ETV Bharat / business

ରାଜ୍ୟ ବଜେଟ-2020: ଜାଣନ୍ତୁ, କେଉଁ ବିଭାଗ ପାଇଲା କେତେ ?

author img

By

Published : Feb 18, 2020, 11:57 PM IST

ବଜେଟ୍‌ରେ ନିରଞ୍ଜନ କୃଷକ, ମହିଳା, ରୋଜଗାର, ପର୍ଯ୍ୟଟନ, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ପ୍ରୋତ୍ସାହନ, ଭିତ୍ତିଭୂମି ବିକାଶ ଉପରେ ଫୋକସ ଦେଇଛନ୍ତି । 2020-21 ଆର୍ଥିକ ବର୍ଷ ପାଇଁ ମୋଟ 1 ଲକ୍ଷ 50 ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଗତ ବର୍ଷ ପରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୃଥକ ଭାବେ କୃଷି ଓ ସାଧାରଣ ବଜେଟକୁ ଗୃହରେ ଉପସ୍ଥାପନ କରିଛନ୍ତି ।

Odisha Budget 2020
ରାଜ୍ୟ ବଜେଟ-2020: ଜାଣନ୍ତୁ, କେଉଁ ବିଭାଗ ପାଇଲା କେତେ

ଭୁବନେଶ୍ବର: ‘ନବ ଆଲୋକେ, ନବ ପୁଲକେ ନିଖିଳ ଅବନୀ ହସିବ, ଫୁଟିବ ପ୍ରସୂନ ବନେ ଉପବନେ, ନବ ବନେ ପୀକ ରସିବ’

କୁନ୍ତଳା କୁମାରୀ ସାବତଙ୍କ ଏହି ଉକ୍ତିକୁ ନେଇ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟ୍‌ ଆରମ୍ଭରୁ ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ମନେପକାଇ ବଜେଟ୍‌ ପଢିଛନ୍ତି ଅର୍ଥମନ୍ତ୍ରୀ । ଚଳିତ ଥର ପାରମ୍ପରିକ ବଜେଟ୍‌ ପେଡି ବଦଳରେ ଆଇପ୍ୟାଡ୍ ଓ ପେନଡ୍ରାଇଭ୍‌ରେ ବଜେଟ୍‌ ଉପସ୍ଥାପନ କରାଯାଇଛି । ଦେଶର ଦ୍ବିତୀୟ ରାଜ୍ୟ ଭାବେ ପେପରଲେସ୍ ବଜେଟ ଆଗତ କରିଛି ଓଡିଶା । ବଜେଟ୍‌ରେ ଅର୍ଥମନ୍ତ୍ରୀ କୃଷକ, ମହିଳା, ରୋଜଗାର, ପର୍ଯ୍ୟଟନ, ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ପ୍ରୋତ୍ସାହନ, ଭିତ୍ତିଭୂମି ବିକାଶ ଉପରେ ଫୋକସ ଦେଇଛନ୍ତି । 2020-21 ଆର୍ଥିକ ବର୍ଷ ପାଇଁ ମୋଟ 1 ଲକ୍ଷ 50 ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଗତ ବର୍ଷ ପରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୃଥକ ଭାବେ କୃଷି ଓ ସାଧାରଣ ବଜେଟକୁ ଗୃହରେ ଉପସ୍ଥାପନ କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ବଜେଟରେ କଣ ରହିଛି ଖାସ୍‌....

