ETV Bharat / business

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରାକ-ବଜେଟ ଆଲୋଚନା: ଦାବି ରଖିଲେ ନିରଞ୍ଜନ

ଫେବୃଆରୀ ପହିଲାରେ ଆଗତ ହେବାକୁ ଥିବା ବଜେଟ ପାଇଁ ହେଉଛି ପୂର୍ବ ପ୍ରସ୍ତୁତି ବୈଠକ । ଏଥିରେ ଓଡିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସାମିଲ ହୋଇ ରଖିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରାକ-ବଜେଟ ଆଲୋଚନା:  ଦାବି ରଖିଲେ ନିରଞ୍ଜନ
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରାକ-ବଜେଟ ଆଲୋଚନା: ଦାବି ରଖିଲେ ନିରଞ୍ଜନ
author img

By

Published : Jan 18, 2021, 9:57 PM IST

ଭୁବନେଶ୍ବର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ସହିତ ପ୍ରାକ ବଜେଟ ଆଲୋଚନା କରିଛନ୍ତି। ଏଥିରେ ଅଂଶଗ୍ରହଣ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ପକ୍ଷରୁ କେତେକ ଦାବି ଉପସ୍ଥାପନ କରିଛନ୍ତି ।

ସେଥି ମଧ୍ୟରେ ରହିଥିବା ପ୍ରମୁଖ ଦାବି ହେଲା - ସେଣ୍ଟ୍ରାଲ ସେଲସ ଟ୍ୟାକ୍ସ ଆକଫ, ୧୯୫୬ର ଧାରା ୮ ଉପଧାରା-୩ରେ ସଂଶୋଧନ କରି ଫର୍ମ-ସି ର ଅପବ୍ୟବହାର କରାଯାଇ ହାଇସ୍ପିଡ ଡିଜେଲର ଆନ୍ତଃରାଜ୍ୟ କ୍ରୟକୁ ରୋକାଯିବା । 2021ରେ ୨୦୨୧-୨୨ରେ ଓଡ଼ିଶାରେ ଚାଲୁ ରହିଥିବା ତଥା ନୂତନ ଭାବରେ ନିଆଯାଉଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ଅତିକମ୍‌ରେ ୭,୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବା , ଓଡ଼ିଶାରେ ଥିବା ଅଣବ୍ୟାଙ୍କ ଗ୍ରାମ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ଶାଖା ଖୋଲିବା , ରାଜ୍ୟର ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଟେଲି ପ୍ରକଳ୍ପ ପାଇଁ ବର୍ଷ ୨୦୨୧-୨୨ରେ ଓଡ଼ିଶା ପାଇଁ ଅତିକମରେ ୫,୬୫୦ କୋଟି ଟଙ୍କାର ବ୍ୟବସ୍ଥା କରିବା , ରାଜ୍ୟରେ ଥିବା ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ତଥା ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ବଜେଟ୍‌ ବ୍ୟବସ୍ଥା କରିବା , ଶକ୍ତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଦୂର କରିବା ଯଥା:- ଟାରିଫ ପଲିସିରେ ଆବଶ୍ୟକ ସଂଶୋଧନ ପୂର୍ବକ ଅତି ପୁରୁଣା ପାୱାର ପର୍ଚେଜ୍‌ ଆଗ୍ରିମେଣ୍ଟଗୁଡ଼ିକ ବନ୍ଦ କରିବା , ଇଲେକ୍ଟରିସିଟି ଆକଫ, ୨୦୦୩ରେ ଆବଶ୍ୟକ ସଂଶୋଧନ କରି ସମସ୍ତ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ ରିନୁ୍ୟଏବୁଲ୍‌ ପାୱାର ଓବ୍ଲିଗେସନ୍‌ ପାଇଁ ଅନ୍ତର୍ଭୁକ୍ତ କରିବା , ବଳକା ଶକ୍ତିକୁ ବିକ୍ରି କରିବା ପାଇଁ ଏସ୍‌ଇସିଆଇ ଦ୍ୱାରା କରାଯାଉଥିବା ଟେଣ୍ଡର ପ୍ରକ୍ରିୟାରେ ଡିଆଇଏସ୍‌ସିଓଏମ୍‌ମାନଙ୍କୁ ଭାଗ ନେବା ପାଇଁ ଅନୁମତି ପ୍ରଦାନ କରିବା , ପାଇପ୍‌ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଆବଶ୍ୟକ ବ୍ୟୟବରାଦ , ରାଜ୍ୟମାନଙ୍କର ସ୍ବାର୍ଥଜଡ଼ିତ ଥିବା ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରମାନଙ୍କ ସହ ପୂର୍ବାଲୋଚନା କରିବା , କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦକୁ ସମସ୍ତ ଅର୍ଥ ରାଜ୍ୟ ବଜେଟ୍‌ ଜରିଆରେ ପ୍ରଦାନ କରାଯିବା ତଥା ଏହି ଯୋଜନା ବାବଦକୁ ସୋସାଇଟି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଖର୍ଚ୍ଚ ନକରି ସିଧାସଳଖ ରାଜ୍ୟ ଟ୍ରେଜେରୀରୁ ଖର୍ଚ୍ଚ କରିବା ପାଇଁ ଅନୁମତି ପ୍ରଦାନ , କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ବାବଦରେ ରାଜ୍ୟକୁ ଯୋଜନା ଦ୍ବାରା ମିଳିବାକୁ ଥିବା ଅର୍ଥର ଆଗୁଆ ତଥ୍ୟ ପ୍ରଦାନ , କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକରେ ଉତ୍ତର-ପୂର୍ବ ତଥା ହିମାଳୟସ୍ଥିତ ରାଜ୍ୟମାନଙ୍କୁ ପ୍ରଦାନ କରାଯାଉ କେନ୍ଦ୍ର ଅଂଶ ହାରରେ ଓଡ଼ିଶାକୁ କେନ୍ଦ୍ର ଅଂଶ ପ୍ରଦାନ , କେନ୍ଦ୍ର ସରକାର ସୀମା ଶୁଳ୍କ ତଥା ପ୍ରତ୍ୟକ୍ଷ କରଗୁଡ଼ିକ ଉପରେ ଆଦାୟ କରୁଥିବା ସେସ୍‌ ତଥା ଅତିରିକ୍ତ ଦେୟଗୁଡ଼ିକୁ ବନ୍ଦ କରି ସେଗୁଡ଼ିକୁ କେନ୍ଦ୍ର ଟିକସର ଅନ୍ତର୍ଭୁକ୍ତ କରିବା, ଯାହା ଦ୍ବାରା କି ରାଜ୍ୟମାନଙ୍କୁ କେନ୍ଦ୍ର ଟିକସ୍‌ରୁ ଅଧିକ ରାଜ୍ୟ ଅଂଶ ମିଳିପାରିବ , ସମସ୍ତ ବାହ୍ୟ ସାହାଯ୍ୟପ୍ରାପ୍ତ ପ୍ରକଳ୍ପଗୁଡ଼ିକ ବାବଦକୁ ମିଳୁଥିବା ଋଣକୁ ଭାରତୀୟ ମୁଦ୍ରା ଆକାରରେ ପ୍ରଦାନ ଆଦି ରହିଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟର ଏହି ସବୁ ଦାବିଗୁଡ଼ିକୁ କେନ୍ଦ୍ର ବଜେଟ ପ୍ରସ୍ତୁତି ସମୟରେ ସହୃଦୟତାର ସହିତ ବିଚାର କରିବେ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଶା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସୀହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.