ETV Bharat / business

ଓଡିଶା ବଜେଟ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅନୁଦାନ ଦ୍ବିଗୁଣିତ - Odisha Budget 2020

ଓଡିଶା ସରକାର ବଜେଟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ 2 ଶହ 36 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

odisha-budget-govt-sanctioned-double-money-for-science-and-technology-than-before
ଓଡିଶା ବଜେଟ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅନୁଦାନ ଦ୍ବିଗୁଣିତ
author img

By

Published : Feb 18, 2020, 9:20 PM IST

ଭୁବନେଶ୍ବର: ରାଜ୍ୟ ବଜେଟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅନୁଦାନ ଗତ ତୁଳନାରେ ଦୁଇଗୁଣ କରାଯାଇଛି । ପୂର୍ବ ବର୍ଷ ଏହି ପରିମାଣ 70 କୋଟି ରହିଥିବା ବେଳେ ଚଳିତ ବର୍ଷ ଏହାକୁ 2ଶହ 36 କୋଟିକୁ ବୃ୍ଦ୍ଧି କରାଯାଇଛି ।

ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିର ବିକାଶ ପାଇଁ 1ଶହ 12 କୋଟି ଟଙ୍କା ଟଙ୍କା ଓ ଇଣ୍ଡିଆନ ସଫ୍ଟୱେର ଟେକ୍ନୋଲୋଜି ପାର୍କର ନୂତନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ 16 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଛଡା 59 କୋଟି ଟଙ୍କା ବ୍ୟୟରେ ରାଜଧାନୀରେ ଇନୋଭେସନ ଟାୱାର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ।

ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ଡିଜିଟାଲ କନେକଟିଭିଟି ଯୋଗାଇ ଦିଆଯିବ । ସରକାରୀ କୋଠାର ଛାତ ଉପରେ ସୌର ଶକ୍ତି ମାଧ୍ୟମରେ ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ବଜେଟରେ 31 କୋଟି ଟଙ୍କା ବ୍ୟୟ କରାଯିବ । ସେହିପରି ପ୍ଲାନେଟୋରିୟମ ଓ ସଂଗ୍ରହାଳୟର ଉନ୍ନତି ପାଇଁ ସରକାର 25 କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.