କୃଷିକୁ ଫୋକସ୍‌

  • କୃଷିକୁ 19 ହଜାର 4 ଶହ 8 କୋଟି
  • ସମୃଦ୍ଧ କୃଷି ନୀତି 2020 ଘୋଷଣା
  • କାଳିଆ ଯୋଜନା ପାଇଁ 3 ହଜାର 1ଶହ 95 କୋଟି ବ୍ୟୟବରାଦ
  • ଜୈବିକ କୃଷିକୁ ପ୍ରୋତ୍ସାହିତ ପାଇଁ 40 କୋଟି
  • ବିହନ ଯୋଗାଇବା ପାଇଁ 100 କୋଟି
  • ସାର ପାଇଁ 100 କୋଟି
  • କୃଷି ଯନ୍ତ୍ରପାତି ପାଇଁ 2ଶହ 24 କୋଟି ବ୍ୟୟବରାଦ
  • କୃଷି ଗବେଶଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ 1ଶହ 50 କୋଟି
  • କୃଷି ବୈଷୟିକ ପରିଚାଳନା ମାଧ୍ୟମରେ କୃଷି ସମ୍ପ୍ରସାରଣକୁ ପ୍ରୋତ୍ସାହିତ କରିବା ପାଇଁ 1 ଶହ 50 କୋଟି
  • ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ 1 ଶହ 23 କୋଟି
  • ବିଜୁ କୃଷକ ଯୋଜନା ପାଇଁ 3 ଶହ 60 କୋଟି
  • କୃଷକ ମାନଙ୍କୁ ସୁଧ ରିହାତି ପ୍ରଦାନ ଲାଗି 7 ଶହ 5 କୋଟି
  • ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ 7ଶହ କୋଟି ଟଙ୍କା
  • 27 ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ଲକ୍ଷ୍ୟ
  • ଓଡିଶା ମିଲେଟ୍‌ ମିଶନ ପାଇଁ 1 ଶହ 6 କୋଟି ଟଙ୍କା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ 1 ହଜାର 8 ଶହ କୋଟି

  • ପାଞ୍ଚ ବର୍ଷରେ ସ୍ବାସ୍ଥ୍ୟ କ୍ଷେତ୍ରର ବଜେଟ୍‌ 7 ହଜାର 7 ଶହ କୋଟିରେ ପହଞ୍ଚିଛି
  • ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ 1 ହଜାର 8 ଶହ କୋଟି
  • ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନରେ ସ୍ବାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଓ ସେବା ଯୋଗାଇଦେବା ପାଇଁ 5ଶହ 78 କୋଟି
  • ଜାତୀୟ ସ୍ବାସ୍ଥ୍ୟ ମିଶନରେ 1 ହଜାରେ 6 ଶହ 52 କୋଟି ଟଙ୍କାର ବ୍ୟୟ ବରାଦ
  • ଏସସିବି ପାଇଁ 1 ହଜାର କୋଟି
  • ‘ନିର୍ମଳ’ ଯୋଜନା ପାଇଁ 3 ଶହ 60 କୋଟି
  • 7ଟି ନୂଆ ଭେଷଜ ମହାବିଦ୍ୟାଳୟ ପାଇଁ 5ଶହ 62 କୋଟି ଟଙ୍କା ବ୍ୟୟ ବରାଦ
  • କର୍ମଚାରୀ ରାଜ୍ୟ ବୀମା ଯୋଜନା ପାଇଁ 47 କୋଟି

ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ 40 କୋଟି

  • ଶିକ୍ଷା ପାଇଁ 22 ହଜାର 6 ଶହ 31 କୋଟି
  • ଆଦର୍ଶ ବିଦ୍ୟାଳୟ ପାଇଁ 4 ଶହ କୋଟି
  • ସମଗ୍ର ଶିକ୍ଷା ଅଭିଯାନ ନିମନ୍ତେ 3 ହଜାର 1 ଶହ 57 କୋଟି
  • ମଧ୍ୟାହ୍ନ ଭୋଜନ ପାଇଁ 8 ଶହ କୋଟି
  • ଏଲପିଜି କନେକ୍ସନ ପାଇଁ 8 କୋଟି
  • ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ 40 କୋଟି
  • ମୋ କଲେଜ ଅଭିଯାନ ପାଇଁ 10 କୋଟି
  • ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନା ପାଇଁ 2 ଶହ 31 କୋଟି
  • ଅନୁସୂଚିତ ଜନଜାତି ଛାତ୍ରନିବାସ ଓ ସହରାଞ୍ଚଳରେ ଛାତ୍ରାବାସ ନିର୍ମାଣ ପାଇଁ 2ଶହ 77 କୋଟି
  • ଛାତ୍ରବୃତ୍ତି ଲାଗି 1 ହଜାର 4 ଶହ 7 କୋଟି
  • ବିଶ୍ବ ବ୍ୟାଙ୍କର ଆର୍ଥିକ ସହାୟତାରେ ପ୍ରଚଳିତ ଓଏଚଇପିଇଇ ଯୋଜନା ପାଇଁ 1ଶହ 30 କୋଟି
  • ଓଡିଶା ବିଶ୍ବବିଦ୍ୟାଳୟ ପାଇଁ 15 କୋଟି
  • ଉଚ୍ଚଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମିର ବିକାଶପାଇଁ 2 ଶହ କୋଟି
  • ଲାପଟପ୍‌ ବିତରଣ ପାଇଁ 45 କୋଟି
  • ବିଶ୍ବ ଦକ୍ଷତା କେନ୍ଦ୍ର ପାଇଁ 2 ଶହ 20 କୋଟି
  • ବୈଷୟିକ ବିଶ୍ବବିଦ୍ୟାଳୟର ବିକାଶ ପାଇଁ 1 ଶହ 99 କୋଟି

