର୍ଥିକ ବର୍ଷର ବଜେଟ ଆକାର ଦେଢ ଲକ୍ଷ କୋଟି ଟପିବ । ବିଭିନ୍ନ ଉତ୍ସରୁ ଅର୍ଥ ଆଦାୟ କରାଯାଇ ରାଜସ୍ବ ବୃଦ୍ଧି ସହ ଖର୍ଚ୍ଚ ମଧ୍ୟ ବଢିବ । ମଙ୍ଗଳବାର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାକ ବଜେଟ ବୈଠକ ପରେ ଏ ନେଇ ସୂଚନା ଦିଆଯାଇଛି ।

ବଜେଟ ଆକାର ଦେଢ଼ ଲକ୍ଷ କୋଟି ଟପିବ

ଫେବୃଆରୀ ଦ୍ଵିତୀୟ ସପ୍ତାହରେ ରାଜ୍ୟ ବଜେଟ ଆଗତ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସାଧାରଣ ଲୋକଙ୍କଠାରୁ ମତ ନେବା ପରେ ରାଜ୍ୟ ସରକାର ଶିଳ୍ପ ବିଶେଷଜ୍ଞ, ଅର୍ଥନୀତି ସମୀକ୍ଷକ, ଚାର୍ଟଡ଼ ଆକାଉଣ୍ଟାଣ୍ଟ, ପୂର୍ବତନ ଅର୍ଥମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ ଡାକି ଆଲୋଚନା କରିଛନ୍ତି।

ପ୍ରଶାସନିକ ସଂସ୍କାର, ସଠିକ ଶିକ୍ଷକ ଚୟନ ଯାହା ଫଳରେ ଶିକ୍ଷା ଅଧିକାର ଆଇନ ଅଧୀନରେ ସମସ୍ତଙ୍କୁ ନିଯୁକ୍ତି ମିଳିପାରିବ। ଦେଶରେ ମାନ୍ଦାବସ୍ଥା ସମୟରେ କେଉଁ କ୍ଷେତ୍ରରୁ ଅର୍ଥ ଆସିବ ତାକୁ ଚିହ୍ନଟ କରାଯାଉ। କାରଣ ଏହାର ପ୍ରଭାବ ବଜେଟ ଉପରେ ପଡ଼ିବ। ଖୋଲା ହାତରେ ସରକାର ଖର୍ଚ୍ଚ କରି ପାରିବେନି। ଗତ ଥର 1 ଲକ୍ଷ 39ହଜାର କୋଟି ଟଙ୍କାର ବଜେଟ ଥିଲା। ତାହା ଏଥର 1ଲକ୍ଷ 55 ହଜାର କୋଟି ଟପିବା ସମ୍ଭାବନା ରହିଛି । ପଞ୍ଚାୟତକୁ ବିଜୁଳି ବିଲ ଆଦାୟ କ୍ଷମତା ଦିଆଯାଉ। ପ୍ରାକ ବଜେଟ ପ୍ରସ୍ତୁତି ବୈଠକରେ ଏଭଳି ମତ ଦେଇଛନ୍ତି ବିଶେଷଜ୍ଞ।

ତେବେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ କେନ୍ଦ୍ର ସରକାର ଅଧିକ ଅର୍ଥ ଦେଇ ପାରିବେନି। ହେଲେ ଏ ଯାଏଁ ମନ୍ଦାବସ୍ଥାର ପ୍ରଭାବ ଓଡ଼ିଶା ଉପରେ ପଡ଼ିନି। କାରଣ ଏଠାରେ ଅଭିବୃଦ୍ଧି ହାର ବଢ଼ିଛି। ଭବିଷ୍ୟତରେ କଣ ହେବ କହି ହେବନି। ତେବେ ଏଥର ବଜେଟ ବ୍ୟୟବରାଦ ବୃଦ୍ଧି ପାଇବ । ଟିକସ ବଢାଇବା ପରିବର୍ତ୍ତେ, ବଡ଼ ଶିଳ୍ପାନୁଷ୍ଠାନଙ୍କ ଠାରୁ ବକେୟା ଟିକସ ଆଦାୟ ହେଉ। ବଡ଼ ମାଛଙ୍କୁ ଧରାଯାଉ। ବେଆଇନ ଖଣିରୁ ସାହ କମିଶନ ଯେଉଁ 68ହଜାର କୋଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କେବଳ 17ହଜାର କୋଟି ହିଁ ଆଦାୟ ହୋଇଛି। ସେ ସବୁ ଆଦାୟ କର। ରାଜସ୍ବ ବୃଦ୍ଧି ପାଇଁ କ୍ଷେତ୍ର ଚିହ୍ନଟ ହେଉ ବୋଲି ଅର୍ଥନୀତିଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି।

ଭୁବେନଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଫେବ୍ରୁଆରି ଦ୍ଵିତୀୟ ସପ୍ତାହରେ ରାଜ୍ୟ ବଜେଟ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସାଧାରଣ ଲୋକଙ୍କଠାରୁ ମତ ନେବା ପରେ ରାଜ୍ୟ ସରକାର ଶିଳ୍ପ ବିଶେଷଜ୍ଞ, ଅର୍ଥନୀତି ସମୀକ୍ଷକ, ଚାର୍ଟଡ଼ ଆକାଉଣ୍ଟ ଣ୍ଟ ଓ ପୂର୍ବତନ ଅର୍ଥମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ ଡାକି ଆଲୋଚନା କରିଛନ୍ତି।
ପ୍ରଶାସନିକ ସଂସ୍କାର, ସଠିକ ଶିକ୍ଷକ ଚୟନ ଯାହା ଫଳରେ ଶିକ୍ଷା ଅଧିକାର ଆଇନ ଅଧୀନରେ ସମସ୍ତଙ୍କୁ ନିଯୁକ୍ତି ମିଳିପାରିବ। ଦେଶରେ ମାନ୍ଦାବସ୍ଥା ସମୟରେ କେଉଁ କ୍ଷେତ୍ରରୁ ଆସିବ ଅର୍ଥ, ତାକୁ ଚିହ୍ନଟ କରାଯାଉ। କାରଣ ଏହାର ପ୍ରଭାବ ବଜେଟ ଉପରେ ପଡ଼ିବ। ଖୋଲା ହାତରେ ସରକାର ଖର୍ଚ୍ଚ କରି ପାରିବେନି। ଗତ ଥର 1ଲକ୍ଷ39ହଜାର କୋଟି ବଜେଟ ଥିଲା। ତାହା ଏଥର 1ଲକ୍ଷ55ହଜାର କୋଟି ଟପି ପରେ। ପଂଚାୟତକୁ ବିଜୁଳି bill ଆଦାୟ କ୍ଷମତା ଦିଆଯାଉ। ପ୍ରାକ ବଜେଟ ପ୍ରସ୍ତୁତି ବୈଠକରେ ଏଭଳି ମତ ଦେଇଛନ୍ତି ବିଶେଷଜ୍ଞ।

ଆର୍ଥିକ ମାନ୍ଦାବସ୍ଥା ଯୋଗୁ କେନ୍ଦ୍ର ସରକାର ଅଧିକ ଅର୍ଥ ଦେଇ ପାରିବେନି। ହେଲେ ଏ ଯାଏ ମନ୍ଦାବସ୍ଥାର ପ୍ରଭାବ ଓଡ଼ିଶା ଉପରେ ପଡ଼ିନି। କାରଣ ଏଠି ଅଭିବୃଦ୍ଧି ହାର ବଢ଼ିଛି। ଭବିଷ୍ୟତରେ କଣ ହେବ କହି ହେବନି। ଗତ ଥର ଅପେକ୍ଷା ଆଗାମୀ ବଜେଟ ବଡ଼ ଆକାରର ରହିବ। ଟିକସ ବଢ଼ାଇବା ପରିବର୍ତ୍ତେ, ବଡ଼ ଶିଳ୍ପାନୁଷ୍ଠାନଙ୍କଠାରୁ ବକେୟା ଟିକସ ଆଦାୟ ହେଉ। ବଡ଼ ମାଛଙ୍କୁ ଧରାଯାଉ। ବେଆଇନ ଖଣିରୁ ସାହ କମିଶନ ଯେଉଁ 68ହଜାର କୋଟି ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ, କେବଳ 17ହଜାର କୋଟି ହି ଆଦାୟ ହୋଇଛି। ସେ ସବୁ ଆଦାୟ କର। ରାଜସ୍ୱ ବୃଦ୍ଧି ପାଇଁ କ୍ଷେତ୍ର ଚିହ୍ନଟ ହେଉ। ବୋଲି ଅନେକ ପ୍ରସ୍ତାବ ଦେଇଛନ୍ତି।
Body:ପ୍ରଫୁଲ୍ଲ ଘଡେ଼ଇ, ପୂର୍ବତନ ଅର୍ଥ ମନ୍ତ୍ରୀ
ପଞ୍ଚାନନ କାନୁନଗୋ, ପୂର୍ବତନ ଅର୍ଥ ମନ୍ତ୍ରୀ
ଦିଲ୍ଲୀପ ବିଷୋୟୀ, ଅର୍ଥନୀତି ସମୀକ୍ଷକConclusion:
Last Updated : Jan 15, 2020, 6:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.