ETV Bharat / business

କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ, କୋଭିଡ ଟିକାରୁ ଛାଡ ହେଉ ଜିଏସଟି - ଓଡିଶା ମାଗିଲା ଆର୍ଥିକ ସହାୟତା

ସିଏମ୍ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ଲେଖିଛନ୍ତି ଚିଠି । ଏଥିରେ କୋଭିଡ -19 ଟିକା କ୍ରୟ ଉପରେ ଜିଏସଟି ଛାଡ ଏବଂ କେନ୍ଦ୍ର ଦ୍ୱାରା ସଂଗୃହିତ ସେସ ଏବଂ ସରଚାର୍ଜରୁ ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ..

କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ , କୋଭିଡ ଟିକାରୁ ଛାଡ ହେଉ ଜିଏସଟି

author img

By

Published : May 6, 2021, 6:42 PM IST

Updated : May 6, 2021, 7:51 PM IST

ଭୁବନେଶ୍ବର: ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା କ୍ରୟ ଉପରେ ଜିଏସଟି ଛାଡ ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଏହାସହ ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀରୁ ସଂଗୃହିତ ସେସ୍ ଏବଂ ସରଚାର୍ଜରୁ ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଦେବା ଲାଗି ନବୀନ ଦାବି କରିଛନ୍ତି ।

କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ , କୋଭିଡ ଟିକାରୁ ଛାଡ ହେଉ ଜିଏସଟି
କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ , କୋଭିଡ ଟିକାରୁ ଛାଡ ହେଉ ଜିଏସଟି

ଭାରତ କୋଭିଡ-19 ମହାମାରୀର ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଏଭଳି ଯୁଦ୍ଧକାଳୀନ ସ୍ଥିତିରେ ଆମର ସମସ୍ତ ଉତ୍ସ ଓ ରିସୋର୍ସକୁ ବ୍ୟବହାର କରି ଏହି ଯୁଦ୍ଧରେ ଜିତିବା ହେଉଛି ବଡ ଲକ୍ଷ୍ୟ । ଏହା କୌଣସି ଏକକାଳୀନ ଯୁଦ୍ଧ ନୁହେଁ, ଏଣୁ ଆମକୁ ସୁଦୃଢ ଚିକିତ୍ସା ଓ ଭ୍ୟାକ୍ସିନେସନ ମାଧ୍ୟମରେ ଏହାର ମୁକାବିଲା କରିବାକୁ ହେବ । ଏଥିପାଇଁ ରାଜ୍ୟ ପକ୍ଷରୁ 2ଟି ପ୍ରସ୍ତାବ ଅର୍ଥମନ୍ତ୍ରୀଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

1- 18 ରୁ 45 ବର୍ଷ ବର୍ଗର ଲୋକଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ନିଜ ପକେଟରୁ ଟଙ୍କା ଦେଉଛନ୍ତି । ଟିକା କ୍ରୟ ଉପରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଲାଗୁ ହୋଇଛି । ଫଳରେ ଟିକାଗୁଡ଼ିକୁ ରାଜ୍ୟ ପାଇଁ ମହଙ୍ଗା ହୋଇଛି । ତେଣୁ ଟିକା କ୍ରୟ ଉପରୁ ଜିଏସଟିକୁ ସମ୍ପୂର୍ଣ୍ଣ ଛାଡ କରିବା ଲାଗି ନବୀନ ପ୍ରସ୍ତାବ ରଖିଛନ୍ତି । ଫଳରେ ରାଜ୍ୟଗୁଡିକ ପାଇଁ ଟିକା କ୍ରୟ ଖର୍ଚ୍ଚ ହ୍ରାସ ହୋଇପାରିବ । ଏହାଦ୍ବାରା ରାଜ୍ୟର ଖର୍ଚ୍ଚ କମିବା ସହ ଟିକାକରଣ ଅଭିଯାନ ଜୋରଦାର ହେବ ।

ସେହିଭଳି କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଓ ମଦ ଉପରେ ବିଭିନ୍ନ ସେସ୍ ଏବଂ ସରଚାର୍ଜ ଲଗାଇଛନ୍ତି । ସେସ୍ ଏବଂ ସରଚାର୍ଜ ବାବଦରେ ପାଣ୍ଠି କେନ୍ଦ୍ର ସରକାର ସଂଗ୍ରହ କରୁଛନ୍ତି । ଏହି ଅତିରିକ୍ତ ସମ୍ବଳ କୋଭିଡ ପରି ଗୁରୁତ୍ୱପୂର୍ଣ୍ଣ ସମୟରେ ରାଜ୍ୟ ସରକାରଙ୍କ ସହ ଉପଯୁକ୍ତ ଭାବରେ ବାଣ୍ଟିବାର ଆବଶ୍ୟକତା ରହିଛି । ଯାହା ଫଳରେ ରାଜ୍ୟ ସରକାରଙ୍କ ପାଖକୁ ଅତିରିକ୍ତ ସମ୍ବଳ ଆସିବ । ଟୀକାକରଣ, ମାଗଣା ଚିକିତ୍ସା, ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ସହିତ ମହାମାରୀ ବିରୋଧରେ ରାଜ୍ୟର ଲଢେଇ ମଜବୁତ ହେବ ।

ଦେଶର ଜରୁରୀକାଳୀନ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଉପରୋକ୍ତ ପରାମର୍ଶଗୁଡିକ କାର୍ଯ୍ୟକାରୀ କରିବାକୁ ନବୀନ ଦାବି କରିଛନ୍ତି । ଏହା ଦ୍ୱାରା କୋଭିଡ ବିରୋଧରେ କେନ୍ଦ୍ର-ରାଜ୍ୟ ମିଳିତ ଭାବେ ଲଢ଼ିପାରିବେ ବୋଲି ନବୀନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 6, 2021, 7:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.