ମହିଳା ଓ ଶିଶୁ ବିକାଶ

  • ମହିଳା ଓ ଶିଶୁ ବିକାଶ ପାଇଁ 4 ହଜାର 75 କୋଟି ଟଙ୍କା
  • ପୁଷ୍ଟି କୈନ୍ଦ୍ରିକ ଯୋଜନାରେ 5 ହଜାର 2 ଶହ 10 କୋଟି
  • ପୁଷ୍ଟି ସମ୍ବେଦନଶୀଳ ଯୋଜନାରେ 23 ହଜାର 7 ଶହ 54 କୋଟି
  • ସମନ୍ବିତ ଶିଶୁ ବିକାଶ ଯୋଜନା ପାଇଁ 77 କୋଟି
  • କିଶୋରୀ ବାଳିକାଙ୍କ ସଶକ୍ତିକରଣ ଯୋଜନା ପାଇଁ 11 କୋଟି
  • ମମତା ଯୋଜନା ପାଇଁ 3 ଶହ 5 କୋଟି ଟଙ୍କା
  • ମିଶନ ଶକ୍ତି ଯୋଜନା ଅନ୍ତର୍ଗତ ସୁଧ ରିହାତି ଉପାଦାନ ପାଇଁ 1 ଶହ 50 କୋଟି ଟଙ୍କା ବ୍ୟୟବରାଦ
  • ମିଶନ ଶକ୍ତି ପାଇଁ 3 ଶହ 16 କୋଟି
  • ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନା ପାଇଁ 73 କୋଟି

ଗ୍ରାମ୍ୟ ଉନ୍ନୟନ

  • ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଇଁ 2 ହଜାର 5 ଶହ କୋଟି
  • ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ 2 ଶହ 57 କୋଟି
  • ବିଜୁ ସେତୁ ଯୋଜନା ପାଇଁ 1 ହଜାର କୋଟି
  • ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ନିର୍ମିତ ସଡକର ରକ୍ଷଣାବେକ୍ଷଣ ପାଇଁ 3 ଶହ 3 କୋଟି
  • ନୂତନ ରେଳପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବାବଦରେ 4 ଶହ କୋଟି

ନିଯୁକ୍ତି

  • ମନରେଗା ପାଇଁ 1 ହଜାର 5 ଶହ 1 କୋଟି
  • ମଜୁରୀ ବାବଦ କର୍ପସ ପାଣ୍ଠି ପାଇଁ 5 ଶହ କୋଟି
  • ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ପାଇଁ 8 ଶହ 52 କୋଟି
  • ଶ୍ୟାମାପ୍ରସାଦ ମୁଖାର୍ଜୀ ଅର୍ବାନ ମିଶନ ପାଇଁ 80 କୋଟି
  • ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ 3 ଶହ କୋଟି
  • ପଞ୍ଚାୟତିରାଜ ସଂସ୍ଥା ପାଇଁ 4 ହଜାର 9ଶହ 3 କୋଟି

