ଭୁବନେଶ୍ବର: ଫେବ୍ରୁଆରୀ 18ରେ ରାଜ୍ୟ ବଜେଟ। 2020-21 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। 14ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ।
ବଜେଟ ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି। 24, 25, 26 ତିନି ଦିନ ଧରି ବଜେଟ ଉପରେ ଆଲୋଚନା ରହିଛି । ଏପ୍ରିଲ 9ରେ ଅଧିବେଶନ ଶେଷ ହେବ । ରାଜ୍ୟପାଳଙ୍କ ଅନୁମୋଦନ ପରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