ETV Bharat / business

ଓଡିଶା ବଜେଟ: ସରକାରଙ୍କ ପାଇଁ ଆଶା ଓ ଚ୍ୟାଲେଞ୍ଜ - Sector Wise Challenges and Expectations

ଆସନ୍ତାକାଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ ଆଗତ କରିବେ । ଏନେଇ ଆସନ୍ତୁ ଜାଣିବା ବିଭିନ୍ନ କ୍ଷେତ୍ରରେ ରହିଥିବା ଚ୍ୟାଲେଞ୍ଜ ଓ ଆଶା । ଅଧିକ ପଢନ୍ତୁ...

Odisha Budget: Sector Wise Challenges and Expectations
ଓଡିଶା ବଜେଟ: ସରକାରଙ୍କ ପାଇଁ ଆଶା ଓ ଚ୍ୟାଲେଞ୍ଜ
author img

By

Published : Feb 17, 2020, 5:19 PM IST

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭାରେ ରାଜ୍ୟ ବଜେଟ ଆଗତ କରାଯିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ ଆଗତ କରିବେ । ଏହି ବଜେଟକୁ ନେଇ ଲୋକଙ୍କ ଭିତରେ ବେଶ ଉତ୍ସୁକତା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଓଡିଶାର ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପାଇଁ କଣ ଚ୍ୟାଲେଞ୍ଜ ରହିଛି ଓ ଲୋକଙ୍କ କଣ ଆଶା ରହିଛି ।

ବିଭିନ୍ନ କ୍ଷେତ୍ରରେ ଚ୍ୟାଲେଞ୍ଜ ଓ ଆଶା

କୃଷି

ରାଜ୍ୟର ଆୟକୁ କୃଷିକ୍ଷେତ୍ରର ବିଶେଷ ଅବଦାନ ରହିଛି । ରାଜ୍ୟର ମୋଟ ଘରୋଇ ଉତ୍ପାଦର ପ୍ରାୟ 18 ପ୍ରତିଶତ କୃଷିରୁ ହିଁ ମିଳିଥାଏ । ଏଥିରେ ରାଜ୍ୟ ଜନସଂଖ୍ୟାର ପ୍ରାୟ 60 ପ୍ରତିଶତରୁ ଅଧିକ ନିଯୁକ୍ତି ମିଳିଥାଏ । କୃଷି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଗତ 8 ବର୍ଷ ମଧ୍ୟରେ ଓଡିଶା 6ଥର କୃଷି କର୍ମଣ ପୁରସ୍କାର ହାସଲ କରିଛି । ତେଣୁ ସରକାରଙ୍କ ପକ୍ଷରୁ କୃଷିକୁ ବିଶେଷ ଦୃଷ୍ଟିରେ ରଖାଯାଇଛି ।

କୃଷିକୁ ବିଶେଷ ଧ୍ୟାନ ଦିଆଯାଇ 2014 ମସିହାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବଜେଟ ଉପସ୍ଥାପନ କରାଯାଉଛି । ଗତ ବଜେଟରେ କୃଷି ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ 20 ହଜାର 7ଶହ 14 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ସରକାର ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଥିଲେ । ଏଥିପାଇଁ 2019-20 ବଜେଟରେ 5ହଜାର 6ଶହ 11କୋଟି ଟଙ୍କା ଘୋଷଣା କରାଯାଇଥିଲା । ହେଲେ ତାହା ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିନାହିଁ । ଏବେ ସରକାର ଏହି କାଳିଆ ସହ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ରାଜ୍ୟରେ ମିଳିତ ଭାବରେ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାର ସଫଳ ପ୍ରୟୋଗ ନେଇ ଚାଷୀ ଶଙ୍କାରେ ରହିଛନ୍ତି । ଏଥିପ୍ରତି ସରକାରଙ୍କୁ ଧ୍ୟାନ ଦେବାକୁ ହେବ । ସେହିପରି କୃଷି କ୍ଷେତ୍ରରେ ବୈଷୟିକ ବିଦ୍ୟାର ଉପଯୋଗକୁ ସରକାର ଗୁରୁତ୍ବ ଦେବା ଆବଶ୍ୟକ । ଗତ ବଜେଟରେ ଏହାପାଇଁ ସରକାର ମାତ୍ର 182 କୋଟି ମଞ୍ଜୁର କରିଥିଲେ । ଓଡିଶାର କୃଷି ପ୍ରଦର୍ଶନ ବୃଦ୍ଧି କରାଇବା ପାଇଁ କୃଷିକୁ ଅଧିକ ଅର୍ଥ ପ୍ରଦାନ କରିବାର ଆବଶ୍ୟକତା ରହିଛି । ସେହିପରି କୃଷିଭିତ୍ତିକ ଶିକ୍ଷା ଓ ଗବେଷଣା ପାଇଁ ମଧ୍ୟ ଯଥେଷ୍ଟ ଅର୍ଥ ମଞ୍ଜୁର ହେବା ଜରୁରୀ ।