ମତ୍ସ୍ୟ ଚାଷ ଓ ପଶୁପାଳନ

  • ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ 1 ହଜାର 2 ଶହ 11 କୋଟି ଟଙ୍କାର ବ୍ୟୟବରାଦ
  • ମତ୍ସ୍ୟ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ 16 କୋଟି ଟଙ୍କାର ବ୍ୟୟବରାଦ
  • ନୂଆ ପୋଖରୀ ଖୋଳା ପାଇଁ 68 କୋଟି
  • ମତ୍ସ୍ୟଚାଷୀଙ୍କ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ସଚେତନତା ପାଇଁ 6 କୋଟି
  • ନୀଳ ବିପ୍ଳବ ପାଇଁ 1 ଶହ 16 କୋଟି
  • ଶ୍ବେତ ବିପ୍ଳବ ଲାଗି 1 ଶହ କୋଟି
  • ଭ୍ରାମ୍ୟମାଣ ପଶୁ ଚିକିତ୍ସା ପାଇଁ 18 କୋଟି
  • ପଶୁଧନ ସ୍ବାସ୍ଥ୍ୟସେବା ଉନ୍ନୟନ 60 କୋଟି

ଜଳସେଚନ

  • ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ 5 ଶହ 40 କୋଟି
  • ଜଳସେଚନ ପାଇଁ 1 ହଜାର 92 କୋଟି
  • ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ 1 ହଜାର 60 କୋଟି ଟଙ୍କା ବ୍ୟୟ ବରାଦ
  • ଜଳନିଧୀ ଯୋଜନା ପାଇଁ 1 ଶହ 80 କୋଟି
  • ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପାଇଁ 6 ଶହ 35 କୋଟି
  • ସେଚାଳନ ଉନ୍ନୟନ ଯୋଜନା ପାଇଁ 3 ଶହ କୋଟି
  • 15 ଜିଲ୍ଲାରେ 10 ହଜାର ପୋଖରୀ ନବୀକରଣର ଯୋଜନା
  • 1 ହଜାର 2 ଶହ ଅଚଳ ଉଠା ଜଳସଚେନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ 1ଶହ 93 କୋଟି

ପର୍ଯ୍ୟଟନ

  • ଅବଢା ଯୋଜନା ବାବଦକୁ 3 ହଜାର 2 ଶହ 8 କୋଟି ମୋଟ ଅଟକଳ
  • ସେଥିମଧ୍ୟରୁ 2020-21 ପାଇଁ 6 ଶହ 95 କୋଟିର ବ୍ୟୟବରାଦ
  • ଏକାମ୍ର ଯୋଜନା ପାଇଁ 2020-21 ବର୍ଷ ଆର୍ଥିକ ବର୍ଷରେ 1 ଶହ 50 କୋଟି ବ୍ୟୟବରାଦ

ପାନୀୟ ଜଳ ଓ ପରିମଳ

  • ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ଗୁଡିକରେ ସର୍ବମୋଟ ପୁଞ୍ଜି ନିବେଶ 8 ହଜାର କୋଟି
  • ବକ୍ସି ଜଗବନ୍ଧୁ ନିଶ୍ଚିଚ ଜଳଯୋଗାଣ ଯୋଜନାରେ ଗ୍ରାମାଞ୍ଚଳ ଜଳଯୋଗାଣ ପାଇଁ 3 ହଜାର 2ଶହ 50 କୋଟି
  • ନଗରାଞ୍ଚଳରେ ଜଳ ଯୋଗାଣ ପାଇଁ 2 ଶହ 36 କୋଟି
  • ଜଳ ଜୀବନ ମିଶନ ପାଇଁ 2 ହଜାର କୋଟି
  • ଜଳ ଯୋଗାଣ ବ୍ୟବସ୍ଥାର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ପାଇଁ 5 ଶହ 60 କୋଟି
  • 8ଟି ଖଣିଜ ଦ୍ରବ୍ୟ ଥିବା ଜିଲ୍ଲାକୁ ପାଇପ୍‌ ଯୋଗେ ଜଳ ଯୋଗାଣ ପାଇଁ 9 ଶହ 91 କୋଟି
  • ସ୍ବଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳ ପାଇଁ 5 ଶହ କୋଟି, ସହରାଞ୍ଚଳ ପାଇଁ 3 ଶହ କୋଟି

ଗୃହ ନିର୍ମାଣ

  • ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାରେ 3 ହଜାର 9 ଶହ 62 କୋଟି
  • ନଗରାଞ୍ଚଳରେ ଗୃହନିର୍ମାଣ ପାଇଁ 5 ଶହ 18 କୋଟି ଟଙ୍କାର ବ୍ୟୟ ବରାଦ

କ୍ରୀଡା ଓ ଯୁବସେବା

  • କ୍ରୀଡା ଓ ଯୁବସେବା ପାଇଁ 3 ଶହ 1 କୋଟି
  • କ୍ରୀଡାର ଭିତ୍ତିଭୂମି ପାଇଁ 1 ଶହ 40 କୋଟି
  • କ୍ରୀଡା ଶିକ୍ଷା ପାଇଁ 91 କୋଟି

ଶିଳ୍ପ

  • ଶିଳ୍ପ ପାଇଁ 5 ଶହ 75 କୋଟି
  • ବିଶ୍ବସ୍ତରୀୟ ଶିଳ୍ପ ଭିତ୍ତିଭୂମି ପାଇଁ 2 ଶହ 84 କୋଟି
  • ମେକ ଇନ ଓଡିଶା ପାଇଁ 70 କୋଟି

ଅନ୍ୟାନ୍ୟ

  • ପ୍ରଶାସନିକ ବ୍ୟୟ 65 ହଜାର 6 ଶହ 55 କୋଟି
  • କାର୍ଯ୍ୟକ୍ରମ ବ୍ୟୟ 74 ହଜାର କୋଟି
  • ବିପର୍ଯ୍ୟୟ ପ୍ରଶମନ ବ୍ୟୟ 3 ହଜାର 2 ଶହ କୋଟି
  • ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ପାଇଁ 7 ହଜାର 1ଶହ 45 କୋଟି
  • ବଜେଟ୍‌ ବହିର୍ଭୁତ ବ୍ୟୟ 6 ହଜାର 5 ଶହ କୋଟି
  • ପୁଞ୍ଜି ବ୍ୟୟ ଅଟକଳ 26 ହଜାର 5ଶହ 13 କୋଟି, ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ପ୍ରାୟ 4.5 ପ୍ରତିଶତ
  • ଅତିରିକ୍ତ ଋଣ ଓ ଅନ୍ୟାନ୍ୟ ପୁଞ୍ଜି ସମ୍ପତ୍ତି ସୃଷ୍ଟି ପାଇଁ 10 ହଜାର କୋଟି
  • ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଉନ୍ନତିକରଣ ପାଇଁ ମୋଟ 23 ହଜାର 8 ଶହ 8 କୋଟି
  • ଖାଦ୍ୟ ନିରାପତ୍ତା ପାଇଁ 1 ହଜାର 38 କୋଟି
  • ଗୃହ ଓ ନଗର ଉନ୍ନୟନ ବିଭାଗ ପାଇଁ 6 ହଜାର 1 ଶହ 80 କୋଟି
  • ପୂର୍ତ୍ତ ବିଭାଗ ପାଇଁ 6 ହଜାର କୋଟି ଟଙ୍କା
  • ଜଙ୍ଗଲ ଓ ପରିବେଶ ପାଇଁ 1 ହଜାର 9 ଶହ 60 କୋଟି
  • ପର୍ଯ୍ୟଟନ ପାଇଁ 4 ଶହ 1 କୋଟି
  • ଓଡିଶା ଭାଷା, ସଂସ୍କୃତି ଓ ଐତିହ୍ୟ ପାଇଁ 1 ଶହ 62 କୋଟି
  • ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ 51 କୋଟି
  • ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ 2 ଶହ 36 କୋଟି
  • ବିପର୍ଯ୍ୟୟ ପରିଚାଳନା ପାଇଁ 3 ହଜାର 2 ଶହ କୋଟି
  • ଭୂ ପ୍ରଶାସନ ବାବଦରେ 1 ହଜାର 3 ଶହ 35 କୋଟି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.