ଶିକ୍ଷା ଓ ଦକ୍ଷତା ବିକାଶ

ରାଜ୍ୟର ଶିକ୍ଷା ଓ ଦକ୍ଷତା ବିକାଶକୁ ସରକାର ଗୁରୁତ୍ବ ଦେଇଛନ୍ତି । ଗତ ଆର୍ଥିକ ବର୍ଷରେ ଶିକ୍ଷା ଓ ଦକ୍ଷତା ବିକାଶ ବାବଦରେ ସରକାର 19 ହଜାର 9ଶହ11 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ‘ସମସ୍ତଙ୍କ ପାଇଁ ଶିକ୍ଷା’ ଯୋଜନାରେ 2ହଜାର 5ଶହ 50 କୋଟି ଟଙ୍କା ବ୍ୟବସ୍ଥା ହୋଇଥିଲା । ସେହିପରି 300 କୋଟି ଟଙ୍କା ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ବ୍ୟୟ ବ୍ୟବସ୍ଥା କରାଯାଇଥିଲା । ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ 239 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଅନ୍ୟ ପକ୍ଷରେ ଦକ୍ଷତା ବିକାଶ ପାଇଁ ଓଡିଶା ସରକାର 100 କୋଟି ଟଙ୍କା ଅନୁଦାନ ଦେଇଥିଲେ ।

ସରକାର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ ତଦାନୁସାରେ ଗୁରୁତ୍ବ ଦେଇ ନଥିଲେ । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ବାଦ ଦେଲେ ସରକାରଙ୍କୁ ଧନ୍ଦାମୂଳକ ଶିକ୍ଷାକୁ ଏବେ ଗୁରୁତ୍ବ ଦେବାର ସମୟ ଆସିଛି । ଗତ ଯାହା ଦ୍ବାରା ରାଜ୍ୟର ବେକାରୀ ସମସ୍ୟାକୁ ମଧ୍ୟ ଦୂର କରାଯାଇପାରିବ । ସେହିଭଳି ଶୈକ୍ଷିକ ଗବେଷଣା ପ୍ରତି ସରକାରଙ୍କୁ ଧ୍ୟାନ ଦେବାର ଆବଶ୍ୟତା ରହିଛି ।

ଭିତ୍ତିଭୂମି ବିକାଶ

ଗତ ବଜେଟରେ ଭିତ୍ତିଭୂମି ଉନ୍ନତି ପାଇଁ 17ହଜାର 8 ଶହ 9 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ରାଜ୍ୟର ବିଭିନ୍ନ ରାସ୍ତାର ନିର୍ମାଣ ଓ ଉନ୍ନତିକରଣ ପାଇଁ 1ହଜାର 300 କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ହେଲେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ସତ୍ତ୍ବେ ରାଜ୍ୟର କେତେକ ସ୍ଥାନରେ ଏବେ ବି ଏବେ ବି କଚା ରାସ୍ତା ରହିଛି । ତେବେ ଏଥିପାଇଁ ସରକାରଙ୍କୁ ଦୃଷ୍ଟି ଦେବାକୁ ପଡିବ । କେଉଁଟି ଯୋଜନା କାର୍ଯ୍ୟକାରୀ ହେଉନାହିଁ ବା ଅବହେଳା ହେଉଛି ତାହା ରାଜ୍ୟ ସରକାରଙ୍କୁ ସମୀକ୍ଷା କରିବା ଆବଶ୍ୟକ ।

ସେହିପରି ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଏସସିଆରଆଇପିଏସ ଯୋଜନାରେ 3ଶହ 50 କୋଟି ଟଙ୍କା ବ୍ୟୟ ଯୋଜନା କରାଯାଇଥିଲା । କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ବିପଦଜନକ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଗଞ୍ଜାମ ଜିଲ୍ଲାରେ ବସ ତାର ସଂସ୍ପର୍ଶ ଆସି ଅନେକ ଲୋକ ପ୍ରାଣ ହରାଇଥିଲେ । ତେଣୁ ଭୂତଳ ବିଦ୍ୟୁତ ଯୋଗାଣ ଏହାକୁ ରୋକିବାକୁ ଏକ ଉପାୟ ହୋଇପାରେ ତେଣୁ ଏଥିପ୍ରତି ସରକାରଙ୍କୁ ବିଶେଷ ଦୃଷ୍ଟି ଦେବାକୁ ହେବ ।

ଗ୍ରାମ୍ୟ ଉନ୍ନୟନ

ଗ୍ରାମ୍ୟ ଉନ୍ନୟନ ପାଇଁ ଗତ ବଜେଟରେ 20ହଜାର 8ଶହ 24 କୋଟି ଆବଣ୍ଟିତ ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସହଯୋଗରେ ଗ୍ରାମ୍ୟ କୋଠା ଘର ନିର୍ମାଣ ପାଇଁ ସରକାର 4ହଜାର 8ଶହ 20 କୋଟି ଟଙ୍କା ମଧ୍ୟ ଘୋଷଣା କରିଥିଲେ । ପ୍ରାୟ 21 ହଜାର କୋଟି ଟଙ୍କା ଗ୍ରାମ୍ୟ ଉନ୍ନୟନ ପାଇଁ ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିତାଧିକାରୀ ସୁବିଧା ସୁଯୋଗ ପାଉ ନଥିବା ଅଭିଯୋଗ ହୁଏ । ସରକାର ‘ମୋ ସରକାର’ ଯୋଜନା ପ୍ରଣୟନ କରିଥିଲେ ହେଁ ଏଥିପ୍ରତି ସଜାଗ ରହିବାକୁ ହେବ ।

ସ୍ବାସ୍ଥ୍ୟ

ରାଜ୍ୟ ସରକାର ଜନସ୍ବାସ୍ଥ୍ୟ ପାଇଁ 6ହଜାର 7ଶହ 83 କୋଟି ଟଙ୍କା ମଞ୍ଜୁର କରିଥିଲେ । ଏଥିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ 1ହଜାର 2ଶହ 3 କୋଟି ଟଙ୍କା ବରାଦ କରାଯାଇଥିଲା । କିନ୍ତୁ ବ୍ୟାପକ ବ୍ୟବସ୍ଥା ସତ୍ତ୍ବେ ଡାକ୍ତରଖାନାରେ ଡାକ୍ତର ଅଭାବ, ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ନହେବା, ଅବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ଦେଖାଯାଇଥାଏ । ତେବେ ସରକାର ଏ ପ୍ରସଙ୍ଗରେ ଧ୍ୟାନ ଦେବା ଆବଶ୍ୟକ ।

ଆଦିବାସୀ ବିକାଶ

ଆଦିବାସୀ ବିକାଶ ବାବଦରେ ଗତବର୍ଷ 3 ହଜାର 7ଶହ 60 କୋଟି ମଞ୍ଜୁର କରାଯାଇଥିଲା । ହେଲେ ଆଦିବାସୀ ମାନଙ୍କ ଜୀବନଧାରଣ ମାନର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ଓ ଲକ୍ଷ୍ୟ ରଖିଥିଲେ ମଧ୍ୟ ବେଳେ ବେଳେ ଏହାର ସୁଫଳ ମିଳିପାରୁନଥିବା ଦେଖିବାକୁ ମିଳେ । ଏଥିପ୍ରତି ମଧ୍ୟ ସରକାରଙ୍କୁ ସ୍ବତନ୍ତ୍ର ଧ୍ୟାନ ରଖିବାକୁ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.